Advertisment

କ’ଣ ଏହି ତବଲୀଗୀ ଜମାତ୍?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାରା ବିଶ୍ୱ ଆଜି ନୋଭେଲ କରୋନା ଭୂତାଣୁ ସହ ଯୁଦ୍ଧ ଚଲାଇଛିା ହେଲେ ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ସଂକ୍ରମଣ ଭୟଙ୍କର ରୂପ ନେଲେ, ଏହି ଯୁଦ୍ଧ ଜିତିବା ଟିକେ କଷ୍ଟକର ହୋଇପଡିବା ଏଥିରେ ଦ୍ୱିମତ ନାହିାଁ ଏଣୁ ସମସ୍ତ ଜନସାଧାରଣଙ୍କୁ ସଂକ୍ରମଣ ନେଇ ସଚେତନ ରହିବା ସଙ୍ଗେ ସଙ୍ଗେ ସରକାରଙ୍କ ନିକଟରେ ନିଜ ରୋଗ ବାବଦରେ ନିର୍ଭୟରେ ଜଣାଇବାକୁ ପଡ଼ିବ।  ଅନ୍ୟପଟେ ଦେଶରେ ଏକ ବଡ଼ ସଂଖ୍ୟାରେ କୋଭିଡ-୧୯ ସଂକ୍ରମଣ ତଥ୍ୟ […]

author-image
Pragnya Choudhury
ଅଦ୍ୟତନ ହୋଇଛି
କ’ଣ ଏହି ତବଲୀଗୀ ଜମାତ୍?

Jamaat

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାରା ବିଶ୍ୱ ଆଜି ନୋଭେଲ କରୋନା ଭୂତାଣୁ ସହ ଯୁଦ୍ଧ ଚଲାଇଛିା ହେଲେ ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ସଂକ୍ରମଣ ଭୟଙ୍କର ରୂପ ନେଲେ, ଏହି ଯୁଦ୍ଧ ଜିତିବା ଟିକେ କଷ୍ଟକର ହୋଇପଡିବା ଏଥିରେ ଦ୍ୱିମତ ନାହିାଁ ଏଣୁ ସମସ୍ତ ଜନସାଧାରଣଙ୍କୁ ସଂକ୍ରମଣ ନେଇ ସଚେତନ ରହିବା ସଙ୍ଗେ ସଙ୍ଗେ ସରକାରଙ୍କ ନିକଟରେ ନିଜ ରୋଗ ବାବଦରେ ନିର୍ଭୟରେ ଜଣାଇବାକୁ ପଡ଼ିବ।  ଅନ୍ୟପଟେ ଦେଶରେ ଏକ ବଡ଼ ସଂଖ୍ୟାରେ କୋଭିଡ-୧୯ ସଂକ୍ରମଣ ତଥ୍ୟ ନିକଟରେ ସାମ୍ନାକୁ ଆସିଛିା ଆଉ ଏନେଇ ନିଜାମୁଦ୍ଦୀନସ୍ଥିତ ତବଲୀଗୀ ଜମାତ୍‌ଙ୍କ ମର୍କଜ୍ ଚର୍ଚ୍ଚାରେ ରହିଛିା

Advertisment

ଦେଶରେ ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତା ନେଇ ଲଗାତର ସଚେତନ କରାଯାଉଛିା ଏହାକୁ ବେଖାତିର କରି ସାରା ଦେଶକୁ ମରଣଜନ୍ତାକୁ ଠେଲି ଦେଇଥିବା ଅଭିଯୋଗ ଆସିଛି ନିଜାମୁଦ୍ଦୀନଠାରେ ଏକାଠି ହୋଇଥିବା ହଜାର ହଜାର ସଂଖ୍ୟାରେ ଲୋକଙ୍କ ଉପରୋ ଦିଲ୍ଲୀରେ ହଜରତ ନିଜାମୁଦ୍ଦୀନସ୍ଥିତ ମର୍କଜରେ ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ୨୦୦୦ରୁ ଅଧିକ ଲୋକ ତବଲୀଗୀ ଜମାତ୍‌ରେ ଯୋଗଦେବାକୁ ଦେଶର କୋଣାନୁକୋଣରୁ ଏବଂ ବିଦେଶରୁ ଆସି ପହଞ୍ଚଥିଲୋ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠିକଣା ମିଳୁନାହିଁ ଆଉ ଠାବ କରାଯାଇଥିବା ଲୋକଙ୍କ ମଧ୍ୟରୁ ଏକ ବୃହତ ଅଂଶ କୋଭିଡ୍‌-୧୯ ଆକ୍ରାନ୍ତ ଥିବା ଜଣାପଡିଛିା ତେବେ ଆସନ୍ତୁ ଜାଣିବା ଏହି ଜମାତ୍ ଧର୍ମ ସମ୍ମିଳନୀ କଣ ଏବଂ କାହିଁକି ଏହାର ଆୟୋଜନ ହୋଇଥାଏ....

ପ୍ରକୃତରେ ମର୍କଜ ଅର୍ଥ କେନ୍ଦ୍ର। ଆଉ ତବଲୀଗୀ ମାନେ ଅଲ୍‌ହା ଏବଂ କୋରାନ୍‌, ହଦୀସଙ୍କ ବାର୍ତ୍ତା ଲୋକଙ୍କଠାରେ ପହଞ୍ଚାଇବା। ତେବେ ଜମାତ୍ ଅର୍ଥ ହେଉଛି ଗୋଷ୍ଠୀ ବା ଗ୍ରୁପ୍‌। ଏଣୁ ତବ୍‌ଲୀଗୀ ଜମାତ୍ ଅର୍ଥାତ୍ ଏକ ଗ୍ରୁପ୍ ବା ଗୋଷ୍ଠୀର ଜମାତ୍‌। ସେହିପରି ତବ୍‌ଲୀଗୀ ମର୍କଜ୍ ଅର୍ଥ ଇସଲାମ ଧର୍ମର ବାର୍ତ୍ତା ଅନ୍ୟ ଲୋକଙ୍କଠାରେ ପହଞ୍ଚାଇବାର କେନ୍ଦ୍ର।

Advertisment

ତବ୍‌ଲୀଗୀ ଜମାତ୍‌ର ଅର୍ଥ ଆସ୍ଥା ପ୍ରଚାର ପ୍ରସାର କରିବା ଲୋକଙ୍କ ଏକ ଗୋଷ୍ଠୀ। ନିଜାମୁଦ୍ଦିନ୍‌ଠରେ ଥିବା ଜମାତ୍ କେନ୍ଦ୍ର ସୁନ୍ନି, ଦେଓବନ୍ଦୀ ତଥା ବହାବୀ ମୁସଲମାନମାନଙ୍କ ଜମାତ୍। ୧୯୨୭ ମସିହାରେ ମେୱଟ୍‌ ବାସିନ୍ଦା ଦେଓବନ୍ଦୀ ମୌଲାନା ମୋହମ୍ମଦ ଇଲିୟାସ ଏହାକୁ ଆରମ୍ଭ କରିଥିଲୋ

ତେବେ ଏହାର ଗଠନର ଦୁଇ ଦଶନ୍ଧି ପରେ ହିଁ ଏହା ମେୱଟ୍‌ ଅଞ୍ଚଳରୁ ସାରା ବିଶ୍ୱରେ ନିଜର ସ୍ଥିତି ଜାହିର କରିଛିା ତବ୍‌ଲୀଗୀ ଜମାତ୍‌ର ନିର୍ଦ୍ଦେଶରେ ହିଁ ସମ୍ପୃକ୍ତ ଜମାତୀମାନେ ବିଶ୍ୱର ଭିନ୍ନ ଭିନ୍ନ ପ୍ରାନ୍ତରେ ଇସ୍‌ଲାମ ଧର୍ମର ପ୍ରଚାର ପ୍ରସାର କରିଥାନ୍ତିା ସେହିପରି ଦେଶର ବିଭିନ୍ନ ସ୍ଥାନରେ ଥିବା ମସଜିଦ୍‌ଗୁଡିକରେ ଜମାତୀମାନେ ରୁହନ୍ତି ଏବଂ ଇସ୍‌ଲାମ ଶିକ୍ଷା ଓ ଧର୍ମ ଅବଲମ୍ବନ କରିବାକୁ ଲୋକଙ୍କୁ ବୁଝାଇଥାନ୍ତିା

ସୂଚନା ଥାଉ କି, ବିଶ୍ୱର ୧୫୦ଟି ଦେଶରେ ଏହି ସଂଗଠନର ବିଭିନ୍ନ ଶାଖା ରହିଛିା ସେହିପରି ୧୫ରୁ ୨୫ କୋଟି ଧର୍ମାବଲମ୍ବୀ ଏହାକୁ ବିଶ୍ୱାସ କରନ୍ତିା ତେବେ ଭାରତର ବିଭାଜନ ପରଠାରୁ ସଂଗଠନର ମୁଖ୍ୟାଳୟ ପାକିସ୍ତାନର ଲାହୋରଠାରେ ରହିଛିା ଭାରତ ପରେ ବାଂଲାଦେଶଠାରେ ସବୁଠାରୁ ବଡ ଜମାତ୍ ସଂଗଠନ ରହିଛିା ଜମାତୀମାନେ ଗୋଷ୍ଠୀ ହୋଇ ବିଭିନ୍ନ ମସ୍‌ଜିଦ୍‌ରେ ରୁହନ୍ତି ଏବଂ ଧାର୍ମିକ ପ୍ରବଚନ ଆଦି ଦେବା ସହ ଧର୍ମର ପ୍ରଚାର ପ୍ରସାର କାମ କରିଥାନ୍ତିା ଘର ଘର ବୁଲି ସେମାନେ ନମାଜ୍ ପଢିବାକୁ, ରୋଜା ରଖିବାକୁ, ହଜ୍ ପାଳିବାକୁ ବୁଝାଇଥାନ୍ତି ଏବଂ ନିଜ ଜମାତ୍‌ରେ ସାମିଲ କରିଥାନ୍ତିା ବିଶ୍ୱର ବହୁ ଜଣାଶୁଣା ବ୍ୟକ୍ତି ଏହି ସଂଗଠନକୁ ମାନିଥା’ନ୍ତି ବା ଏହା ସହ ଜଡ଼ିତ ରହି ଧର୍ମ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଜାକିର ହୁସେନ୍ , ମୌଲାନା ତାରିକ୍ ଜମିଲ୍‌, ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦି ଏବଂ ସଇଦ୍ ଅନୱର ପ୍ରମୁଖ ଅନ୍ୟତମା