Advertisment

ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ

ନୂଆଦିଲ୍ଲୀ: ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍‌ ଟ୍ୱିଟ୍‌ […]

ଅଦ୍ୟତନ ହୋଇଛି
ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ

lata-final

Advertisment

ନୂଆଦିଲ୍ଲୀ: ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍‌ ଟ୍ୱିଟ୍‌ କରି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନ କରିବା ପାଇଁ ଅନୁରୋଧ କରିଛନ୍ତି। ଲତାଙ୍କର ଏହି ଟ୍ୱିଟ୍‌ ଏବେ ଭାଇରାଲ୍ ହେଉଛି।

ଲତା ମଙ୍ଗେଶକର ଲେଖିଛନ୍ତି, ‘ନମସ୍କାର ଏମ୍‌.ଏସ୍ ଧୋନିଜୀ।  ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’

Advertisment

ସେ ଆହୁରି ଲେଖିଛନ୍ତି, ‘ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଏବେ ଅବସର କଥା ଭାବନ୍ତୁ ନାହିଁ।’

ଧୋନିଙ୍କୁ ପସନ୍ଦ କରୁଥିବା ୟୁଜର୍ସ ସୋଶାଲ୍‌ ମିଡିଆରେ ଲତାଙ୍କ କଥାକୁ ସମର୍ଥନ କରିଛନ୍ତି।  ୧୪ ହଜାର ଲୋକ ଏହି ଟ୍ୱିଟ୍‌କୁ ଲାଇକ୍‌ କରିଥିବା ବେଳେ ୭୦୦ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିଛି।

ସୂଚନାଯୋଗ୍ୟ, ଗତକାଲି ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଶେଷ ଓଭରରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳ ୧୮ ରନ୍‌ରେ ହାରିଯାଇଥିଲା ଓ ଫାଇନାଲ୍‌ରେ ପହଞ୍ଚି ପାରି ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe