Advertisment

ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖାଉଟିଙ୍କ ଉପରେ ବାଜିଛି ମହଙ୍ଗା ଛାଟ । ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା ।  ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି । ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଏଲ୍‌ପିଜି […]

ଅଦ୍ୟତନ ହୋଇଛି
ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

gas-cylinder

Advertisment

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖାଉଟିଙ୍କ ଉପରେ ବାଜିଛି ମହଙ୍ଗା ଛାଟ । ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା ।  ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି ।

Advertisment

ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । କୋଲକତାରେ ସିଲିଣ୍ଡର ପିଛା ଦାମ ୧୦୭୯ ହୋଇଥିବା ବେଳେ ଚେନ୍ନାଇରେ ଏହି ଦାମ୍‌ ୧୦୬୯ରେ ପହଞ୍ଚିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।

ଏହା ପୂର୍ବରୁ ମେ’ ମାସରେ ଘରୋଇ ଗ୍ୟାସ୍‌ ଦର ୫୦ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡର ପିଛା ୯୯୯ ଟଙ୍କାରେ ପହଞ୍ଚିଥିଲା। ଅପରପକ୍ଷେ, ୧୯ କେଜି କମର୍ସିଆଲ ଗ୍ୟାସ ଦର  ସିଲିଣ୍ଡର ପିଛା  ୮ଟଙ୍କା ୫୦ ପଇସା କମ୍‌ କରାଯାଇଥିଲା। କିଛି ଦିନ ପୂର୍ବରୁ ପୁଣି ଥରେ କମର୍ସିଆଲ ଗ୍ୟାସ୍‌ ଦର ୧୯୮ ଟଙ୍କା ସିଲିଣ୍ଡର ପିଛା କମ୍‌ କରାଯାଇଥିଲା। ଏହାପରେ ରାଜଧାନର ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨୦୨୧ ଟଙ୍କା ହୋଇଯାଇଥିଲା। ଏବେ ୮ଟା ୫୦ ପଇସା କମିବା ପରେ ଏହି ଦାମ ୨୦୧୨ ଟଙ୍କାରେ ପହଞ୍ଚିଛି।

Advertisment

କମ୍‌ ଦିନ ବ୍ୟବଧାନରେ ଗ୍ୟାସ୍‌ ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି।  ଏଥିଯୋଗୁ ଘରର ବଜେଟ ବିଗିଡ଼ିଯିବା ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe