Advertisment

ସୁପ୍ରିମକୋର୍ଟରେ କେନ୍ଦ୍ରର ନିର୍ବାଚନୀ ବଣ୍ଡକୁ ନିର୍ବାଚନ କମିଶନର ବିରୋଧ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ନିର୍ବାଚନୀ ବଣ୍ଡକୁ ବିରୋଧ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନୀ ବଣ୍ଡକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ବେଳେ ନିଜ ପକ୍ଷ ରଖିବାବେଳେ ନିର୍ବାଚନ କମିଶନ ଏହି ବଣ୍ଡକୁ ବିରୋଧ କରିଛନ୍ତି। ଏହି ବିଲକୁ ସାମ୍ବିଧାନିକ ମାନ୍ୟତା ଦେଲେ ରାଜନୀତିକ ଦଳମାନେ ଆଦାୟ କରୁଥିବା ଚାନ୍ଦାରେ  ସ୍ୱଚ୍ଛତା ରହିବ ନାହିଁ ଏବଂ ବେଆଇନ କାର୍ଯ୍ୟ ବଢ଼ିବ ବୋଲି ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ କହିଛନ୍ତି। […]

ଅଦ୍ୟତନ ହୋଇଛି
ଭିଭିପ୍ୟାଟ ସଂଖ୍ୟା ବୃଦ୍ଧିକୁ ନିର୍ବାଚନ କମିଶନଙ୍କ ନା

election

Advertisment
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ନିର୍ବାଚନୀ ବଣ୍ଡକୁ ବିରୋଧ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନୀ ବଣ୍ଡକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ବେଳେ ନିଜ ପକ୍ଷ ରଖିବାବେଳେ ନିର୍ବାଚନ କମିଶନ ଏହି ବଣ୍ଡକୁ ବିରୋଧ କରିଛନ୍ତି।
Advertisment
ଏହି ବିଲକୁ ସାମ୍ବିଧାନିକ ମାନ୍ୟତା ଦେଲେ ରାଜନୀତିକ ଦଳମାନେ ଆଦାୟ କରୁଥିବା ଚାନ୍ଦାରେ  ସ୍ୱଚ୍ଛତା ରହିବ ନାହିଁ ଏବଂ ବେଆଇନ କାର୍ଯ୍ୟ ବଢ଼ିବ ବୋଲି ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ କହିଛନ୍ତି। ଚାନ୍ଦା ଆଦାୟ ପାଇଁ ନିର୍ବାଚନ କମିଶନ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ଏହି ବଣ୍ଡ ତାହାର ଓଲଟା ବୋଲି ସୁପ୍ରିମକୋର୍ଟଙ୍କୁ  ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି ନିର୍ବାଚନ କମିଶନ।
ନିର୍ବାଚନ ଆୟୋଗ କହିଛନ୍ତି କି ଏଫସିଆର ୨୦୧୦ ଆଇନ ବଦଳିଲେ ରାଜନୀତିକ ଦଳ ଗୁଡ଼ିକ ବିନା ତଦନ୍ତରେ ବିଦେଶରୁ ଚାନ୍ଦା ଆଣିପାରିବେ। ପରିଣାମ ସ୍ୱରୂପ ଭାରତର ଆଇନ ଆଗାମୀ ଦିନରେ ବିଦେଶୀ କମ୍ପାନୀ ଅନୁଯାୟୀ ପ୍ରଭାବିତ ହୋଇପାରେ। ତେବେ ଏ ନେଇ ୨୦୧୭ ମସିହା ମେ ୨୬ରେ ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖି ନିର୍ବାଚନ ଆୟୋଗ ଅବଗତ କରାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
Advertisment
ସୂଚନାଯୋଗ୍ୟ ନିର୍ବାଚନୀ ଫଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଗତବର୍ଷ କେନ୍ଦ୍ରସରକାର ନିର୍ବାଚନୀ ବଣ୍ଡର ବ୍ୟବସ୍ଥା ଆରମ୍ଭ କରିଥିଲେ। ସରକାର ଏହି ବଣ୍ଡ ଆଣିବା ପରେ କହିଥିଲେ କି ଏହାଦ୍ଵାରା ରାଜନୈତିକ ଚାନ୍ଦାରେ ସ୍ବଚ୍ଛତା ଆସିବ। ହେଲେ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ସରକାରଙ୍କ ବିପକ୍ଷରେ ମତ ରଖିଛନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe