ଭାରତ-ଚାଇନା ବିବାଦ: ଡୋକଲାମ ୭୩ ଦିନ, ଲଦାଖ ୬୦ ଦିନ, କେମିତି ଥିଲା ପୂରା ଘଟଣା

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟି ସଂଘର୍ଷର ୩ଟି ସୋମବାର ପରେ ଭାରତ-ଚାଇନା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ନେଇ ବାଟ ଫିଟିବାର ସଙ୍କେତ ମିଳିଛି। ଆଂଶିକ ହେଉ ପଛେ, ଉଭୟ ଦେଶର ସେନା ଗଲୱାନରେ ଘଟିଥିବା ସଂଘର୍ଷ ସ୍ଥଳରୁ ପଛକୁ ହଟିଥିବା ଖବର ମିଳିଛି। ଡିସଏନଗେଜମେଣ୍ଟର ପ୍ରକୃତ ବୁଝାମଣାର ତଥ୍ୟ ମିଳି ନଥିଲେ ବି ଉଭୟ ଦେଶର ଯବାନ ବିବାଦୀୟ ଅଞ୍ଚଳରୁ ୧ରୁ ୨କିମି ପଛକୁ ଘୁଞ୍ଚିଛନ୍ତି। ଏଥିସହ ପିପି ୧୪ ନିକଟରୁ ଚାଇନିଜ ଯବାନ ନିଜର […]

dp

Hemant Lenka
  • Published: Monday, 06 July 2020
  • , Updated: 06 July 2020, 02:50 PM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟି ସଂଘର୍ଷର ୩ଟି ସୋମବାର ପରେ ଭାରତ-ଚାଇନା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ନେଇ ବାଟ ଫିଟିବାର ସଙ୍କେତ ମିଳିଛି। ଆଂଶିକ ହେଉ ପଛେ, ଉଭୟ ଦେଶର ସେନା ଗଲୱାନରେ ଘଟିଥିବା ସଂଘର୍ଷ ସ୍ଥଳରୁ ପଛକୁ ହଟିଥିବା ଖବର ମିଳିଛି। ଡିସଏନଗେଜମେଣ୍ଟର ପ୍ରକୃତ ବୁଝାମଣାର ତଥ୍ୟ ମିଳି ନଥିଲେ ବି ଉଭୟ ଦେଶର ଯବାନ ବିବାଦୀୟ ଅଞ୍ଚଳରୁ ୧ରୁ ୨କିମି ପଛକୁ ଘୁଞ୍ଚିଛନ୍ତି।

ଏଥିସହ ପିପି ୧୪ ନିକଟରୁ ଚାଇନିଜ ଯବାନ ନିଜର ସେନା ଶିବିର ଓ ଅସ୍ଥାୟୀ ନିର୍ମାଣକୁ ଭାଙ୍ଗିଦେଇଛି। ପ୍ରାୟ ୬୦ ଦିନର ବିବାଦରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ୨୦ ଜଣ ଭାରତୀୟ ଯବାନଙ୍କୁ ନିଜ ଜୀବନର ବିଳିଦାନ ଦେବାକୁ ମଧ୍ୟ ପଡ଼ିଛି।

ଏହାପୂର୍ବରୁ ୨୦୧୭ରେ ଡୋକଲାମରେ ଦୁଇ ଦେଶ ମଧ୍ୟରେ ତିକ୍ତତା ପ୍ରକାଶ ପାଇଥିଲା। ଦୀର୍ଘ ୭୩ ଦିନର ତିକ୍ତତା ପରେ ଶେଷରେ ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ପୂରା ଘଟଣା କେମିତି ଥିଲା 

୧-ମେ’୫-୬ ତାରିଖରେ ପ୍ରଥମେ ଲଦାଖ ବିବାଦର ସୂତ୍ରପାତ ହୋଇଥିଲା। ପଙ୍ଗୋଙ୍ଗ ଟିଏସଓରେ ଦୁଇ ଦେଶର ଯବାନ ମାରପିଟ୍‌ ହୋଇଥିଲେ। ଏହାକୁ ଇତି ମଧ୍ୟରେ ୬୦ ଦିନ ହେଲାଣି। ଏହାର ୩ ଦିନ ପରେ ସିକ୍କିମ ସୀମାନ୍ତ ନାକୁ ଲା ଠାରେ ପୁଣିଥରେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ୧୫୦ ଜଣ ଯବାନ ସାମିଲ ଥିଲେ। ଏଥିରେ ୪ ଜଣ ଭାରତୀୟ ଓ ୭ ଜଣ ଚାଇନିଜ୍‌ ସେନା ଆହତ ହୋଇଥିଲେ।

-ମେ’ ୧୨ ବେଳକୁ ସମସ୍ତଙ୍କ ଫୋକସ ପଙ୍ଗୋଙ୍ଗରୁ ଗଲୱାନ ଉପତ୍ୟକାକୁ ଚାଲି ଯାଇଥିଲା। ଏହି ଅଞ୍ଚଳରେ ଯବାନ ମୁତୟନ କରିବା ସହ ବିଭିନ୍ନ ନିର୍ମାଣ ଆରମ୍ଭ କରିଥିଲା ଚାଇନା। ବେଶ କିଛି ବର୍ଷ ଧରି ଏଠାରେ ସବୁ କିଛି ଶାନ୍ତ ଥିବା ବେଳେ ହଠାତ୍‌ ସବୁ ସକ୍ରିୟ ହୋଇ ଉଠିଥିଲା। ମେ’ ୧୯ ବେଳକୁ ଏହି ଅଞ୍ଚଳର ହଟ୍‌ ସ୍ପ୍ରିଙ୍ଗସରେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ। ଏଥିସହ ଚାଇନା କହିଥିଲା ଯେ ଭାରତୀୟ ଯବାନ ଏଲଏସି ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି।

୩-ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭାରତୀୟ ସୀମାନେ ଯବାନମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିବା କଥା କହିଥିଲା। ଚାଇନା ହିଁ ବଫର ଜୋନରେ ଭାରତୀୟ ଯବାନଙ୍କ ପ୍ୟାଟ୍ରୋଲିଂ ଉପରେ ରୋକ ଲଗାଇଥିବା ନୂଆଦିଲ୍ଲୀ କହିଥିଲା।

୪-ମେ’ ଶେଷ ବେଳକୁ ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଲେହ ମୁଖ୍ୟାଳୟ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ।

୫- ଚାଇନା ସୀମାରେ ଯବାନ ମୁତୟନ କରୁଥିବାରୁ ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ଅଧିକ ସଂଖ୍ୟକ ଫୋର୍ସ ପଠାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଥିଲେ। ଡୋକଲାମ ବିବାଦ ବେଳେ ହୋଇଥିବା ବୁଝାମଣାକୁ ଚାଇନା ଉଲ୍ଲଙ୍ଘନ କରିଥିବା ମଧ୍ୟ ସେ କହିଥିଲେ।

୬-ଭୁଟାନର ଡୋକଲାମକୁ ନେଇ ଭାରତ ଓ ଚାଇନା ୨୦୧୭ରେ ମୁହାଁମୁହିଁ ହୋଇଥିଲେ। ଚାଇନା ଡୋକଲାମକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହିଁଥିଲା। ହେଲେ ଭାରତ ଏହାକୁ ବିରୋଧ କରିଥିଲା। ଏହି ଅଞ୍ଚଳରୁ ନର୍ଥଇଷ୍ଟକୁ ଦେଶର ବିଭିନ୍ନ ପ୍ରାନ୍ତ ସଂଯୋଗ କରୁଛି। ଏହାକୁ ନେଇ ବିବାଦ ୭୩ ଦିନ ଧରି ଚାଲିଥିଲା। ଶେଷରେ କୂଟନୀତିକ ଆଲୋଚନା ଦ୍ୱାରା ସବୁ କିଛି ସାମାଧାନ ହୋଇଥିଲା।

୭-ଲଦାଖ ବିବାଦକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷାସ୍ତରୀୟ ଆଲୋଚନା ହୋଇଥିଲା। ଜୁନ୍‌ ୯ର ବୁଝାମଣା ଅନୁଯାୟୀ, ଉଭୟ ଦେଶ ସୀମାରେ ଡିସଏନଗେଜ୍‌ କରିବେ ବୋଲି ରାଜି ହୋଇଥିଲେ। ପଙ୍ଗୋଙ୍ଗ, ଗଲୱାନ ଭ୍ୟାଲି ଓ ହଟ୍‌ ସ୍ପ୍ରିଙ୍ଗ୍ସରୁ ଚାଇନା ସେନା ପ୍ରତ୍ୟାହାର କରିବ ବୋଲି ଭାରତୀୟ ସେନା ଘୋଷଣା କରିଥିଲା। ୪ ଦିନ ପରେ ସ୍ଥଳସେନା ମୁଖ୍ୟ ନରଭାଣେ ଡିସଏନଗେଜମେଣ୍ଟ ପର୍ଯ୍ୟାୟକ୍ରମେ ହେବ ବୋଲି କହିଥିଲେ।

୮- କିନ୍ତୁ ହଠାତ୍ ଚାଇନା ସୀମାରେ ସବୁ କିଛି ବଦଳି ଯାଇଥିଲା। ବୁଝାମଣାକୁ ଚାଇନା ଖାତିର କରି ନଥିଲା। ଗଲୱାନ ଭ୍ୟାଲିରେ ଚାଇନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଜୁନ୍‌ ୧୫ରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଏକ ଟିମ୍‌ ସ୍ଥିତି ତର୍ଜମା କରିବାକୁ ଯାଇଥିଲା। ଜୁନ୍‌ ୯ ବୁଝାମଣା ଅନୁଯାୟୀ, ଚାଇନା ସୈନ୍ୟ ପଛକୁ ଘୁଞ୍ଚାବା ଦରକାର ବୋଲି ସେମାନେ କହିଥିଲେ। ଏହାକୁ ନେଇ ଚାଇନା ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଦେଶ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲେ। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

୯-ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ସୀମାରେ ଉଭୟ ଭାରତ ଓ ଚାଇନା ଅଧିକ ସଂଖ୍ୟକ ଯବାନ ମୁତୟନ କରିବା ସହ ପରସ୍ପରକୁ ଦୋଷାରୋପ କରିଥିଲେ। ବିବାଦର ସମାଧାନ ପାଇଁ ବାରମ୍ବାର ବୈଠକ ଡକା ଯାଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଶେଷରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହିଁ ଫଳପ୍ରଦ ହୋଇଛି ଓ ଦୁଇ ଦେଶ ସେନା ପ୍ରତ୍ୟାହାର କରିଛନ୍ତି।

୧୦-ବିବାଦ ସୃଷ୍ଟି ହେବା ପରେ ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶ ଭାରତକୁ ସମର୍ଥନ କରିଥିଲେ। ଚାଇନା ସମର୍ଥନରେ ପାକିସ୍ତାନ ବାହାରିଥିଲା। ଭାରତ ସରକାର ବିବାଦକୁ ଦୃଷ୍ଟିରେ ରଖି ଦେଶରେ ଚାଲୁଥିବା ୫୯ଟି ଚାଇନିଜ ଆପ୍‌ ବ୍ୟାନ ମଧ୍ୟ କରିଥିଲେ।

Related story