Advertisment

ଏଲନ ମସ୍କଙ୍କ ୨୧୦୦ କୋଟି ଡଲାର ରହସ୍ୟ, ଟ୍ୱିଟର ପାଇଁ କେଉଁଠୁ ଆଣିବେ ଅର୍ଥ?

ସାନ ଫ୍ରାନ୍ସିସ୍କୋ: ସବୁ ଠାରୁ ଚର୍ଚ୍ଚିତ ସାମାଜିକ ଗଣମାଧ୍ୟମ ଟ୍ୱିଟରକୁ ୪୪୦୦ କୋଟି ଡଲାରରେ କିଣିଛନ୍ତି ଏଲନ ମସ୍କ। ଏ ନେଇ ଚୁକ୍ତି ହୋଇଛି। ତେବେ ପ୍ରଶ୍ନ ଉଠୁଛି ସେ ଏତେ ଟଙ୍କା ଆଣିବେ କେଉଁଠୁ? ସବୁଠାରୁ ରୋଚକ କଥା ସେ ଏଥିନିମନ୍ତେ ପାଖରେ ରଖିଥିବା ବ୍ୟକ୍ତିଗତ ୨୧୦୦ କୋଟି ଡଲାରର ଇକୁଇଟିକୁ ଖର୍ଚ୍ଚ କରିଛନ୍ତି। ଏହି ଅର୍ଥକୁ ନେଇ ରହସ୍ୟ ଦେଖାଦେଇଛି। ୫୦ ବର୍ଷିୟ ମସ୍କ ଏକ ସୋସିଆଲ ମିଡିଆ କମ୍ପାନୀ ମୋରଗାନ ଷ୍ଟାନଲେ ସମ୍ପତ୍ତିକୁ […]

ଅଦ୍ୟତନ ହୋଇଛି
ଏଲନ ମସ୍କଙ୍କ ୨୧୦୦ କୋଟି ଡଲାର ରହସ୍ୟ, ଟ୍ୱିଟର ପାଇଁ କେଉଁଠୁ ଆଣିବେ ଅର୍ଥ?

elon-musk

Advertisment

ସାନ ଫ୍ରାନ୍ସିସ୍କୋ: ସବୁ ଠାରୁ ଚର୍ଚ୍ଚିତ ସାମାଜିକ ଗଣମାଧ୍ୟମ ଟ୍ୱିଟରକୁ ୪୪୦୦ କୋଟି ଡଲାରରେ କିଣିଛନ୍ତି ଏଲନ ମସ୍କ। ଏ ନେଇ ଚୁକ୍ତି ହୋଇଛି। ତେବେ ପ୍ରଶ୍ନ ଉଠୁଛି ସେ ଏତେ ଟଙ୍କା ଆଣିବେ କେଉଁଠୁ?

Advertisment

ସବୁଠାରୁ ରୋଚକ କଥା ସେ ଏଥିନିମନ୍ତେ ପାଖରେ ରଖିଥିବା ବ୍ୟକ୍ତିଗତ ୨୧୦୦ କୋଟି ଡଲାରର ଇକୁଇଟିକୁ ଖର୍ଚ୍ଚ କରିଛନ୍ତି। ଏହି ଅର୍ଥକୁ ନେଇ ରହସ୍ୟ ଦେଖାଦେଇଛି। ୫୦ ବର୍ଷିୟ ମସ୍କ ଏକ ସୋସିଆଲ ମିଡିଆ କମ୍ପାନୀ ମୋରଗାନ ଷ୍ଟାନଲେ ସମ୍ପତ୍ତିକୁ ବ୍ୟାଙ୍କରେ ବନ୍ଧା ପକାଇ ୧୩୦୦ କୋଟି ଡଲାର ଆଣିଛନ୍ତି। ଉକ୍ତ ବ୍ୟାଙ୍କରୁ ମଧ୍ୟ ୧୨୫୦ କୋଟି ଡଲାର ଋଣ ଆଣିଛନ୍ତି। ତେଣେ ଟେସ୍‌ଲାରେ ଥିବା ତାଙ୍କର ୧୭୦୦୦ କୋଟି ଡଲାର ଅଂଶଧନରୁ ୧୨୫୦ କୋଟି ଡଲାର କାଢ଼ି ଆଣିଥିବା ମଧ୍ୟ କୁହାଯାଉଛି। ଯାହାକୁ ଟ୍ୱିଟରକୁ କିଣିବାରେ ଖର୍ଚ୍ଚ କରିଛନ୍ତି।

ବ୍ଲମବର୍ଗ ବିଲିଓନେୟାର୍ସ ତାଲିକାରେ ବିଶ୍ୱର ସବୁଠାରୁ ବଡ଼ ଧନୀ ଭାବେ ତାଙ୍କ ପାଖରେ ୨୫୭୦୦ କୋଟି ଡଲାର ସମ୍ପତ୍ତି ରହିଛି। ଯେତେବେଳକି ତାଙ୍କ ପାଖରେ ମାତ୍ର ୩୦୦ କୋଟି ଡଲାର ନଗଦ ରାଶି ଓ କିଛି ଅନ୍ୟ ସମ୍ପତ୍ତି ରହିଛି। ସେହିପରି ଗତ ଜୁଲାଇରେ ସେ ବିଟକଏନ, ଇଥର, ଡୋଗେକଏନ ମାଲିକ ବୋଲି ମଧ୍ୟ କହିଥିଲେ। ତେବେ ଏହା କେତେ ସତ ସ୍ପଷ୍ଟ ହୋଇପାରିନି। ମାର୍ଚ୍ଚ ୨୦୨୦ ମସିହାରେ ପ୍ରଥମ ଦୁଇଟି କ୍ରିପ୍ଟୋକରେନ୍ସିର ମୂଲ୍ୟ ଯଥାକ୍ରମେ ୭୨୦ ପ୍ରତିଶତ ଏବଂ ୨୬୦୦ ପ୍ରତିଶତ ବୃଦ୍ଧି ପାଇଥିଲା। ଯେତେବେଳେ କି ମସ୍କ ଟୁଇଟର କିଣିବା ନେଇ ଘୋଷଣା ପରେ ଡୋଗେକଏନ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।

Advertisment

ଫୋର୍ବସ୍‌ ଅନୁସାରେ ତାଙ୍କ ପାଖରେ ପ୍ରାୟ ୨୬୯୭୦ କୋଟି ଡଲାର ରହିଛି। ଟୁଟର କିଣିବାକୁ ସେ ତାଙ୍କର ଏହି ପୁଞ୍ଜିର ୬ ଭାଗରୁ ଭାଗେ ଖର୍ଚ୍ଚ କରିଦେଇଛନ୍ତି। ଟେସ୍‌ଲାରେ ତାଙ୍କର ୨୧ ପ୍ରତିଶତ ଅଂଶ ରଖିଛନ୍ତି। ଏହାର ଅଧାରୁ ଅଧିକ ଅଂଶ ସେ ଋଣ ନିମନ୍ତେ ବନ୍ଧା ପକାଇଛନ୍ତି। ଟେସ୍‌ଲାର ମୁଖ୍ୟ ଲକ୍ଷ୍ୟ ଏବେ ଇଲେକ୍ଟ୍ରିକ ଗାଡ଼ି ତିଆରି ଉପରେ ରହିଛି। ଏହାର ଦାମ ଆକାଶ ଛୁଆଁ।

ସେହିପରି ତାଙ୍କ ନାମରେ ରହିଥିବା ରକେଟ କମ୍ପାନୀ ସ୍ପେସ୍ ଏକ୍ସର ଦାମ ପ୍ରାୟ ୭୪୦୦ କୋଟି ଡଲାର। ୨୦୨୧ରେ ମିଳିଥିବା ପାଣ୍ଠିକୁ ନେଇ ସେ ନାସା ସହିତ ବ୍ୟବସାୟିକ ଚୁକ୍ତି କରିଥିଲେ। ଏହାଛଡ଼ା ସେ ପେପାଲର ପ୍ରତିଷ୍ଠାତା ମଧ୍ୟ ରହିଛନ୍ତି। ମଣିଷ ମୁଣ୍ଡକୁ କମ୍ପ୍ୟୁଟର ସହ ଯୋଗ କରିବା ଭଳି କମ୍ପାନୀ ନ୍ୟୁରାଲିଙ୍କ ମଧ୍ୟ ତାଙ୍କ କମ୍ପାନୀ। ଦ’ ବୋରିଂ କମ୍ପାନୀର ସେ ପ୍ରତିଷ୍ଠାତା।

୨୦୨୦ରେ ଆରମ୍ଭରୁ ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାର ୩୫ ସ୍ଥାନରେ ରହିଥିଲେ। ମାତ୍ର ୨୦୨୧ରେ ସେ ଏହି ତାଲିକାର ଶୀର୍ଷରେ ପହଞ୍ଚି ଯାଇଥିଲେ। ଟେସ୍‌ଲା ଶେୟାରର ବଜାର ମୂଲ୍ୟ ବୃଦ୍ଧି ଓ ସ୍ପେସ ଏକ୍ସରେ ଘରୋଇ ଫ୍ରାଞ୍ଚାଇଜର୍ସଙ୍କ ଯୋଗଦାନ ବଢ଼ିବା ଏହା ପଛର କାରଣ ଥିଲା।

ଟ୍ୱିଟର କିଣିବା ନେଇ ସେ ଆବେଦନ ଫାଇଲରେ ଉଲ୍ଲେଖ କରିଥିଲେ ଯେ, ସେ ୨୧୦୦ କୋଟି ଡଲାର ନିଜେ ଦେବେ। ବାକି ଟଙ୍କା ମୋରଗାନ ଷ୍ଟାନ୍‌ଲେ ଓ ଅନ୍ୟ ବ୍ୟାଙ୍କରୁ ଆସିବ। ଏହାଛଡ଼ା ଟେସ୍‌ଲାରୁ ମଧ୍ୟ କିଛି ଟଙ୍କା ଆସିବା ନେଇ ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe