Advertisment

କାର୍ଗିଲ ହିରୋ ସହିଦ କାଲିଆଙ୍କ ପରିବାର ଲୋକଙ୍କ କ୍ଷୋଭ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳିବ। ପାକିସ୍ତାନ ସହ ଏହି ଯୁଦ୍ଧ ବେଳେ ମାତୃଭୁମିର ସୁରକ୍ଷା ପାଇଁ ଭାରତୀୟ ଯବାନମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତେବେ ଏହି ଯୁଦ୍ଧ ସମୟରେ ପାକିସ୍ତାନ ସେନା ହାତରେ କ୍ୟାପ୍ଟେନ ସୌରଭ କାଲିଆ ଜୀବନ୍ତ ଧରାପଡ଼ି ଯାଇଥିଲେ। ପାକିସ୍ତାନରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ତେବେ କାର୍ଗିଲ ବିଜୟ ଦିବସ ପାଳନ ପୂର୍ବରୁ ସହିଦ କାଲିଆଙ୍କ ପରିବାର ଲୋକେ କ୍ଷୋଭ […]

ଅଦ୍ୟତନ ହୋଇଛି
କାର୍ଗିଲ ହିରୋ ସହିଦ କାଲିଆଙ୍କ ପରିବାର ଲୋକଙ୍କ କ୍ଷୋଭ

rtr

Advertisment

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳିବ। ପାକିସ୍ତାନ ସହ ଏହି ଯୁଦ୍ଧ ବେଳେ ମାତୃଭୁମିର ସୁରକ୍ଷା ପାଇଁ ଭାରତୀୟ ଯବାନମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତେବେ ଏହି ଯୁଦ୍ଧ ସମୟରେ ପାକିସ୍ତାନ ସେନା ହାତରେ କ୍ୟାପ୍ଟେନ ସୌରଭ କାଲିଆ ଜୀବନ୍ତ ଧରାପଡ଼ି ଯାଇଥିଲେ। ପାକିସ୍ତାନରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା।

Advertisment

ତେବେ କାର୍ଗିଲ ବିଜୟ ଦିବସ ପାଳନ ପୂର୍ବରୁ ସହିଦ କାଲିଆଙ୍କ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, “ନିକଟରେ ପାକିସ୍ତାନ ହାତରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଧରା ପଡ଼ିଥିଲେ। ହେଲେ ଭାରତ ସରକାର ବେଶ ପ୍ରତିକ୍ରିୟାଶୀଳ ହେବା ସହ ତାଙ୍କୁ ଛାଡ଼ିବାକୁ ପାକିସ୍ତାନ ଉପରେ ଚାପ ପକାଇଥିଲେ।

ପାକିସ୍ତାନ ମଧ୍ୟ ତାଙ୍କୁ ଛାଡ଼ିଥିଲା। ହେଲେ କାର୍ଗିଲ ଯୁଦ୍ଧ ବେଳେ କ୍ଷମତାରେ ଥିବା ସକରାର କାଲିଆ ପାଇଁ ଆଦୌ ତତ୍ପରତା ପ୍ରକାଶ କରି ନଥିଲେ। ଆମେ ଅନେକ ଥର ପାକିସ୍ତାନ ସହ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ କହିଥିଲୁ। ହେଲେ ଭାରତ ସରକାର ଶୁଣି ନଥିଲେ।”

Advertisment

ସହିଦ କାଲିଆଙ୍କୁ ପାକିସ୍ତାନ ନିର୍ଯାତନା ଦେଇଥିବା କଥା ବାରମ୍ବାର ଅସ୍ୱୀକାର କରି ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe