Advertisment

ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଲେ ଦଶମ ଶ୍ରେଣୀ ଛାତ୍ର!

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ପାଠ ପଢ଼ା ବୟସର ପିଲାଏ ଏବେ ବନ୍ଧୁକ ଧରିଲେଣି। କଥା କଥାକେ ଗୁଳି ମଧ୍ୟ ଚଳାଉଛନ୍ତି। ଜଣେ ଛାତ୍ର ନିଜ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇବା ଶୁଣିଲେ, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଆଜ୍ଞା ହଁ, ଘଟଣାଟି ସତ। ଉତ୍ତରପ୍ରଦେଶ ବିଜ୍‌ନୋର୍‌ ଜିଲ୍ଲାର ଏକ ସ୍କୁଲରେ ଘଟିଛି ଏମିତି ଅଘଟଣ। ସ୍କୁଲ୍‌ର ଜଣେ ଦଶମ ଶ୍ରେଣୀ ଛାତ୍ର ନିଜ ପ୍ରିନ୍‌ସିପାଲ୍‌ଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଛି। ଆଉ ଗୁଳି ଚଳାଇବାର କାରଣ ଜାଣିଲେ, […]

author-image
Mihir Pattnayak
ଅଦ୍ୟତନ ହୋଇଛି
ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଲେ ଦଶମ ଶ୍ରେଣୀ ଛାତ୍ର!

teacher

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ପାଠ ପଢ଼ା ବୟସର ପିଲାଏ ଏବେ ବନ୍ଧୁକ ଧରିଲେଣି। କଥା କଥାକେ ଗୁଳି ମଧ୍ୟ ଚଳାଉଛନ୍ତି। ଜଣେ ଛାତ୍ର ନିଜ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇବା ଶୁଣିଲେ, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।

Advertisment

ଆଜ୍ଞା ହଁ, ଘଟଣାଟି ସତ। ଉତ୍ତରପ୍ରଦେଶ ବିଜ୍‌ନୋର୍‌ ଜିଲ୍ଲାର ଏକ ସ୍କୁଲରେ ଘଟିଛି ଏମିତି ଅଘଟଣ। ସ୍କୁଲ୍‌ର ଜଣେ ଦଶମ ଶ୍ରେଣୀ ଛାତ୍ର ନିଜ ପ୍ରିନ୍‌ସିପାଲ୍‌ଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଛି। ଆଉ ଗୁଳି ଚଳାଇବାର କାରଣ ଜାଣିଲେ, ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।

ଗୁଳି ଚଳାଇଥିବା ଛାତ୍ର ଜଣଙ୍କ ନିଜ ଉଗ୍ର ସ୍ୱଭାବ ପାଇଁ ସ୍କୁଲ୍‌ରେ ଚର୍ଚ୍ଚିତ ଥିଲା। ସାଥି ଓ ସହପାଠୀମାନଙ୍କୁ ସେ ପ୍ରାୟ ପ୍ରତିଦିନ ମାରପିଟ୍‌ କରୁଥିଲା। ଏହି କାରଣରୁ ସଂପୃକ୍ତ ଛାତ୍ର ବିରୋଧରେ ପ୍ରିନ୍‌ସିପାଲ୍‌ଙ୍କ ପାଖରେ ବହୁତ ଅଭିଯୋଗ ମଧ୍ୟ ପହଞ୍ଚିଥିଲା। ତେବେ ବାରମ୍ବାର ଚେତାବନୀ ସତ୍ତ୍ୱେ ଛାତ୍ରଟି ନିଜ ସ୍ୱଭାବ ନବଦଳାଇବାରୁ ପ୍ରିନ୍‌ସିପାଲ୍‌ ତାକୁ ସ୍କୁଲ୍‌ରୁ ବହିଷ୍କାର କରି ଦେଇଥିଲେ।

Advertisment

ବହିଷ୍କୃତ ହେବା ପରେ ସଂପୃକ୍ତ ଛାତ୍ର ନିଜ ଭୁଲ୍‌ ପାଇଁ କ୍ଷମା ମାଗିବା ସହ ସ୍କୁଲ୍‌ର ପୁଣି ପାଠ ପଢିବାକୁ ଅନୁମତି ମାଗିଥିଲା। କିନ୍ତୁ ପ୍ରିନ୍‌ସିପାଲ୍‌ ତାକୁ ରୋକଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଛାତ୍ର ସାଥିରେ ଆଣିଥିବା ଏକ ପିସ୍ତଲ୍‌ରୁ ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଥିଲା।

ସୌଭାଗ୍ୟବଶତଃ, ଏହି ଗୁଳି ପ୍ରିନ୍‌ସିପାଲ୍‌ଙ୍କ ଦେହରେ ବାଜି ନଥିଲା ଏବଂ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।