ଏବେ 'କ'ଣ ଭାବିବା' ନୁହେଁ 'କିପରି ଭାବିବା': ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି)କୁ ନେଇ ଆଭିମୁଖ୍ୟ ରଖିଛନ୍ତି। ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି ଏନଇପି ଏବଂ କାର୍ଯ୍ୟକାରିତାକୁ ନେଇ ସମସ୍ତ ତଥ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତିନି-ଚାରି ବର୍ଷ ଧରି ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଏହା ଏକ ଭଲ ଚର୍ଚ୍ଚା। […]

modi

Pragnya Choudhury
  • Published: Friday, 07 August 2020
  • , Updated: 07 August 2020, 01:36 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି)କୁ ନେଇ ଆଭିମୁଖ୍ୟ ରଖିଛନ୍ତି। ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି ଏନଇପି ଏବଂ କାର୍ଯ୍ୟକାରିତାକୁ ନେଇ ସମସ୍ତ ତଥ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ତିନି-ଚାରି ବର୍ଷ ଧରି ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଏହା ଏକ ଭଲ ଚର୍ଚ୍ଚା। ଏହାର ଲାଭ ଦେଶର ଶିକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ମିଳିବ ବୋଲି ମୋଦି କହିଛନ୍ତି।

ଆଜି ଦେଶର ପ୍ରତ୍ୟେକ ବିଚାରଧାରାର ଲୋକ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ହେଲେ କେହି ଏହାକୁ ବିରୋଧ କରୁନାହାନ୍ତି। କାରଣ ଏଥିରେ କିଛି ବି ଏକତରଫା ନାହିଁ। ଏବେ ଲୋକେ ଚିନ୍ତା କରୁଛନ୍ତି ଯେ, ଏତେ ବଡ଼ ସଂସ୍କାରକୁ କାର୍ଯ୍ୟକାରୀ କିଭଳି କରାଯାଇପାରିବ? ଏହା ଏକ ମହାଯଜ୍ଞ, ଯାହା ଭାରତର ମୂଳଦୁଆ ପକାଇବ ଏବଂ ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ମୋଦି କହିଛନ୍ତି।

ମୋଦି ପୁଣି କହିଛନ୍ତି, ନୂତନ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବାକୁ ଯାହା କିଛି ଆବଶ୍ୟକ, ସେ ସବୁ କରାଯିବ। ଏହାର କାର୍ଯ୍ୟକାରୀତା ଲାଗି ଯେକୌଣସି ସହାୟତା ଆବଶ୍ୟକ, ମୁଁ ସବୁ ଯୋଗାଇବାକୁ ପ୍ରସ୍ତୁତ ରହିଛି। ପଲିଟିକାଲ ବିଲ୍ କଥା ଯଦି କହୁଛନ୍ତି, ମୁଁ ଆପଣମାନଙ୍କ ସହିତ ଅଛି। ଶିକ୍ଷାନୀତିରେ ଦେଶର ଲକ୍ଷ ସବୁକୁ ଧ୍ୟାନ ଦେବା ମଧ୍ୟ ଜରୁରୀ। ଏପରି ହେଲେ ଭବିଷ୍ୟତ ପାଇଁ ନୂତନ ପିଢ଼ିକୁ ପ୍ରସ୍ତୁତ କରାଯାଇପାରିବ। ଏହି ନୀତି ନୂଆ ଭାରତର ମୂଳଦୁଆ। ଭାରତକୁ ଶକ୍ତିଶାଳୀ କରିବାକୁ, ନାଗରିକମାନଙ୍କୁ ସଶକ୍ତ କରିବାକୁ ଭଲ ଶିକ୍ଷା ନିହାତି ଜରୁରୀ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ସମୟରୁ ଦେଶର ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା, ଯାହାର ପରିଣାମ ସ୍ୱରୁପ ଯୁବପିଢ଼ି ମଧ୍ୟରେ ଜିଜ୍ଞାସା ଆଉ କଳ୍ପନାଶିଳତା କ୍ଷୀଣ ହୋଇଗଲା ଏବଂ ଡାକ୍ତର, ଇଂଜିନିୟର ହେବା ଲାଗୁ ସବୁ ଚାହୁଁଥିଲେ। ଏଭଳି ସ୍ଥିତିରେ ଇଣ୍ଟ୍ରେଷ୍ଟ, ଆବିଲିଟି ଏବଂ ଡିମାଣ୍ଡ ଅର୍ଥାତ୍ ଆଗ୍ରହ, ଦକ୍ଷତା ଏବଂ ଚାହିଦା ମ୍ୟାପିଂ ନ କରି ପ୍ରତିଦ୍ୱନ୍ଦିତା କରିବାର ପ୍ରବୃତ୍ତିରୁ ମୁକ୍ତ ହେବାକୁ ପଡ଼ିଲା। ସମାଜରେ କ୍ରିଟିକାଲ ଏବଂ ଇନୋଭେଟିଭ୍ ଥିଙ୍କିଂ କିଭଳି ବିକଶିତ ହେବ, ଏନେଇ ବିଚାର କରିବାର ଆବଶ୍ୟକ ଥିଲା। ଫିଲୋସଫି ଅଫ୍ ଏଜୁକେଶନ ଏବଂ ପରପୋଜ୍ ଅଫ୍ ଏଜୁକେଶନ୍ କିଭଳି ବିକଶିତ ହେବ ଚିନ୍ତା କରିବାର ଆବଶ୍ୟକ ଥିଲା।

ମୋଦି କହିଛନ୍ତି, ଏନଇପି ପ୍ରସ୍ତୁତ କରିବା ବେଳେ ହୋଲିଷ୍ଟିକ୍ ଆପ୍ରୋଚ୍ ଅର୍ଥାତ୍ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ଆବଶ୍ୟକ ଥିଲା। ଆଉ ଏହା କରିବାରେ ଏନଇପି ସଫଳ ହୋଇଛି। ତେବେ ଏ ଦିଗରେ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି। ହେଲେ ପ୍ରତ୍ୟେକ ଦୃଷ୍ଟିକୋଣକୁ ନୂଆ ଶିକ୍ଷାନୀତିରେ ଗମ୍ଭୀରତାର ସହ ବିଚାର କରାଯାଇଛି ବୋଲି ମୋଦି କହିଛନ୍ତି।

ପ୍ରାରମ୍ଭିକ ପାଠ୍ୟକ୍ରମ ଏବଂ କଥା କହିବା ଭାଷା ଗୋଟିଏ ହେଲେ ପିଲାଙ୍କ ମୂଳଦୁଆ ମଜବୁତ୍ ହେବ। ଏହାସହ ଆଗକୁ ପଠିବା ଲାଗି ଆଧାର ମଧ୍ୟ ସଶକ୍ତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ 'What to Think' ଥିଲା ଏବଂ 'How to Think' ଫୋକସରେ ରହିଛି। ଏଥର ପିଲାମାନଙ୍କୁ ନିଜ କୋର୍ସରେ ଫୋକସ କରିବା, ମନ ହେଲେ କୋର୍ସ ଅଧାରୁ ଛାଡ଼ି ଦେବା ଭଳି ସୁଯୋଗ ମିଳିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, କୌଣସି ବ୍ୟକ୍ତି ସାରା ଜୀବନ ଗୋଟିଏ ବୃତ୍ତିରେ ରହିପାରିବ ନାହିଁ। ଏଭଳି ସ୍ଥିତିରେ ଲଗାତର କିଛି ଶିଖିବାକୁ ସୁଯୋଗ ଦିଆଯିବ ଆବଶ୍ୟକ। ଦେଶରେ ଉଚ୍ଚ-ନୀଚ୍ଚ ଭେଦଭାବ, ଶ୍ରମିକଙ୍କ ପ୍ରତି ହୀନ ମନ୍ୟତା କାହିଁକି ସୃଷ୍ଟି ହେଲା। ଆଜି ପିଲାମାନଙ୍କୁ ପାଠ ପଢ଼ିବା ସହ ଦେଶର ବାସ୍ତବତା ବିଷୟରେ ଅବଗତ ହେବା ଜରୁରୀ ଅଟେ। ଭାରତ ଆଜି ଟ୍ୟାଲେଣ୍ଟ-ଟେକ୍ନୋଲୋଜୀର ସମାଧାନ ସାରା ଦୁନିଆକୁ ଦେବାର ସମର୍ଥ ରଖିଛି। ଟେକ୍ନୋଲୋଜୀ କାରଣରୁ ଗରିବ ବ୍ୟକ୍ତିଙ୍କୁ ପଢ଼ିବାର ସୁଯୋଗ ମଧ୍ୟ ମିଳୁଛି।

 

 

Related story