Advertisment

ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ଯବାନ କଶ୍ମରୀ ଘାଟିରୁ ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ନାଁ ‘ଅପରେସନ-୬୦’ ରଖାଯାଇଛି। ଏହି ଅପରେସନ ଅଭିଯାନ ଜରିଆରେ ଆଜି ଜଣେ ଆତଙ୍କବାଦୀକୁ ଭାରତୀୟ ଯବାନ ମାରିବାକୁ ସକ୍ଷମ ହୋଇଛନ୍ତି। ବାରାମୂଲା ଜିଲ୍ଲାର ୱାରପୋରା କ୍ଷେତ୍ରର ସୋପୋର ଅଞ୍ଚଳରେ ଯବାନ ଉକ୍ତ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରାଯାଇଛି। ଏବେ ବି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଦୁଇରୁ ତିନି ଜଣ ଆତଙ୍କବାଦୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓଡ଼ିଶାବାସୀଙ୍କୁ କଶ୍ମୀର ସ୍ଥିତି ଜଣାଇବେ କେନ୍ଦ୍ରମନ୍ତ୍ରୀ

kasmiri

ଶ୍ରୀନଗର: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ଯବାନ କଶ୍ମରୀ ଘାଟିରୁ ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ନାଁ ‘ଅପରେସନ-୬୦’ ରଖାଯାଇଛି। ଏହି ଅପରେସନ ଅଭିଯାନ ଜରିଆରେ ଆଜି ଜଣେ ଆତଙ୍କବାଦୀକୁ ଭାରତୀୟ ଯବାନ ମାରିବାକୁ ସକ୍ଷମ ହୋଇଛନ୍ତି। ବାରାମୂଲା ଜିଲ୍ଲାର ୱାରପୋରା କ୍ଷେତ୍ରର ସୋପୋର ଅଞ୍ଚଳରେ ଯବାନ ଉକ୍ତ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରାଯାଇଛି।

Advertisment

ଏବେ ବି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି।

ଯବାନମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୁଳି ମାଡ଼ର ଶବ୍ଦ ଶୁଣିଥିଲେ। ଏହାପରେ ପୂରା ଅଞ୍ଚଳକୁ ସିଲ୍‌ କରିଦିଆଯାଇଥିଲା।

Advertisment

ସୂଚନା ଅନୁସାରେ, ଘାଟି ଅଞ୍ଚଳରେ ସେନା ଆରମ୍ଭ କରିଥିବା ଅପରେସନରେ ୬୦ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି। ଏଥିରେ ୩୫ ଜଣ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି। ଏହା ପୂର୍ବରୁ ସେନା ‘ଅପରେସନ-୨୫’ ଆରମ୍ଭ କରିଥିଲା। ଏଥିରେ ଗାଜି ରାଶିଦକୁ ମାରିବାରେ ସେନା ସଫଳ ହୋଇଥିଲା।