Advertisment

ବିଦା ହେବେ କି ପରାଗ? ନୂଆ ଟ୍ୱିଟର ସିଇଓ ସନ୍ଧାନରେ ମସ୍କ

ନ୍ୟୁୟର୍କ: ଏଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ମାଲିକ ହେବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ ଓ କର୍ମଚାରୀଙ୍କ ଭବିଷ୍ୟତ ନେଇ ଲାଗି ରହିଛି ଅନିଶ୍ଚିତତା ।  ମସ୍କଙ୍କର ଟ୍ୱିଟର ପରିଚାଳନା ଉପରେ ଭରସା ନ ଥିବା ବେଳେ ସେ ସିଇଓ ପଦରେ ନୂଆ ମୁହଁ ଦେଖିବାକୁ ଚାହାନ୍ତି ବୋଲି  ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରରୁ ଜଣାପଡ଼ିଛି। ତେଣୁ ପରାଗଙ୍କୁ ମସ୍କ ବାହାର ରାସ୍ତା ଦେଖାଇବା ଥୟ ବୋଲି ବିବେଚନା କରାଯାଉଛି।  ୪୪ […]

ଅଦ୍ୟତନ ହୋଇଛି
ବିଦା ହେବେ କି ପରାଗ? ନୂଆ ଟ୍ୱିଟର ସିଇଓ ସନ୍ଧାନରେ ମସ୍କ

twitter

Advertisment

ନ୍ୟୁୟର୍କ: ଏଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ମାଲିକ ହେବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ ଓ କର୍ମଚାରୀଙ୍କ ଭବିଷ୍ୟତ ନେଇ ଲାଗି ରହିଛି ଅନିଶ୍ଚିତତା ।  ମସ୍କଙ୍କର ଟ୍ୱିଟର ପରିଚାଳନା ଉପରେ ଭରସା ନ ଥିବା ବେଳେ ସେ ସିଇଓ ପଦରେ ନୂଆ ମୁହଁ ଦେଖିବାକୁ ଚାହାନ୍ତି ବୋଲି  ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରରୁ ଜଣାପଡ଼ିଛି। ତେଣୁ ପରାଗଙ୍କୁ ମସ୍କ ବାହାର ରାସ୍ତା ଦେଖାଇବା ଥୟ ବୋଲି ବିବେଚନା କରାଯାଉଛି।  ୪୪ ବିଲିୟନ ଡଲାର ଅର୍ଥ ଦେଇ ମସ୍କ ଟ୍ୱିଟର କିଣିଥିବା ବେଳେ ଏହି ପ୍ରକ୍ରିୟା ଶେଷ ହେବା ପରେ ପରାଗଙ୍କୁ ଟ୍ୱିଟରରୁ ବିଦା ହେବାକୁ ପଡ଼ିପାରେ ବୋଲି ବିଶାରଦମାନେ ଆଲୋଚନା କଲେଣି।

Advertisment

ବାସ୍ତବରେ,  କମ୍ପାନୀର ପରିଚାଳନା ଉପରେ ବିଶ୍ୱାସ କରିପାରୁ ନ ଥିବା ନେଇ ମସ୍କ ଗତ ମାସ ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲରଙ୍କୁ କହିଥିଲେ।  ତେଣୁ ସେ କମ୍ପାନୀର ସିଇଓ ଓ କର୍ମଚାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଛଟେଇ, ଅଦଳବଦଳ କରିବେ ବୋଲି ବିଶ୍ୱାସ କରାଯାଉଛି। ଫଳରେ ନିଜ ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ର ଅସଂଖ୍ୟ କର୍ମଚାରୀ।

ଏଲୋନ୍ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଚିନ୍ତିତ କର୍ମଚାରୀଙ୍କୁ କହିଥିଲେ ଯେ 44 ବିଲିୟନ ଡଲାରର ବଡ କାରବାର ପରେ ଏହି କମ୍ପାନୀ କେଉଁ ଦିଗକୁ ଯିବ ସେ ଜାଣି ନାହାନ୍ତି।  ଏତେ ସବୁ ଘାତ ପ୍ରତିଘାତ ମଧ୍ୟରେ ବି ପରାଗ ସକରାତ୍ମକ ମନୋଭାବ ନେଇ ନିଜ କାମ ଜାରି ରଖିଛନ୍ତି । ଏଥିସହ ନିଜ କର୍ମଚାରୀମାନଙ୍କୁ ମଧ୍ୟ ସେ ପ୍ରେରଣ ଯୋଗାଉଛନ୍ତି।

Advertisment

ନ୍ୟୁୟର୍କ ଟାଇମ୍ସ ଖବରକାଗଜରେ ପ୍ରକାଶିତ ଏକ ଆର୍ଟିକିଲ୍‌ ଅନୁଯାୟୀ,  ପରାଗ ନିଜ କର୍ମଚାରୀଙ୍କୁ କହିଛନ୍ତି, ଏହା ସ୍ୱୀକାର କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଯେ, ଯାହା ସବୁ ଘଟୁଛି ସେ ସର୍ମ୍ପରେ ଆପଣ ସମସ୍ତଙ୍କର ଅଲଗା ଅଲଗା ଭାବନା ରହିଛି। ଟ୍ୱିଟର କିଣିବା ପ୍ରକ୍ରିୟା ୩ରୁ ୬ ମାସ ଚାଲିବ । ଏହି ସମୟ ମଧ୍ୟରେ ଆମକୁ ପୂର୍ବ ପରି ଟ୍ୱିଟରକୁ ପରିଚାଳିତ କରିବାକୁ ପଡ଼ିବ । ତେଣୁ ଏହା ଆମ ଉପରେ ନିର୍ଭର କରେ ଆମେ ଏହାକୁ କିପରି ଓ କେଉଁ ଢଙ୍ଗରେ ପରିଚାଳିତ କରୁଛୁ, କମ୍‌ ସମୟରେ ଏଥିରେ କ’ଣ ସକରାତ୍ମକ ପରିବର୍ତ୍ତନ ଆଣି ପାରୁଛୁ। ଏହା ଆମର ପାରଦର୍ଶୀତା ପ୍ରମାଣିତ କରିବ ।

ନ୍ୟୁୟର୍କ ଟାଇମ୍ସ ମୁତାବକ, ଟ୍ୱିଟରକୁ ନେଇ ମସ୍କଙ୍କ ଯୋଜନା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।  ଏପରିକି କମ୍ପାନୀକୁ ଆଗକୁ ବଢ଼ାଇବାକୁ , କମ୍ପାନୀର ନେତୃତ୍ୱ ନେବାକୁ ସେ କାହାକୁ ଚୟନ କରିବେ ତାହା ଉପରୁ ବି ପରଦା ହଟିନି। ତେଣୁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପରାଗ ରହିବା ଥୟ ବୋଲି ବିବେଚନା କରାଯାଉଛି।

ଗତ ନଭେମ୍ବରରୁ ପରାଗ ଟ୍ୱିଟରର କମାଣ ସମ୍ଭାଳିଥିବା ବେଳେ ୧୨  ମାସ ଭିତରେ ତାଙ୍କୁ ବିଦା କଲେ କମ୍ପାନୀକୁ ତାଙ୍କୁ ୪୨ ମିଲିୟନ ଡଲାର ଦେବାକୁ ପଡ଼ିବ । ତେଣୁ ମସ୍କ ଏତେ  ବଡ଼ ଅର୍ଥରାଶି ଦେଇ ପରାଗଙ୍କୁ ବାହାର ରାସ୍ତା ଦେଖାଉଛନ୍ତି, ନା  ଅନ୍ୟ କିଛି ନିଷ୍ପତ୍ତି ନେଉଛନ୍ତି ତାହା ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ଜଣାପଡ଼ିବ ।

Elon Musk Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe