Advertisment

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

ଇସଲାମାବାଦ: ରୋଷେଇ ସିଲିଣ୍ଡର ବିସ୍ଫୋରଣରୁ ତିନି ଜଣଙ୍କର ଜୀବନ ଗଲା। ଏହି ବିସ୍ଫୋରଣରେ ୧୬ରୁ ଅଧିକ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କୋଠା ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି। ବୁଧବାର ସକାଳେ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ମାସ୍କାନ ଚୋରାଙ୍ଗି ନିକଟରେ ଥିବା ଏକ କୋଠାରେ ବିସ୍ଫୋରଣ ହୋଇଛି। ଖବର ଲେଖା ହେବା ସୁଦ୍ଧା ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ପାଖାପାଖି ୧୬ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

karachi_blast

ଇସଲାମାବାଦ: ରୋଷେଇ ସିଲିଣ୍ଡର ବିସ୍ଫୋରଣରୁ ତିନି ଜଣଙ୍କର ଜୀବନ ଗଲା। ଏହି ବିସ୍ଫୋରଣରେ ୧୬ରୁ ଅଧିକ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କୋଠା ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।

Advertisment

ବୁଧବାର ସକାଳେ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ମାସ୍କାନ ଚୋରାଙ୍ଗି ନିକଟରେ ଥିବା ଏକ କୋଠାରେ ବିସ୍ଫୋରଣ ହୋଇଛି। ଖବର ଲେଖା ହେବା ସୁଦ୍ଧା ତିନି ଜଣ ମୃତ୍ୟୁ ବରଣ କରିଥିବା ବେଳେ ପାଖାପାଖି ୧୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ଡନ୍ ନ୍ୟୁଜରୁ ଏହା ଜଣାପଡ଼ିଛି।

ସମସ୍ତ ଆହତ ଏବଂ ମୃତକଙ୍କୁ ପଟେଲ ଡାକ୍ତରଖାନା ନିଆଯାଇଛି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନି। ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କରିବାରୁ ଏଭଳି ହୋଇଛି ବୋଲି କୁହାଯାଉଛି। ଘଟଣାର ଅଧିକ ତଦନ୍ତ କରିବା ପାଇଁ ତଦନ୍ତକାରୀ ଟିମ୍ ସହ ଉଦ୍ଧରକାରୀ ଦଳ ପହଛନ୍ତି।

Advertisment

କୋଠାର ଦ୍ୱିତୀୟ ମହଲାରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ସ୍ଥାନୀୟ ଲୋକାମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ପାଖରେ ଥିବା ଅନ୍ୟ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Pakistan