Advertisment

ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ କିନ୍ନର ସନ୍ତାନ

ୱାଶିଂଟନ୍‌: ଏଲନ୍‌ ମସ୍କଙ୍କ କିନ୍ନର ସନ୍ତାନ ତାଙ୍କ ନାମ ପରିବର୍ତ୍ତନ କରିବେ। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ‌ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବେ। ସେ ତାଙ୍କ ଆବେଦନ ପତ୍ରରେ ଆହୁରି ଲେଖିଛନ୍ତି ଯେ, ସେ ତାଙ୍କ ବାପା ଏଲନ ମସ୍କଙ୍କ ସହ କୌଣସି ପ୍ରକାରର ସଂପର୍କ ରଖିବାକୁ ଚାହାନ୍ତି ନାହିଁ। ଗତ ଏପ୍ରିଲ୍‌ ମାସରେ ସେ ତାଙ୍କର ନୂତନ ନାମ ସହ ଲିଙ୍ଗ ପରିବର୍ତ୍ତନ ଅନୁଯାୟୀ ନୂଆ […]

ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ କିନ୍ନର ସନ୍ତାନ

Elon

Advertisment

ୱାଶିଂଟନ୍‌: ଏଲନ୍‌ ମସ୍କଙ୍କ କିନ୍ନର ସନ୍ତାନ ତାଙ୍କ ନାମ ପରିବର୍ତ୍ତନ କରିବେ। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ‌ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବେ। ସେ ତାଙ୍କ ଆବେଦନ ପତ୍ରରେ ଆହୁରି ଲେଖିଛନ୍ତି ଯେ, ସେ ତାଙ୍କ ବାପା ଏଲନ ମସ୍କଙ୍କ ସହ କୌଣସି ପ୍ରକାରର ସଂପର୍କ ରଖିବାକୁ ଚାହାନ୍ତି ନାହିଁ।

Advertisment

ଗତ ଏପ୍ରିଲ୍‌ ମାସରେ ସେ ତାଙ୍କର ନୂତନ ନାମ ସହ ଲିଙ୍ଗ ପରିବର୍ତ୍ତନ ଅନୁଯାୟୀ ନୂଆ ଜନ୍ମ ପ୍ରମ‌ାଣ ପତ୍ର ପାଇଁ ସାଣ୍ଟା ମୋନିକାରେ ଥିବା ଲସ୍‌ ଆଞ୍ଜେଲ୍ସ କଣ୍ଟ୍ରି ସୁପରିୟର୍‌ କୋର୍ଟରେ ଆବେଦନ କରିଛନ୍ତି। ଯାହା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ଏବେ ଜଣାପଡ଼ିଛି।

ନିକଟରେ ୧୮ ବର୍ଷ ବସୟ ପୂରା କରିଥିବା ମସ୍କଙ୍କ କିନ୍ନର ସନ୍ତାନ ଜାଭିୟର୍‌ ଆଲେକ୍‌ଜାଣ୍ଡାର୍‌ ମସ୍କ କୋର୍ଟରେ ତାଙ୍କ ଲିଙ୍ଗ ପୁରୁଷରୁ ନାରୀ କରି ତାଙ୍କ ନୂଆ ନାମକୁ ସ୍ୱୀକୃତି ଦେବାକୁ ନିବେଦନ କରିଥିଲେ। ଅନ୍‌ଲାଇନ୍‌ରୁ କୋର୍ଟ କାଗଜପତ୍ର ଯୋଗାଡ଼ କରି ସେ ‌ଏହି ଆବେଦନ କରିଥିବା ସୂଚନା ରହିଛି।

Advertisment

ସେ ହେଉଛନ୍ତି ୨୦୦୮ରେ ମସ୍କଙ୍କୁ ଛାଡ଼ପତ୍ର ଦେଇଥିଲା ଜଷ୍ଟିନ୍‌ ୱିଲ୍‌ସମ୍‌ଙ୍କ ସନ୍ତାନ।

ଉଲ୍ଲେଖ‌ଯୋଗ୍ୟ, ବିଶ୍ୱର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଠାରୁ ତାଙ୍କ ଦ୍ୱିତୀୟ ପତ୍ନୀ ତଥା ବିଶିଷ୍ଟ ପପ୍ ମ୍ୟୁଜିକ୍ ଗାୟିକା କ୍ଲାରି ଗ୍ରିମ୍‌ସ ବାଉଚର କିଛିମାସ ତଳେ ଅଲଗା ହୋଇଯାଇଥିଲେ। ତେବେ ଏହା ଆଗରୁ ଉଭୟ ଏଲନ୍ ଓ କ୍ଲାରି ତାଙ୍କ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ। ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ସେହି ଝିଅଟିର ଅଦ୍ଭୁତ ନାମକରଣ କରାଯାଇଥିଲା। ତାହାର ନାମ ରଖାଯାଇଥିଲା ଏକ୍ସା ଡାର୍କ ସାଇଡ୍‌ରାଏଲ୍‌। ୨୦୨୦ ମେ’ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ମସ୍କଙ୍କ ଠାରୁ କ୍ଲାରି ଅଲଗା ହୋଇଥିଲେ। ୨୦୧୮ରୁ ଉଭୟ ପରସ୍କର ସହ ଡେଟିଂ ଆରମ୍ଭ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe