ଡ୍ରାଇକ୍ଲିନ୍ ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୪ ମୃତ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର ଦିଲସାଦ କଲୋନୀ ଅଞ୍ଚଳର ମଙ୍ଗଳବାର ଏକ ଡ୍ରାଇକ୍ଲିନ ଦୋକାନରେ ହଠାତ୍‌ ନିଆଁ ଲାଗି ଗୋଟିଏ ପରିବାର ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାଇକ୍ଲିନ ଦୋକାନୀ ରାଜନ ଓ ତାଙ୍କ ପତ୍ନୀ ଅନୁଜା (୩୨), ତାଙ୍କ ୮ ବର୍ଷର ପୁଅ ଚିକୁ ଏବଂ ପ୍ରଦୀପ (୫୯)। ୬ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ […]

fire

fire

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 08:53 AM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର ଦିଲସାଦ କଲୋନୀ ଅଞ୍ଚଳର ମଙ୍ଗଳବାର ଏକ ଡ୍ରାଇକ୍ଲିନ ଦୋକାନରେ ହଠାତ୍‌ ନିଆଁ ଲାଗି ଗୋଟିଏ ପରିବାର ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାଇକ୍ଲିନ ଦୋକାନୀ ରାଜନ ଓ ତାଙ୍କ ପତ୍ନୀ ଅନୁଜା (୩୨), ତାଙ୍କ ୮ ବର୍ଷର ପୁଅ ଚିକୁ ଏବଂ ପ୍ରଦୀପ (୫୯)। ୬ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ରାଜନ କଲୋନୀରେ ଏକ ଡ୍ରାଇକ୍ଲିନ ଦୋକାନ କରିଥିଲେ। ଉକ୍ତ ବିଲ୍ଡିଂର ଦ୍ୱିତୀୟ ମହଲାରେ ତାଙ୍କ ପରିବାର ରହୁଥିଲେ। ଆଜି ହଠାତ ତାଙ୍କ ଦୋକାନରେ ନିଆଁ ଲାଗି ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos