ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ବିଜନୋର: ଉତ୍ତରପ୍ରଦେଶର ବିଜନୋର୍‌ଠାରେ ଥିବା ଏକ ଘରୋଇ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ କାରଖାନାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ। ଆଜି ସକାଳ ପ୍ରାୟ ୮ଟା ବେଳେ ନାଗିନ୍‌ ରୋଡ୍‌ଠାରେ ଥିବା ମୋହିତ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ୯ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ହଠାତ୍‌ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ବାଲଗୋବିନ୍ଦ, ରବି, ଲୋକେନ୍ଦ୍ର, କମଲଭୀର ଓ ଛେତ୍ରାମ ନାମକ ୫ ଜଣ ଶ୍ରମିକଙ୍କ ଘଟଣା […]

bijnor

bijnor

Hemant Lenka
  • Published: Wednesday, 12 September 2018
  • Updated: 12 September 2018, 03:31 PM IST

Sports

Latest News

ବିଜନୋର: ଉତ୍ତରପ୍ରଦେଶର ବିଜନୋର୍‌ଠାରେ ଥିବା ଏକ ଘରୋଇ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ କାରଖାନାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ। ଆଜି ସକାଳ ପ୍ରାୟ ୮ଟା ବେଳେ ନାଗିନ୍‌ ରୋଡ୍‌ଠାରେ ଥିବା ମୋହିତ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ୯ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ।

ହଠାତ୍‌ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ବାଲଗୋବିନ୍ଦ, ରବି, ଲୋକେନ୍ଦ୍ର, କମଲଭୀର ଓ ଛେତ୍ରାମ ନାମକ ୫ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ମିଳିନାହିଁ।

ଆହତ ହୋଇଥିବା ୨ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍‌ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos