Advertisment

ଶେଷରେ ହ୍ୱାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ପତ୍ନୀଙ୍କୁ ଧରି କୁଆଡ଼େ ଗଲେ ଜାଣନ୍ତୁ

ୱାଶିଂଟନ: ବହୁ ବାଦ ବିବାଦ ପରେ ଶେଷରେ ହ୍ୱାଇଟ ହାଉସ ଛାଡ଼ିଛନ୍ତି ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ସେ ୨୦୧୬ରେ ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ଗ୍ରହଣ ନେବେ। ଏଥିପାଇଁ କ୍ୟାପିଟଲ ହିଲ୍ସରେ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଛି। ଭାରତୀୟ ସମୟ ରାତି ୧୦.୩୦ରେ ଏହି ଶପଥ ପାଠ କାର୍ଯ୍ୟକ୍ରମ […]

ଅଦ୍ୟତନ ହୋଇଛି
ଶେଷରେ ହ୍ୱାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ପତ୍ନୀଙ୍କୁ ଧରି କୁଆଡ଼େ ଗଲେ ଜାଣନ୍ତୁ

fy

Advertisment

ୱାଶିଂଟନ: ବହୁ ବାଦ ବିବାଦ ପରେ ଶେଷରେ ହ୍ୱାଇଟ ହାଉସ ଛାଡ଼ିଛନ୍ତି ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ସେ ୨୦୧୬ରେ ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ।

Advertisment

ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ଗ୍ରହଣ ନେବେ। ଏଥିପାଇଁ କ୍ୟାପିଟଲ ହିଲ୍ସରେ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଛି। ଭାରତୀୟ ସମୟ ରାତି ୧୦.୩୦ରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ହେବ। ଟ୍ରମ୍ପ କିନ୍ତୁ ଏହି ଶପଥ ପାଠ ଉତ୍ସବରେ ଯୋଗଦେବେ ନାହିଁ। ସେ ବାଇଡେନଙ୍କ ବିଜୟକୁ ଏଯାଏ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ବେଆଇନ ଭାବେ ବାଇଡେନ ରାଷ୍ଟ୍ରପତି ହୋଇଥିବା ମଧ୍ୟ ଟ୍ରମ୍ପ କହିଥିଲେ।

ଆଜି ସନ୍ଧ୍ୟାରେ ଟ୍ରମ୍ପ ତାଙ୍କ ପତ୍ନୀ ମେଲେନିଆଙ୍କ ସହ ହ୍ୱାଇଟ ହାଉସ ଛାଡ଼ିଥିଲେ। ହ୍ୱାଇଟ ହାଉସରୁ ଟ୍ରମ୍ପ ଦମ୍ପତି ବେସ୍‌ ଆଣ୍ଡ୍ର୍ୟୁସକୁ ଯିବେ। ସେଠାରେ ଥିବା ଏୟାର ଫୋର୍ସ ୱାନରେ ଶେଷଥର ପାଇଁ ଡୋନାଲ୍ଡ ଟ୍ରମ୍ପ ଓ ମାଲେନିଆ ବସି ଫ୍ଲରିଡାରେ ଥିବା ପାଲମ ବିଚ୍‌ ଯିବେ। ଫ୍ଲରିଡାରେ ଥିବା ଘରେ ଟ୍ରମ୍ପ ରହିବେ ବୋଲି ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କ ‘ସିକ୍ରେଟ୍ ଲେଟର’ ବାଇଡେନଙ୍କୁ ବାଧିଲା କି?

Donald Trump USA Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe