Advertisment

ଅଗୁଷ୍ଟା ୱେଷ୍ଟଲ୍ଯାଣ୍ଡ ଦୁର୍ନୀତି: ଚାର୍ଜସିଟରେ ଅହମଦ ପଟେଲ, ଶ୍ରୀମତୀ ଗାନ୍ଧିଙ୍କ ନାଁ

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ଯାଣ୍ଡ ଦୁର୍ନୀତି ମାମଲାରେ ଗିରଫ ମଧ୍ଯସ୍ଥି ଖ୍ରୀଷ୍ଟିୟାନ ମିସେଲ ମୁହଁରେ କଂଗ୍ରେସ ନେତାଙ୍କର ଇଂରାଜୀ ଶର୍ଟକଟ ନାଁ ରହିଥିବା ଅନୁମାନ କରାଯାଉଛି। ‘ଆରଜି’ ବୋଲି କିଏ ଜଣାପଡୁନଥିବାବେଳେ ‘ଏପି’ ମାନେ ଅହମଦ ପଟେଲ ବୋଲି ଖ୍ରୀଷ୍ଟିୟାନ ସ୍ପଷ୍ଟ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଟିଆଲା ହାଉସ କୋର୍ଟରେ କହିଛି। ଆସନ୍ତାକାଲି(ଏପ୍ରିଲ ୬)ରେ ଏହି ମାମଲାର ଶୁଣାଣି ରହିଛି। ଦାଖଲ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି ଯେ ଗିରଫ ଅଭିଯୁକ୍ତ ଖ୍ରୀଷ୍ଟିୟାନ କଂଗ୍ରେସ ନେତାଙ୍କ ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଅଗୁଷ୍ଟା ୱେଷ୍ଟଲ୍ଯାଣ୍ଡ ଦୁର୍ନୀତି: ଚାର୍ଜସିଟରେ ଅହମଦ ପଟେଲ, ଶ୍ରୀମତୀ ଗାନ୍ଧିଙ୍କ ନାଁ

michel_2_0_0_0_0

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ଯାଣ୍ଡ ଦୁର୍ନୀତି ମାମଲାରେ ଗିରଫ ମଧ୍ଯସ୍ଥି ଖ୍ରୀଷ୍ଟିୟାନ ମିସେଲ ମୁହଁରେ କଂଗ୍ରେସ ନେତାଙ୍କର ଇଂରାଜୀ ଶର୍ଟକଟ ନାଁ ରହିଥିବା ଅନୁମାନ କରାଯାଉଛି। ‘ଆରଜି’ ବୋଲି କିଏ ଜଣାପଡୁନଥିବାବେଳେ ‘ଏପି’ ମାନେ ଅହମଦ ପଟେଲ ବୋଲି ଖ୍ରୀଷ୍ଟିୟାନ ସ୍ପଷ୍ଟ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଟିଆଲା ହାଉସ କୋର୍ଟରେ କହିଛି। ଆସନ୍ତାକାଲି(ଏପ୍ରିଲ ୬)ରେ ଏହି ମାମଲାର ଶୁଣାଣି ରହିଛି।

Advertisment

ଦାଖଲ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି ଯେ ଗିରଫ ଅଭିଯୁକ୍ତ ଖ୍ରୀଷ୍ଟିୟାନ କଂଗ୍ରେସ ନେତାଙ୍କ ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଭାବିତ କରାଇଥିବା ଜଣାପଡ଼ିଛି। ଅଗଷ୍ଟ ୨୮, ୨୦୦୯ର ଏକ ଚିଠିରୁ ଏହା ଜଣାପଡ଼ିଛି।

ଶ୍ରୀମତି ଗାନ୍ଧି, ଅନ୍ଯ କିଛି କଂଗ୍ରେସ ନେତା ଏବଂ ୩ ସାମ୍ବାଦିକ ଏହି ଡିଲ ବାବଦରେ ଅବଗତ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ନା ଅଭିଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ତେବେ ଏହି ମାମଲାରେ ଅନ୍ଯତମ ଅଭିଯୁକ୍ତ ରାଜୀବ ସକ୍ସେନା ‘ଏପି’ ମାନେ ଅହମଦ ପଟେଲ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି। ହେଲେ ଶ୍ରୀମତୀ ଗାନ୍ଧି କିଏ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

Advertisment

ଶ୍ରୀମତି ଗାନ୍ଧିଙ୍କ ବାବଦରେ ଚାର୍ଜସିଟରେ ଲେଖାହୋଇଛି ଇଟାଲିଆନ ମହିଳାଙ୍କ ପୁଅ, ଆଗାମୀ ଦିନରେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏମିତିକି ମଧ୍ଯସ୍ଥି ଖ୍ରୀଷ୍ଟିୟାନ ମନମୋହନ ସରକାରଙ୍କ ସମୟର ପିଏମଓ, ପ୍ରତିରକ୍ଷା ମନ୍ତ୍ରଣାଳୟ, ବ୍ଯୁରୋକ୍ରାଟଙ୍କ ବାବଦରେ ଡିଲ ପୂର୍ବରୁ ଆଗୁଆ ସୂଚନା ଟିକିନିଖି ରଖୁଥିଲା। ଏହି ତଥ୍ଯ ସେ ମନମୋହନ ସିଂହ ଓ ଆମେରିକା ସଚିବ ହିଲାରୀ କ୍ଲିନଟନଙ୍କ ସହ ବୈଠକ ପୂର୍ବରୁ ରଖୁଥିବା ଜଣାପଡ଼ିଛି।

ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଦର୍ଶାଇଛି ଯେ ଏହି ଡିଲ ପାଇଁ ୩୨୫ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ଯେଉଁଥିରେ ବାୟୁସେନା ଅଧିକାରୀ, ବ୍ଯୁରୋକ୍ରାଟ, ସେତେବେଳର ଶାସକ ଦଳ କଂଗ୍ରେସର ବରିଷ୍ଠ ନେତା ଲାଞ୍ଚ ନେଇଥିବା ଜଣାପଡ଼ିଛି।୩୬ ହଜାର କୋଟି ଟଙ୍କାର ଏହି ଦୁର୍ନୀତି ବାବଦରେ ପାଖାପାଖା ୧୨ ପ୍ରତିଶତ ଲାଞ୍ଚ କାରବାର ହୋଇଛି।

ତେବେ ଏହି ଡିଲ ବାବଦରେ ଗଣମାଧ୍ଯମରେ ଖବର ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଇଥିବା ଅଭିଯୁକ୍ତ ଖ୍ରୀଷ୍ଟିାୟାନ କହିଛି। ଡୋଉଦଲସ ନାମକ ଜଣେ ବ୍ଯକ୍ତି ଜରିଆରେ ସାମ୍ବାଦିକ ମନୁ ପୁବେ, ଶେଖର ଗୁପ୍ତାଙ୍କୁ ଜାତୀୟ ଖବର କାଗଜ 'ଇଣ୍ଡିଆନ ଏକ୍ସପ୍ରେସ' ରେ ଖବର ଚପାଇବା ପାଇଁ ଚେଷ୍ଟା କରାଯାଇଥିବା ସୂଚନା ରହିଛି। ଏମାନଙ୍କ ବ୍ଯତୀତ ଅନ୍ଯାନ୍ଯ ସାମ୍ବାଦିକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି।

AUGUSTA WESTLAND Augusta Westland Corruption