Advertisment

ରାସ୍ତାରେ ପୋଷ୍ଟମର୍ଟମ୍ କଲେ ଡାକ୍ତର, ଅଧିକାରୀ ଦେଲେ ଏଭଳି ସଫେଇ

ବାର୍‌ମେର୍‌:ପୋଷ୍ଟମର୍ଟମ୍ ସାଧାରଣତଃ ଗୋପନୀୟ ଏବଂ ସମ୍ବେଦନଶୀଳ ପ୍ରକ୍ରିୟା ହୋଇଥିବାରୁ ଏହାକୁ ବନ୍ଦଗୃହ ମଧ୍ୟରେ କରାଯାଇଥାଏ। କିନ୍ତୁ ଏସବୁକୁ ଖାତିର ନକରି ଶବଗୃହ ନଥିଲା ବୋଲି ଦର୍ଶାଇ ଜଣେ ଡାକ୍ତର ରାସ୍ତା କଡ଼ରେ ପୋଷ୍ଟମର୍ଟମ୍ କରିଥ‍ବା ଖବର ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହିଭଳି ଘଟଣା ଘଟିଛି ରାଜସ୍ଥାନର ବାର୍‌ମେର୍‌ ଜିଲ୍ଲାର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏକ ଦୁର୍ଘଟଣାରେ ପ୍ରାଣ ହରାଇଥ‍ବା ଦୁଇ ଜଣ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ଘଟଣାସ୍ଥଳ ନିକଟରେ ରାସ୍ତାକଡ଼ରେ ହିଁ କରାଯାଇଥିବା ଜଣାଯାଇଛି। ଏହି ଘଟଣା ବାବଦରେ […]

ରାସ୍ତାରେ ପୋଷ୍ଟମର୍ଟମ୍ କଲେ ଡାକ୍ତର, ଅଧିକାରୀ ଦେଲେ ଏଭଳି ସଫେଇ

postmertem

Advertisment

ବାର୍‌ମେର୍‌:ପୋଷ୍ଟମର୍ଟମ୍ ସାଧାରଣତଃ ଗୋପନୀୟ ଏବଂ ସମ୍ବେଦନଶୀଳ ପ୍ରକ୍ରିୟା ହୋଇଥିବାରୁ ଏହାକୁ ବନ୍ଦଗୃହ ମଧ୍ୟରେ କରାଯାଇଥାଏ। କିନ୍ତୁ ଏସବୁକୁ ଖାତିର ନକରି ଶବଗୃହ ନଥିଲା ବୋଲି ଦର୍ଶାଇ ଜଣେ ଡାକ୍ତର ରାସ୍ତା କଡ଼ରେ ପୋଷ୍ଟମର୍ଟମ୍ କରିଥ‍ବା ଖବର ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି।

Advertisment

ଏହିଭଳି ଘଟଣା ଘଟିଛି ରାଜସ୍ଥାନର ବାର୍‌ମେର୍‌ ଜିଲ୍ଲାର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏକ ଦୁର୍ଘଟଣାରେ ପ୍ରାଣ ହରାଇଥ‍ବା ଦୁଇ ଜଣ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ଘଟଣାସ୍ଥଳ ନିକଟରେ ରାସ୍ତାକଡ଼ରେ ହିଁ କରାଯାଇଥିବା ଜଣାଯାଇଛି। ଏହି ଘଟଣା ବାବଦରେ ସଫେଇ ଦେଇ ସ୍ୱାସ୍ଥ୍ୟ ଅଧିକାରୀ କିନ୍ତୁ କହିଛନ୍ତି, ମାନବିକତା ଦୃଷ୍ଟିକୋଣରୁ ଏପରି କରାଯାଇଛି। ଆଖପାଖ ୧୦୦ କିଲୋମିଟର ମଧ୍ୟରେ ଶବଗୃହ ବା ’ମର୍ଚୁଆରୀ’ ନଥିବାରୁ ପୁଲିସ୍ ଏବଂ ପରିବାର ପକ୍ଷରୁ ଶବ ହସ୍ତାନ୍ତର ପାଇଁ ଅନୁରୋଧ କରାଯିବାରୁ ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଲା ବୋଲି ସେ କହିଛନ୍ତି।

ପୁଲିସ୍ ସୂଚନା ଅନୁଯାୟୀ, ମାୟା କନ୍‌ୱାର ନାମକ ଜଣେ ମହିଳା ଛାତରେ ଲୁଗା ଶୁଖାଉଥ‍ବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ଆସିଥିବା ତାଙ୍କ ଶ୍ୱଶୁର ଓ ଶାଶୁ ମଧ୍ୟ ଏହା ଦ୍ୱାରା ଆଘାତ ପାଇଥିଲେ। ଶ୍ବଶୁର ଗୁରୁତର ଆହତ ହୋଇଥିବାବେଳେ ଉଭୟ କନ୍‌ୱାର ଏବଂ ତାଙ୍କ ଶାଶୁ ଏଥିରେ ପ୍ରାଣ ହରାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe