Advertisment

ଏଚ୍-୧ବି ଭିସା ଉପରେ ଅସ୍ଥାୟୀ ରୋକ୍ ଲଗାଇଲେ ଟ୍ରମ୍ପ ସରକାର

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍-୧ବି ଭିସା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କହିଛନ୍ତି ନିଜ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟତା ଭିତ୍ତିକ ଇମିଗ୍ରେସନ ଦିଗରେ ବଢ଼ିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିବା ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ସୂଚନା ଦେଇଛନ୍ତି। ଯୋଗ୍ୟତାକୁ ଭିତ୍ତିକ ଇମିଗ୍ରେସନ ବ୍ୟବସ୍ଥାକୁ ଆପଣାଇବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ଏଚ-୧ବି ଭିସା ସମେତ ଅନ୍ୟ କାର୍ଯ୍ୟ ଭିଜାକୁ ଅସ୍ଥାୟୀ ଭାବେ ରଦ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ବୋଲି ହ୍ୱାଇଟ୍ ହାଉସ ଅଧିକାରୀମାନେ […]

ଆମେରିକା ରାଷ୍ଟ୍ରପତି ନୋବେଲ୍ ଶାନ୍ତି ପାଇଁ ମନୋନୀତ

trump

Advertisment

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍-୧ବି ଭିସା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କହିଛନ୍ତି ନିଜ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟତା ଭିତ୍ତିକ ଇମିଗ୍ରେସନ ଦିଗରେ ବଢ଼ିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିବା ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ସୂଚନା ଦେଇଛନ୍ତି।

Advertisment

ଯୋଗ୍ୟତାକୁ ଭିତ୍ତିକ ଇମିଗ୍ରେସନ ବ୍ୟବସ୍ଥାକୁ ଆପଣାଇବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ଏଚ-୧ବି ଭିସା ସମେତ ଅନ୍ୟ କାର୍ଯ୍ୟ ଭିଜାକୁ ଅସ୍ଥାୟୀ ଭାବେ ରଦ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ବୋଲି ହ୍ୱାଇଟ୍ ହାଉସ ଅଧିକାରୀମାନେ ଏକ ବିବୃତିରେ କହିଛନ୍ତି। ଆମେରିକା ଯୋଗ୍ୟତା ଆଧାରିତ ଇମିଗ୍ରେସନ ପ୍ରଣାଳୀକୁ ଆପଣାଇବାକୁ ଯାଉଛି। ଏଣୁ ଟ୍ରମ୍ପ ସରକାର କୁଶଳୀ କର୍ମଚାରୀଙ୍କୁ ପ୍ରାଥମିକତା ଦେବେ ଏବଂ ଆମେରିକା ନାଗରିକଙ୍କ ଚାକିରିକୁ ସୁରକ୍ଷା ଦେବା ଲାଗି ଇମିଗ୍ରେସନ ପ୍ରଣାଳୀରେ ସଂସ୍କାର ଆଣିବେ ବୋଲି ବିବୃତିରେ କୁହାଯାଇଛି।

ହ୍ୱାଇଟ୍ ହାଉସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବ୍ୟବସ୍ଥାରେ ନୂତନ ସଂସ୍କାର ଅନୁଯାୟୀ, ସର୍ବାଧିକ ବେତନ ପ୍ରାପ୍ତ କର୍ମଚାରୀଙ୍କୁ ଏଚ-୧ବି ଭିସା କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯିବ। ଏହା ବ୍ୟତୀତ ଯାହାର ଲାଭ ଉଠାଇ କମ୍ପାନୀଗୁଡ଼ିକ ଆମେରିକା କର୍ମଚାରୀଙ୍କ ସ୍ଥାନରେ ଶସ୍ତା ବିଦେଶୀ କର୍ମଚାରୀଙ୍କୁ ରଖୁଛନ୍ତି, ସେହି ସବୁ ତ୍ରୁଟି ବିଚ୍ୟୁତିକୁ ଦୂର କରାଯିବ ଏବଂ ବ୍ୟବସ୍ଥାରେ ସଂସ୍କାର ଅଣାଯିବ।

Advertisment

ଏହି ସବୁ ସଂସ୍କାର ଅଣାଗଲେ ଆମେରିକା ଶ୍ରମିକମାନଙ୍କୁ ସୁରକ୍ଷା ଦିଆଯାଇପାରିବ। ଏହାସହ ଆମେରିକାରେ କେବଳ କୁଶଳୀ କର୍ମଚାରୀ ବା ଶ୍ରମିକମାନେ ହିଁ ପ୍ରବେଶ କରିପାରିବେ। ତେବେ ଟ୍ରମ୍ପ ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଭାରତୀୟ ପେସାଦାରଙ୍କୁ ପ୍ରଭାବିତ କରିପାରେ।

ଏଚ୍-୧ବି ଭିସା ହେଉଛି ଏକ ଅଣ-ପ୍ରବାସୀ ଭିସା। ଏହା ଆମେରିକା କମ୍ପାନୀଗୁଡ଼ିକୁ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟରେ ବିଦେଶୀ ଶ୍ରମିକ ଓ କର୍ମଚାରୀଙ୍କୁ ବୃତ୍ତିରେ ନିୟୋଜିତ କରିବାକୁ ଅନୁମତି ଦେଇଥାଏ। ଭାରତୀୟ ଆଇଟି ପେସାଦାରମାନଙ୍କ ମଧ୍ୟରେ ଏହି ଭିସାର ଚାହିଦା ଅଧିକ ରହିଛି। ଆମେରିକାରେ ପ୍ରତି ବର୍ଷ ୮୫,୦୦୦ଟି ଏଚ୍-୧ବି ଭିସା ଜାରି କରାଯିବାର ବ୍ୟବସ୍ଥା ରହିଛି। ତେବେ ଗତ ବର୍ଷ ୨,୨୫,୦୦୦ ଜଣ ଏହି ଭିସା ପାଇଁ ଆବେଦନ କରିଥିଲେ ବୋଲି ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe