ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସୁରଜିତ୍ ଭଲ୍ଲା। ଚଳିତ ମାସ ୧ ତାରିଖରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇ ସାରିଥିବା କଥା ମଙ୍ଗଳବାର ଟୁଇଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି- “ଗତ ୧ ତାରିଖରୁ ମୁଁ EAC-PM ପଦବୀରୁ ସାମୟିକ ଭାବେ ଇସ୍ତଫା ଦେଇଛି।’’ ତେବେ ଦୀର୍ଘ ୧୦ ଦିନ ପରେ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ଖୁଲାସା କରିବାର କାରଣ କ‘ଣ ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାଯୋଗ୍ୟ, EAC-PM(Economic Advisory Council to the Prime Minister)ର ମୁଖ୍ୟ ଭାବେ ନୀତି ଆୟୋଗ ସଦଦ୍ୟ ବିବେକ ଦେବରାୟ କାର୍ଯ୍ୟ କରୁଛନ୍ତି। ଅର୍ଥନୀତିଜ୍ଞ ରଥିନ ରାୟ, ଅସୀମ ଗୋୟଲ ଏବଂ ଶମିକାନ୍ତ ରବି ହେଉଛନ୍ତି ଅନ୍ୟାନ୍ୟ ସାମୟିକ ସଦସ୍ୟ।
ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ଦୀର୍ଘଦିନ ବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା ପରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଉର୍ଜିତ୍ ପଟେଲ ହଠାତ୍ ଇସ୍ତଫା ଦେଇଥିଲେ। ଏହାର ପରଦିନ ଭଲ୍ଲା ଇସ୍ତଫା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Politics
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଜେପିସି: ୩୧ ସାଂସଦଙ୍କ ମଧ୍ୟରେ ପ୍ରିୟଙ୍କା, ସମ୍ବିତ ଓ ଭର୍ତ୍ତୃହରି
ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।
National
ଯାତ୍ରୀବାହୀ ଡଙ୍ଗାକୁ ନୌସେନା ସ୍ପିଡ ବୋଟ ଧକ୍କା ଦେବା ଘଟଣାରେ ୧୩ ମୃତ
ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ସ୍ପିଡ ବୋଟଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ଫଳରେ ଏହା ସାମ୍ନାକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା।
Politics
‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି
ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।
National
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।