Advertisment

ଲିଣ୍ଡାହଲ୍,ମଡ୍ରିଚ୍ ଓ ସାନକାର ପାଇବେ ରସାୟନ ବିଜ୍ଞାନରେ ନୋବେଲ

ଷ୍ଟକହୋମ୍: ସ୍ୱିଡେନର ଟୋମାସ୍ ଲିଣ୍ଡାହଲ୍,ଆମେରିକାର ପଲ୍ ମଡ୍ରିଚ୍ ଓ ତୁର୍କୀର ଅଜିଜ୍ ସାନକାରଙ୍କୁ ଚଳିତବର୍ଷ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ବୁଧବାର ରୋୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଡିଏନଏର ମରାମତି ଉପରେ ଗବେଷଣା ଏହି ତିନି ବୈଜ୍ଞାନିକ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବକୋଷଗୁଡିକ କିପରି ନଷ୍ଟ ହୋଇଥିବା ଡିଏନଏଗୁଡିକର ମରାମତି କରିଥାଆନ୍ତି, ସେ ସମ୍ପର୍କରେ ଅଧ୍ୟୟପ କରିଥିଲେ ଏହି ତିନି ବୈଜ୍ଞାନିକ। ଜୀବନକୋଷଗୁଡ଼ିକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଲିଣ୍ଡାହଲ୍,ମଡ୍ରିଚ୍ ଓ ସାନକାର ପାଇବେ ରସାୟନ ବିଜ୍ଞାନରେ ନୋବେଲ

India Today DNA scientists win 2015 Nobel Prize for Chemistry

nobel
ଷ୍ଟକହୋମ୍: ସ୍ୱିଡେନର ଟୋମାସ୍ ଲିଣ୍ଡାହଲ୍,ଆମେରିକାର ପଲ୍ ମଡ୍ରିଚ୍ ଓ ତୁର୍କୀର ଅଜିଜ୍ ସାନକାରଙ୍କୁ ଚଳିତବର୍ଷ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ବୁଧବାର ରୋୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଡିଏନଏର ମରାମତି ଉପରେ ଗବେଷଣା ଏହି ତିନି ବୈଜ୍ଞାନିକ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବକୋଷଗୁଡିକ କିପରି ନଷ୍ଟ ହୋଇଥିବା ଡିଏନଏଗୁଡିକର ମରାମତି କରିଥାଆନ୍ତି, ସେ ସମ୍ପର୍କରେ ଅଧ୍ୟୟପ କରିଥିଲେ ଏହି ତିନି ବୈଜ୍ଞାନିକ। ଜୀବନକୋଷଗୁଡ଼ିକ କିପରି କାର୍ଯ୍ୟ କରିଥାଆନ୍ତି, ସେ ସଂପର୍କରେ ବି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନଙ୍କ ଅଧ୍ୟୟନରୁ ସାମ୍ନାକୁ ଆସିଛି। କ୍ୟାନସରର ନୂଆ ଚିକିତ୍ସା ପ୍ରଣାଳୀରେ ଏହା ସହାୟକ ହେବ ବୋଲି ରୋୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ କହାଯାଇଛି।

Advertisment

ପୁରସ୍କାର ବାବଦକୁ ଲିଣ୍ଡାହଲ୍, ମଡ୍ରିଚ୍ ଓ ସାନକାରଙ୍କୁ ୬୩୧ ହଜାର ପାଉଣ୍ଡ ମିଳିବ। ଏହି ଅର୍ଥ ରାଶିକୁ ତିନି ଜଣଙ୍କୁ ସମାନ ଭାବରେ ବଣ୍ଟାଯିବ।