Advertisment

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ସମ୍ପତ୍ତି ଜବତ କରିଛି ଇଡି। ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ବିରୋଧରେ ମାମଲା ଚାଲିଛି। ରାଣା କପୁର ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ମୁମ୍ୱାଇ, ଦିଲ୍ଲୀ, ଲଣ୍ଡନ ଏବଂ ନ୍ୟୁୟର୍କର […]

ଅଦ୍ୟତନ ହୋଇଛି
କେମିତି ହୋଇଛି ୟେସ୍ ବ୍ୟାଙ୍କରେ ଅର୍ଥ ହେରଫେର? କୋର୍ଟକୁ ଜଣାଇଲେ ଇଡି

yes-bank-rana-kapoor

Advertisment

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ସମ୍ପତ୍ତି ଜବତ କରିଛି ଇଡି। ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ବିରୋଧରେ ମାମଲା ଚାଲିଛି।

Advertisment

ରାଣା କପୁର ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ମୁମ୍ୱାଇ, ଦିଲ୍ଲୀ, ଲଣ୍ଡନ ଏବଂ ନ୍ୟୁୟର୍କର ମୋଟ ୧୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଇଡ଼ି ଜବତ କରିଛି। ସେହିପରି ଡିଏଚଏଫଏଲ ପ୍ରମୋଟର୍ସ ଓ୍ୱାଧାଓ୍ୱନ ବ୍ରଦର୍ସଙ୍କ ମୁମ୍ୱାଇ, ଅଷ୍ଟ୍ରେଲିଆ, ଲଣ୍ଡନ ଏବଂ ପୁଣେ ସମ୍ପତ୍ତି ଜବତ ହୋଇଛି।

ଇଡି ଏହି ବ୍ୟାଙ୍କ ଘୋଟଲାର ତଦନ୍ତ କରି ଚଳିତ ବର୍ଷ ମେ ମାସରେ ପ୍ରାଥମିକ ଚାର୍ଜଶିଟ୍ ଦାଖଲ କରିଥିଲା। ଯେଉଁଥିରେ ରାଣା କପୁରଙ୍କ ସହିତ ତାଙ୍କ ସ୍ତ୍ରୀ ବିନ୍ଦୁ କପୁର, ଝିଅ ରୋଶନୀ, ରାଖି ଏବଂ ରାଧାଙ୍କ ନାମ ରହିଛି। ଯେଉଁଥିରେ ଇଡି ଉଲ୍ଲଖ କରିଥିଲା, ଡିଏଚଏଫଏଲକୁ ୟେସ ବ୍ୟାଙ୍କ ଲୋନ୍ ଦେଇଛି। ଏହି ଡିଏଚଏଫଏଲ ସହିତ ରାଣାଙ୍କ ପରିବାର ଲୋକଙ୍କର ସଂପୃକ୍ତି ରହିଛି। ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ମଧ୍ୟ ଋଣ ଦେଇଥିବା କଥା ସ୍ୱୀକାର କରିଛନ୍ତି।

Advertisment

ଏବେ ଇଡି ଖୁବଶୀଘ୍ର ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe