ମୁଁ ସ୍କୁଲରୁ ଫେରୁ ଫେରୁ ମା’ ସହ ମିଶି ମାମୁ ବି…

ନାବାଳିକାଙ୍କୁ ଲୋମଟାଙ୍କୁରା ଯୌନ ନିର୍ଯାତନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ମୁଁ ସନ୍ଧ୍ୟାରେ ସ୍କୁଲରୁ ଘରକୁ ଫେରିଲେ ମା’ ଆଉ ମାମୁ ଏକାଠି  ମୋତେ ଗୋଟେ ଘରକୁ ଡାକି ନିଅନ୍ତି। ତା ପରେ ମା’ କବାଟ ବନ୍ଦ କରିଦିଏ, ଆଉ ମାମୁ ମୋତେ ଖରାପ୍‌ ଫିଲ୍ମ ଦେଖିବାକୁ ବାଧ୍ୟ କରନ୍ତି।”

ଘଟଣାଟି ହେଉଛି, ନୂଆଦିଲ୍ଲୀ ନର୍ଥ ଏଭିନ୍ୟୁ ଅଞ୍ଚଳର। ରାଜଧାନୀ ନୂଆଦିଲ୍ଲୀର ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରୀ ଏମିତି ଅଭିଯୋଗ କରିଛନ୍ତି। ଯାହାକୁ ଭିତ୍ତି କରି ପୁଲିସ୍‌ ପୀଡିତା ଛାତ୍ରୀଙ୍କ ସାବତ ମା’ଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଏଠାରେ ରହୁଥିବା ଜଣେ ଡାକ୍ତରଙ୍କ ସ୍କୁଲ ପଢୁଆ ଝିଅ ଏହି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପତ୍ନୀ ବିୟୋଗ ପରେ ୩ ବର୍ଷ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ। ସାବତ ମା’ ଆସିବା ପରେ ଡାକ୍ତରଙ୍କ ଝିଅ ଡରି ଯାଇଥିଲେ। କଥା କଥାକେ ଝିଅକୁ ସେ ମାରଧର୍‌ କରୁଥିଲେ ଓ ଡାକ୍ତର ବାବୁ ଡାକ୍ତରଖାନା ଚାଲିଯିବା ପରେ ସେ ସ୍କୁଲ ପଢୁଆ ଝିଅକୁ ଜୋର୍‌ କରି ବ୍ଲୁ ସିନେମା ଦେଖାଉଥିଲେ।

ଅଭିଯୋଗ ପରେ ପୁଲିସ୍‌ ପୀଡିତାଙ୍କ ସାବତ ମା’ଙ୍କୁ ପଚରା ଉଚରା କରୁଥିବା ବେଳେ ଅଭିଯୁକ୍ତ ମାମୁ ଫେରାର ହୋଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ

ଗର୍ଭବତୀ ହଟହଟା; ଅଲଟ୍ରା ସାଉଣ୍ଟ ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ

ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦%

ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା ପରେ ମେଡିକାଲ ଓପିଡି ବନ୍ଦ

‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଲଗାଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡ଼ିଲା ବିଏମ୍‌ସି

ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌