Advertisment

କରୋନା ଭିତରେ କେମିତି ହେବ ନିର୍ବାଚନ: ଗାଇଡଲାଇନ ଜାରି କଲେ ଇସି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ହେବ। ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କରୋନା ଯୋଗୁ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଭିତରେ କମେତି ଭୋଟିଂ ହେବ, ସେନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଭୋଟରମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ ଆସିବେ। ସେହିପରି ଆଶାୟୀ ପ୍ରାର୍ଥୀମାନେ କେବଳ ଅନଲାଇନ ଜରିଆରେ ହିଁ ପ୍ରାର୍ଥିପତ୍ର […]

author-image
Hemant Lenka
ଅଦ୍ୟତନ ହୋଇଛି
କରୋନା ଭିତରେ କେମିତି ହେବ ନିର୍ବାଚନ: ଗାଇଡଲାଇନ ଜାରି କଲେ ଇସି

cs

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ହେବ। ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କରୋନା ଯୋଗୁ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଭିତରେ କମେତି ଭୋଟିଂ ହେବ, ସେନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

Advertisment

ଗାଇଡଲାଇନ ଅନୁଯାୟୀ, ଭୋଟରମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ ଆସିବେ। ସେହିପରି ଆଶାୟୀ ପ୍ରାର୍ଥୀମାନେ କେବଳ ଅନଲାଇନ ଜରିଆରେ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଗାଇଡଲାଇନରେ ଆହୁରି କୁହାଯାଇଛି, ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ।  ଭୋଟରମାନେ ଇଭିଏମ ପାଖକୁ ଯିବା ବେଳେ ସେମାନଙ୍କୁ ମତଦାନ କେନ୍ଦ୍ରରେ ଥିବା ଅଧିକାରୀ ଗ୍ଲୋବ୍ସ ଦେବେ। ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଗ୍ଲୋବ୍ସ ରଖିବାକୁ କୁହାଯାଇଛି।

Advertisment

ପୁଲିଂ ଅଧିକାରୀମାନେ ଭୋଟରମାନଙ୍କୁ ଫେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଦେବେ। ସେହିପରି ଭୋଟରଙ୍କ ସହ ଆସିଥିବା ସେମାନଙ୍କ ପିଲାମାନଙ୍କୁ ଫେସିଆଲ ପିପିଇ କିଟ୍‌ ମଧ୍ୟ ଯୋଗାଇ ଦିଆଯିବ। ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ପୁଲିଂ ଅଧିକାରୀ କିଛି ସମୟ ପାଇଁ ସେମାନଙ୍କୁ ମୁହଁରୁ ମାସ୍କ ଖସାଇବାକୁ କହିପାରିବେ।

ମତଦାନ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଯଦି କାହାର କୌଣସି ଲକ୍ଷଣ ଦେଖାଯିବ, ତା’ହେଲେ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଛଡ଼ା ଯିବ ନାହିଁ। ପ୍ରତ୍ୟେକ ମତଦାନ କେନ୍ଦ୍ରକୁ ଭୋଟିଂର ଗୋଟିଏ ଦିନ ପୂର୍ବରୁ ବିଶୋଧନ କରାଯିବ। ଧାଡ଼ି ସମସ୍ୟାକୁ ଦୂର କରିବା ପାଇଁ ଟୋକନ ବ୍ୟବସ୍ଥା କରାଯିବ। ପ୍ରଥମେ ଯିଏ ଆସିବ ତାଙ୍କୁ ପ୍ରଥମେ ହିଁ ଟୋକନ ଦିଆଯିବ। ତେଣୁ ଜଣେ ଭୋଟର ନିଜ ଇଚ୍ଛା ଅନୁସାରେ ଆସି ଟୋକନ ଦେଖାଇ ଭୋଟ ଦେଇପାରିବେ। ସବୁ ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ପାଳନ କରାଯିବ।

ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଭିତ୍ତିରେ ହିଁ ଜଣେ ପ୍ରାର୍ଥୀ ରୋଡ ଶୋ’ ଓ ସଭାସମିତ କରିପାରିବେ।

ସେହିପରି ଘର ଘର ବୁଲି ପ୍ରଚାର କରିବା ବେଳେ ଜଣେ ପ୍ରାର୍ଥୀଙ୍କୁ ମିଶାଇ କେବଳ ୫ ଜଣ ହିଁ ଯାଇ ପାରିବେ। ନାମାଙ୍କନ ଦାଖଲ ସଂପୂର୍ଣ୍ଣ ଭାବେ ଅନଲାଇନରେ କରାଯିବ। ପ୍ରଥମଥର ପାଇଁ ପ୍ରାର୍ଥୀମାନା ଅନଲାଇନ ନିଜର ସିକ୍ୟୁରିଟି ଜମା କରିବେ।

COVID Guideline