/odisha-reporter/media/post_attachments/uploads/2019/03/punit_gupta_4148091_835x547-m_4285828_835x547-m.jpg)
punit_gupta_4148091_835x547-m_4285828_835x547-m
ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ଯମନ୍ତ୍ରୀ ରମଣ ସିଂହଙ୍କ ଜ୍ବାଇଁଙ୍କ ନାଁରେ ୫୦ କୋଟି ଠକେଇ ଅଭିଯୋଗ ଆସିଛି। ରାୟପୁର ସ୍ଥିତ ଏକ ସରକାରୀ ହସ୍ପିଟାଲରେ ସୁପରିଟେଣ୍ଡେଣ୍ଟ ଥିବା ବେଳେ ଜ୍ବାଇଁ ପୁନୀତ ଗୁପ୍ତା ଏହି ଠକେଇ କରିଥିବା ରାୟପୁର ପୋଲିସ କହିଛି।
ପୁନୀତ ଗୁପ୍ତାଙ୍କ ପରେ ଡିକେଏସ ହସ୍ପିଟାଲର ପରବର୍ତ୍ତୀ ଅଧିକାରୀ କମଲ କିଶୋର ସହାରେ ରାୟପୁର ସ୍ଥିତ ଗୋଲେବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଠକେଇ ହୋଇଥିବା ନେଇ କହିଛି।
ଅଭିଯୋଗ ଆଧାରରେ ପୋଲିସ ପଦର ଅପବ୍ଯବହାର, ଠକେଇ ଅଭିଯୋଗ ଆଣି ଦଫା ୪୦୯, ୪୨୦, ୪୬୭, ୪୭୮, ୧୨୦ (ବି) ଲଗାଇଛି। ଅନ୍ଯାନ୍ଯ ଅଭିଯୋଗର ତଦନ୍ତ ଶେଷ ହେବା ପରେ ଆବଶ୍ଯକ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଖାଲି ପୁନୀତ ନୁହନ୍ତି ଏହି ଠକେଇରେ ଅନ୍ଯ ଅଧିକାରୀ ମାନେ ମଧ୍ଯ ସାମିଲ ଥିବା କିଶୋର ଥାନାରେ ଅଭିଯୋଗ ଦାଖଲ କରିବା ବେଳେ ଉଲ୍ଲେଖ କରିଛନ୍ତି।
ତେବେ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବ ପରେ ରାୟପୁର ମେଡ଼ିକାଲ କଲେଜକୁ ସ୍ପେଶାଲ ଡ୍ଯୁଟିରେ ସରକାର ପଠାଇଥିଲେ। ହେଲେ ୨୦୧୪ ଅନ୍ତଗଡ ଉପନିର୍ବାଚନରେ ଫିକ୍ସିଂ ଅଭିଯୋଗ ଜଣେ କଂଗ୍ରେସ ନେତା ପୁନୀତଙ୍କ ନାଁରେ ଅଭିଯୋଗ କରିବା ପରେ ସରକାରୀ ଚାକିରୀରୁ ଅବସର ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
