Advertisment

ମଙ୍ଗଳ ଗ୍ରହରେ ରହିଛି ଏଲିଏନ୍ସଙ୍କ ଆଡ୍ଡା, ଟ୍ରମ୍ପ ବି ଜାଣିଛନ୍ତି ସତ!

ୱାଶିଂଟନ: ଆଜିର ଦିନରେ ବି ଏଲିଏନ୍ସ ରହିଛନ୍ତି। ମଙ୍ଗଳ ଗ୍ରହରେ ଏଲଏନ୍ସ ରହିଥିବା କଥା ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ଜାଣିଛନ୍ତି। ସବୁ ଜାଣି ସମସ୍ତେ ଚୁପ ରହିଛନ୍ତି ବୋଲି ଇସ୍ରାଏଲର ପୂର୍ବତନ ମହାକାଶ କାର୍ଯ୍ୟକ୍ରମର ମୁଖ୍ୟ ହାମି ଇଶେଦ କହିଛନ୍ତି। ସେ କହିଛନ୍ତି, ଏଲିଏନ୍ସ ସତରେ ଜୀବତ ରହିଛନ୍ତି। ସେମାନେ ପୃଥିବୀକୁ ଗୁପ୍ତ ଭାବେ ଆସିବା ସହ ମଙ୍ଗଳ ଗ୍ରହରେ ନିଜର ଆଡ୍ଡା ତିଆରି କରିଛନ୍ତି। ଇସ୍ରାଏଲ ଓ ଆମେରିକା ସହ ମଧ୍ୟ […]

author-image
Hemant Lenka
ଅଦ୍ୟତନ ହୋଇଛି
ମଙ୍ଗଳ ଗ୍ରହରେ ରହିଛି ଏଲିଏନ୍ସଙ୍କ ଆଡ୍ଡା, ଟ୍ରମ୍ପ ବି ଜାଣିଛନ୍ତି ସତ!

dsw

ୱାଶିଂଟନ: ଆଜିର ଦିନରେ ବି ଏଲିଏନ୍ସ ରହିଛନ୍ତି। ମଙ୍ଗଳ ଗ୍ରହରେ ଏଲଏନ୍ସ ରହିଥିବା କଥା ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ ଜାଣିଛନ୍ତି। ସବୁ ଜାଣି ସମସ୍ତେ ଚୁପ ରହିଛନ୍ତି ବୋଲି ଇସ୍ରାଏଲର ପୂର୍ବତନ ମହାକାଶ କାର୍ଯ୍ୟକ୍ରମର ମୁଖ୍ୟ ହାମି ଇଶେଦ କହିଛନ୍ତି।

Advertisment

ସେ କହିଛନ୍ତି, ଏଲିଏନ୍ସ ସତରେ ଜୀବତ ରହିଛନ୍ତି। ସେମାନେ ପୃଥିବୀକୁ ଗୁପ୍ତ ଭାବେ ଆସିବା ସହ ମଙ୍ଗଳ ଗ୍ରହରେ ନିଜର ଆଡ୍ଡା ତିଆରି କରିଛନ୍ତି। ଇସ୍ରାଏଲ ଓ ଆମେରିକା ସହ ମଧ୍ୟ ଏମାନଙ୍କର ସମ୍ପର୍କ ରହିଛି। ଖାଲି ସେତିକି ନୁହେଁ, ଡୋନାଲ୍ଡ ଟ୍ରମ୍ପ ଏହି କଥା ଭଲ ଭାବେ ଜାଣିଛନ୍ତି।

(Former Israel Space Chief Haim Eshed

ମଣିଷ ଜାତି ଏବେ ଏପରି ଏକ ସ୍ଥିତିରେ ପହଞ୍ଚି ଯାଇଛି ଯେ, ତା’କୁ ଯଦି ଏଲିଏନ୍ସଙ୍କ ଉପସ୍ଥିତି କଥା କୁହାଯିବ, ତା’ହେଲେ ଏହାକୁ କେହି ବି ବିଶ୍ୱାସକୁ ନେବନି। ତେଣୁ ଏଲିଏନ୍ସର ସତକୁ ଏଯାଏ ଲୁଚାଇ ରଖାଯାଇଥିବା ସେ କହିଛନ୍ତି।

Advertisment

୩୦ ବର୍ଷ ଧରି ଇସ୍ରାଏଲର ମହାକାଶ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ହାମି ଇଶେଦ ସ୍ଥାନୀୟ ଖବରକାଗଜ Yediot Aharonotକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି। ସେ କହିଛନ୍ତି, ଏଲିଏନ୍ସଙ୍କର ଗୋଟିଏ ଗାଲାଟିକ ଫେଡରେସନ ତିଆରି କରାଯାଇଛି। ଏହା ଆମେରିକା ସହ ଗୁପ୍ତ ବୁଝାମଣା କରି ମଙ୍ଗଳ ଗ୍ରହର ମାଟି ଭିତରେ ନିଜର ଆଡ୍ଡା ଚଳାଉଛି। ଟ୍ରମ୍ପ ଏହି ଏଲିଏନ୍ସଙ୍କ ସମ୍ପର୍କରେ ଖୁଲାସା କରିବାକୁ ଯାଉଥିଲେ। କିନ୍ତୁ ତାଙ୍କ ଉପରେ ଏଲିଏନ୍ସମାନେ ଚାପ ପ୍ରୟୋଗ କରି ସବୁ ଲୁଚାଇ ରଖିବାକୁ କହିଥିଲେ।

 Galactic Federation of Aliens, Former Israel Space Chief Haim Eshed,

ପୃଥିବୀକୁ ଆସୁଥିବା ଏଲିଏନ୍ସ ଓ ଆମେରିକା ସରକାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ହୋଇଛି। ଟ୍ରମ୍ପ କ୍ଷମତାରେ ଥିବା ବେଳେ ଏଲିଏନ୍ସଙ୍କ ସହ ଆମେରିକା ସରକାର ସମ୍ପର୍କ ମଧ୍ୟ ବୃଦ୍ଧି କରିଥିଲେ। ଏହି ଏଲିଏନ୍ସମାନେ ଆମେରିକାର ଏଜେଣ୍ଟମାନଙ୍କ ସହ ମିଶି ବ୍ରହ୍ମାଣ୍ଡ ବିଷୟରେ ସବୁ କିଛି ଜାଣିବାକୁ ଚାହୁଁଛନ୍ତି।

ଏଲିଏନ୍ସଙ୍କ ଉପସ୍ଥିତି ସମ୍ପର୍କରେ ଯଦି ହଠାତ୍‌ ଘୋଷଣା କରାଯାଉଛି, ତା’ହେଲେ ଲୋକମାନେ ବିଚଳିତ ହେବାର ସମ୍ଭାବନା ରହିଛି। ତେଣୁ ଫେଡରେସନ ଲୋକଙ୍କୁ ବିଚଳିତ କରିବାକୁ ଚାହୁଁନାହିଁ। ଏଲିଏନ୍ସଙ୍କ ମତରେ ପ୍ରଥମେ ସେମାନେ ମାନସିକ ସ୍ତରରେ ସୁସ୍ଥ ଓ ବୁଦ୍ଧିଆ ହେବା ପରେ ଆମେରିକା ସରକାର ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଘୋଷଣା କରନ୍ତୁ।

Galactic Federation of Aliens, Former Israel Space Chief Haim Eshed,

ମଙ୍ଗଳ ଗ୍ରହରୁ ଏଲିଏନ୍ସମାନେ ପୃଥିବୀକୁ ଆସୁଛନ୍ତି। ଆମେରିକା ଏଥିପାଇଁ ସବୁ ପ୍ରକାରର ସହାୟତା କରୁଛି ଓ ସବୁ ତଥ୍ୟକୁ ଗୁପ୍ତ ରଖିବା ପାଇଁ ସେମାନଙ୍କ ସହ ଚୁକ୍ତି ମଧ୍ୟ କରିଛି। ମଙ୍ଗଳ ଗ୍ରହରେ ଥିବା ଆଡ୍ଡାରେ ଏଲିଏନ୍ସ ପ୍ରତିନିଧିଙ୍କ ସହ ଆମେରିକାର ମହାକାଶଚାରୀମାନେ ମଧ୍ୟ ରହିଛନ୍ତି।

Galactic Federation of Aliens, Former Israel Space Chief Haim Eshed,

ପୂର୍ବରୁ ମଧ୍ୟ ସେ ଅନେକ ଥର ଏକଥା କହିଛନ୍ତି। ହେଲେ ଆଜି ଯାଏ ତାଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ସମସ୍ତେ ତାଙ୍କୁ ପାଗଳ ବୋଲି କହୁଛନ୍ତି। ୫ ବର୍ଷ ପୂର୍ବରୁ ଯଦି ସେ ଏହାର ଖୁଲାସା କରିଥାଆନ୍ତେ, ତା’ହେଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଆଯାଇଥାଆନ୍ତା ବୋଲି ହାମି କହିଛନ୍ତି।

Galactic Federation of Aliens, Former Israel Space Chief Haim Eshed,

ଅଧିକ ପଢ଼ନ୍ତୁ : ରାଷ୍ଟ୍ରପତି ଭବନ ସୁରକ୍ଷା ଦାୟିତ୍ୱ ପକ୍ଷୀ

Donald Trump Space News