Advertisment

ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ। ସେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ ପୂର୍ବରୁ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ। କିଛି ଦିନ ତଳେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସଂକ୍ରମଣର ଆଶଙ୍କା ଥିବାରୁ ସେ ନିଜ ଆଡ଼ୁ କୋଭିଡ ଟେଷ୍ଟ କରାଇଥିଲେ। ଶେଷରେ ତାଙ୍କ ରିପୋର୍ଟ […]

author-image
Hemant Lenka
ଅଦ୍ୟତନ ହୋଇଛି
ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

c

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ। ସେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ ପୂର୍ବରୁ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ।

Advertisment

କିଛି ଦିନ ତଳେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସଂକ୍ରମଣର ଆଶଙ୍କା ଥିବାରୁ ସେ ନିଜ ଆଡ଼ୁ କୋଭିଡ ଟେଷ୍ଟ କରାଇଥିଲେ। ଶେଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।

ସେହିପରି ସିଜିଓ କମ୍ପ୍ଲେକ୍ସର ସେ ଯେଉଁ ବିଭାଗରେ କାମ କରୁଥିଲେ, ତା’କୁ ସିଲ କରି ସାନିଟାଇଜ କରାଯାଇଛି। ଏହାପୂର୍ବରୁ ତୁହିନକାନ୍ତ ପାଣ୍ଡେଙ୍କ ବିଭାଗର ୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ଅନ୍ୟାନ୍ୟ ଗାଇଡଲାଇନକୁ ପାଳନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
Coronavirus Corona Report