Advertisment

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ନ୍ୟୁୟର୍କ: ଶରୀରକୁ ରୋଗ ମୁକ୍ତ ରଖିବା ପାଇଁ ଉଦ୍ଭିଦ ଜାତ ଖାଦ୍ୟ ଖାଇବା ନିହାତି ଜରୁରୀ। ଏକ ସର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନେ ଉଦ୍ଭିଦ ଜାତ ଖାଦ୍ୟ ଖାଉଛନ୍ତି, ସେମାନେ ରୋଗରେ ପଡ଼ିବା ଆଶଙ୍କା ବହୁତ କମ। ଆମେରିକାନ କଲେଜ ଅଫ ନ୍ୟୁଟ୍ରେସନ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ, ଗବେଷକମାନେ କ୍ଲିନିକାଲ ଟ୍ରାଏଲ ଓ ମହାମାରୀ ସଂକ୍ରାନ୍ତ ବିଷୟବସ୍ତୁ ଉପରେ ସମୀକ୍ଷା କରି ଏଭଳି ନିର୍ଯାସରେ ପହଞ୍ଚିଛନ୍ତି। ବିଶ୍ୱରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୮୪୧ […]

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

daw

Advertisment

ନ୍ୟୁୟର୍କ: ଶରୀରକୁ ରୋଗ ମୁକ୍ତ ରଖିବା ପାଇଁ ଉଦ୍ଭିଦ ଜାତ ଖାଦ୍ୟ ଖାଇବା ନିହାତି ଜରୁରୀ। ଏକ ସର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନେ ଉଦ୍ଭିଦ ଜାତ ଖାଦ୍ୟ ଖାଉଛନ୍ତି, ସେମାନେ ରୋଗରେ ପଡ଼ିବା ଆଶଙ୍କା ବହୁତ କମ। ଆମେରିକାନ କଲେଜ ଅଫ ନ୍ୟୁଟ୍ରେସନ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ, ଗବେଷକମାନେ କ୍ଲିନିକାଲ ଟ୍ରାଏଲ ଓ ମହାମାରୀ ସଂକ୍ରାନ୍ତ ବିଷୟବସ୍ତୁ ଉପରେ ସମୀକ୍ଷା କରି ଏଭଳି ନିର୍ଯାସରେ ପହଞ୍ଚିଛନ୍ତି।

Advertisment

ବିଶ୍ୱରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୮୪୧ ମିଲିନୟରୁ ବୃଦ୍ଧି ପାଇ ୨୦୫୦ ବେଳକୁ ୨ ବିଲିୟନରେ ପହଞ୍ଚି ଯିବ। ଫଳରେ ସେମାନେ ଅଧିକ ମାତ୍ରାରେ ରୋଗରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ବୋଝ ଲଦି ହୋଇଯିବ।

ତେବେ ଉଦ୍ଭିଦ ଜାତ ଖାଦ୍ୟ ଖାଇବା ଦ୍ୱାରା ରୋଗରେ ପଡ଼ିବା ଆଶଙ୍କା ବହୁତ କମ ହୋଇଯିବ। ବିଶେଷ କରି ନିରାମିଷ ଖାଦ୍ୟ ଖାଉଥିବା ଲୋକମାନେ ମଧୁମେହର ଟାଇପ ୨, କ୍ୟାନ୍ସର, ହାର୍ଟ ଭଳି ରୋଗରେ ପଡ଼ିବାର ଆଶଙ୍କା ୫୦% କମ ରହିଛି। ସେହିପରି ହୃଦଘାତ ଜନିତ ରୋଗରେ ପ୍ରାଣ ହରାଇବାର ଆଶଙ୍କା ମଧ୍ୟ ବହୁତ କମ।

Advertisment

ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଶୀଘ୍ର ଅକାମୀ ହୁଏ ନାହିଁ। ସେହିପରି ବୟସ ବୃଦ୍ଧି ହେବା ସହ ଅନ୍ୟାନ୍ୟ ରୋଗ ବଢ଼ିବେ ନାହିଁ ଓ ମୃତ୍ୟୁର ଆଶଙ୍କା ବି କମ ରହିଛି। ଜୀବନ ଧାରଣର କ୍ଷମତା ମଧ୍ୟ ବୃଦ୍ଧି ପାଇବ।

ଫଳ, ପନିପରିବା, ଦାନା ଜାତୀୟ ଖାଦ୍ୟ ଦ୍ୱାରା ମେଟାବୋଲିକ ସିଣ୍ଡ୍ରମ ଓ ଟାଇପ-୨ ମଧୁମେହ ରୋଗ ହେବାର ଆଶଙ୍କା ଆଦୌ ନଥାଏ କହିଲେ ଚଳିବ। ସର୍ଭେରୁ ଜଣାପଡ଼ିଛି ଯେ ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ହାର୍ଟ ରୋଗରେ ପଡ଼ିବାର ଆଶଙ୍କା ୪୦% କମ ହୋଇଥିବା ବେଳେ cerebral vascular ରୋଗରେ ପଡ଼ିବାର ଆଶଙ୍କା ୨୯% କମ ରହିଥାଏ। Alzheimer ରୋଗରେ ବି ଜଣେ ବ୍ୟକ୍ତି ପଡ଼ିବାର ସମ୍ଭାବନା ୫୦% କମିଯିବ ବୋଲି ସର୍ଭେରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe