Advertisment

ମଦ ନିଶାରେ ଜିଅନ୍ତା ସାପକୁ ଗିଳିଦେଲେ, ଆଉ ତା ପରେ...

ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର): ମଦ ପିଇଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ। ଆଉ ଏମିତି କିଛି ପଦକ୍ଷେପ ନେଇବସେ ଯାହାକୁ ଆପଣ କେବେ କଳ୍ପନା ବି କରି ପାରିବେନି। ଏ କଥାଟିକୁ ଆମ ଭଳି ଆପଣ ବି ନିଶ୍ଚିତ ସମର୍ଥନ କରିବେ। ବାସ୍ତବରେ ଲୋକେ ମଦ ପିଉନାହାନ୍ତି, ମଦ ସେମାନଙ୍କୁ ପିଇଯାଉଛି। ଜାଣିଛନ୍ତି, ଆମେ କାହିଁକି ଏ କଥା କହୁଛୁ ? ଉତ୍ତରପ୍ରଦେଶର ଗୋଟିଏ ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ସୋଶାଲ ମିଡିଆରେ ବି […]

author-image
Mihir Pattnayak
ମଦ ନିଶାରେ ଜିଅନ୍ତା ସାପକୁ ଗିଳିଦେଲେ, ଆଉ ତା ପରେ...

sapa

ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର): ମଦ ପିଇଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ। ଆଉ ଏମିତି କିଛି ପଦକ୍ଷେପ ନେଇବସେ ଯାହାକୁ ଆପଣ କେବେ କଳ୍ପନା ବି କରି ପାରିବେନି। ଏ କଥାଟିକୁ ଆମ ଭଳି ଆପଣ ବି ନିଶ୍ଚିତ ସମର୍ଥନ କରିବେ। ବାସ୍ତବରେ ଲୋକେ ମଦ ପିଉନାହାନ୍ତି, ମଦ ସେମାନଙ୍କୁ ପିଇଯାଉଛି। ଜାଣିଛନ୍ତି, ଆମେ କାହିଁକି ଏ କଥା କହୁଛୁ ?

Advertisment

ଉତ୍ତରପ୍ରଦେଶର ଗୋଟିଏ ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ସୋଶାଲ ମିଡିଆରେ ବି ହଇଚଇ ସୃଷ୍ଟି କରିଛି ଭିଡିଓଟି। କଥାଟା ହେଉଛି ଗୋଟେ ସାପ ପାଇଁ ୪୦ ବର୍ଷିୟ ଜଣେ ଯୁବକଙ୍କ ପ୍ରାଣ ଯାଇଛି। ହେଲେ ଏଥିରେ ସାପର କିଛି ଭୁଲ୍‌ ନାହିଁ।

ମୂଳ କଥା ହେଉଛି। ଉତ୍ତର ପ୍ରଦେଣ ଅମରୋହର ମହିପାଳ ସିଂହ(୪୦) ସବୁଦିନ ପରି ବୁଧବାର ମଦ ପିଇ ଟୁଲଟୁଲ ହେବା ପରେ ଘରକୁ ଫେରୁଥିଲେ। ଏତିକି ବେଳେ ରାସ୍ତାରେ ଛୋଟିଏ ସାପ ଦେଖି ସେ ତାକୁ ଧରିବା ପାଇଁ ଅଣ୍ଟା ଭିଡିଥିଲେ।

Advertisment

ମାତାଲ ଅବସ୍ଥାରେ ଥିବାରୁ ସାପ ଧରିବା ତାଙ୍କ ପାଇଁ କିଛି ବଡ଼ କଥା ନ ଥିଲା। ସେ ସାପ ଧରି ତା ସହ ଖେଳୁଥିବା ବେଳେ ନିକଟରେ ଥିବା ଲୋକେ ତାଙ୍କୁ ଉସୁକାଇ ଦେଇଥିଲେ। ସାପ ଧରି ଖେଳୁଥିବାରୁ ନିଜର ବୀର ଦର୍ପ ଦେଖାଇ ସଙ୍ଗେସଙ୍ଗେ ସେ ସାପଟିକୁ ଗିଳି ଦେଇଥିଲେ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ହେଲେ ସାପ ଗିଳିବାର କିଛି ଘଣ୍ଟା ପରେ ମହିପାଳଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ସେ ବାନ୍ତି କରିବାକୁ ଚେଷ୍ଟା କରିଥିଲେ ହେଁ ସାପଟି ପାଟିରୁ ବାହାରି ନ ଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତବେଳକୁ ମହିପାଳଙ୍କ ମୃତ୍ୟୁ ଘଟି ସାରିଥିଲା।