Advertisment

ଦୋଷ ସ୍ୱୀକାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆପ୍ ରାଲିରେ ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅରବିନ୍ଦ କେଜ୍ରିୱାଲ। ସେ ସ୍ୱୀକାର କରିଛନ୍ତି ଯେ ଗଜେନ୍ଦ୍ରଙ୍କ ଆତ୍ମହତ୍ୟା ସତ୍ତ୍ୱେ ରାଲିକୁ ଜାରି ରଖିବା ଓ ସେ ଭାଷଣ ଦେବା ଠିକ୍ ହୋଇନାହିଁ। ଏଭଳି କରି ସେ ଏକ ବଡ଼ ଭୁଲ କରିଛନ୍ତି। ଏହି ଘଟଣା ପରେ ରାଲିକୁ ବାତିଲ କରି ଦେବା ଠିକ୍ ହୋଇଥାଆନ୍ତା। ଏଥିଯୋଗୁ ଆଘାତ ପାଇଥିବା ଲୋକଙ୍କୁ ସେ କ୍ଷମା […]

ଦୋଷ ସ୍ୱୀକାର କଲେ କେଜ୍ରିୱାଲ

arabinda

Advertisment

ନୂଆଦିଲ୍ଲୀ: ଆପ୍ ରାଲିରେ ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅରବିନ୍ଦ କେଜ୍ରିୱାଲ। ସେ ସ୍ୱୀକାର କରିଛନ୍ତି ଯେ ଗଜେନ୍ଦ୍ରଙ୍କ ଆତ୍ମହତ୍ୟା ସତ୍ତ୍ୱେ ରାଲିକୁ ଜାରି ରଖିବା ଓ ସେ ଭାଷଣ ଦେବା ଠିକ୍ ହୋଇନାହିଁ। ଏଭଳି କରି ସେ ଏକ ବଡ଼ ଭୁଲ କରିଛନ୍ତି। ଏହି ଘଟଣା ପରେ ରାଲିକୁ ବାତିଲ କରି ଦେବା ଠିକ୍ ହୋଇଥାଆନ୍ତା। ଏଥିଯୋଗୁ ଆଘାତ ପାଇଥିବା ଲୋକଙ୍କୁ ସେ କ୍ଷମା ମଧ୍ୟ ମାଗିଛନ୍ତି।

Advertisment

କେଜ୍ରିୱାଲ ଆହୁରି କହିଛନ୍ତି ଯେ ତାଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଗଲା। ସେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେହି ଦିନ ରାତିରେ ସେ ଆଦୌ ଶୋଇପାରି ନ ଥିଲେ।

ଏ ଘଟଣା ନେଇ ଆପକୁ ଦାୟୀ କରାଯାଉଥିବା ବେଳେ ସେ କହିଛନ୍ତି ଯେ ଏହି ଘଟଣାକୁ ନେଇ ଯେକୌଣସି ବ୍ୟକ୍ତି ଯେକୌଣସି ନିଷ୍କର୍ସରେ ପହଞ୍ଚିପାରିବେ। କିନ୍ତୁ ଶେଷରେ ତଦନ୍ତରୁ ହିଁ ସତ କଥା ବାହାରିବ।

Advertisment

କେଜ୍ରିୱାଲ ଏହା ବି କହିଛନ୍ତି ଯେ ରାଲି ଦିନ ଗଛ ଉପରେ କ’ଣ ଘଟୁଥିଲା ତାହା ସେ ଦେଖିପାରି ନ ଥିଲେ। ଏମିତି କିଛି ଅଘଟଣ ଘଟିବ ବୋଲି ସେ ଆଶଙ୍କା ବି କରି ନ ଥିଲେ। ନହେଲେ ଠିକଣା ପଦକ୍ଷେପ ନେଇ ପାରି ଥାଆନ୍ତେ।

ସୂଚନାଯୋଗ୍ୟ, ଗଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଗଛରୁ ତଳକୁ ଅଣାଯିବା ପରେ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯିବା ପରେ ଦେଢ଼ ଘଣ୍ଟା ଧରି ରାଲି ଚାଲିଥିଲା ଓ କେଜ୍ରିୱାଲ ଭାଷଣ ଦେଇ ଚାଲିଥିଲା। ଏହାକୁ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ତେବେ ସେଦିନ ଆପ ନେତା କୁମାର ବିଶ୍ୱାସ କହିଥିଲେ ଯେ ରାଲି ବାତିଲ କରି ଦେଇଥିଲେ ଲୋକେ ଉତ୍ତ୍ୟକ୍ତ ହୋଇଯାଇ ଥାଆନ୍ତେ ଓ ବିଶୃଙ୍ଖଳା ସୃଷ୍ଟି ହୋଇଥାଆନ୍ତା। ତେଣୁ ଲୋକଙ୍କୁ ବାନ୍ଧି ରଖିବାକୁ ରାଲିକୁ ଜାରି ରଖାଯାଇଥିଲା।

ଅନ୍ୟପକ୍ଷରେ ଗଜେନ୍ଦ୍ରଙ୍କ ବାପା ବାନ୍ନେ ସିଂହ କହିଛନ୍ତି ଯେ କେଜ୍ରିୱାଲ କ୍ଷମା ମାଗି ଦେଲେ ଆଉ ତାଙ୍କ ପୁଅ ଫେରି ଆସିବ ନାହିଁ। ଗଜେନ୍ଦ୍ରଙ୍କ ଦାଦା ଗୋପାଳ ସିଂହ କହିଛନ୍ତି କେଜ୍ରିୱାଲ କ୍ଷମା ମାଗିବା ଘଟଣାରୁ ଏହା ଜଣାପଡୁଛି ଯେ କେଉଁଠି ନା କେଉଁଠି ଭୁଲ ରହିଥିଲା। ତେବେ ଆମ ପରିବାର ଲୋକେ ଏଥିପାଇଁ ଦାୟୀ କ୍ଷମତାଶାଳୀ ଲୋକଙ୍କ ବିରୁଦ୍ଧରେ ଲଢ଼େଇ କରିପାରିବ ନାହିଁ। ତେବେ ଗଜେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଉପରେ ବ୍ୟକ୍ତିଗତ ଭାବେ ନଜର ରଖିବାକୁ କେଜ୍ରିୱାଲଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଭାଇ ବୀରେନ୍ଦ୍ର ସିଂହ।

ଜମି ଅଧିଗ୍ରହଣ ବିଲକୁ ନେଇ ବୁଧବାର ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଆପର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେବାକୁ ଆସିଥିବା ଯୁବ ଚାଷୀନାମ ଗଜେନ୍ଦ୍ର ସିଂହ ସେଠାରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ଯାଇଥିଲେ ଓ ଗାମୁଛା ଦ୍ୱାରା ଏକ ଫାଶ ତିଆରି କରି ବେକରେ ବାନ୍ଧି ଗଛରୁ ଝୁଲି ଯାଇଥିଲେ। ଫଳରେ ସେ ପ୍ରାଣ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe