Advertisment

ଆରପାରିରେ ଗୁଜରାଟୀ ସୁପରଷ୍ଟାର୍ ନରେଶ କନୋଡିଆ

ନୂଆଦିଲ୍ଲୀ: ଗୁଜରାଟୀ ଫିଲ୍ମ ସୁପରଷ୍ଟାର ନରେଶ କନୋଡିଆଙ୍କ ମୃତ୍ୟୁ ଘଟିଛି। ସେ କରୋନା ଭୂତାଣୁ ସଂକ୍ରମିତ ଥିବା ବେଳେ ଗତ ଚାରିଦିନ ହେଲା ଅହମଦାବାଦର ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ୭୭ ବର୍ଷୀୟ ଏହି ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁରେ ଗୁଜରାଟୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ગુજરાતી ફિલ્મના સુપરસ્ટાર અને ભાજપા અગ્રણીશ્રી નરેશભાઈ કનોડિયાના દુઃખદ અવસાનથી શોકમગ્ન છું.આગવા અભિનય દ્વારા ગુજરાતી ચલચિત્રોને લોકપ્રિય બનાવી […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଆରପାରିରେ ଗୁଜରାଟୀ ସୁପରଷ୍ଟାର୍ ନରେଶ କନୋଡିଆ

naresh

ନୂଆଦିଲ୍ଲୀ: ଗୁଜରାଟୀ ଫିଲ୍ମ ସୁପରଷ୍ଟାର ନରେଶ କନୋଡିଆଙ୍କ ମୃତ୍ୟୁ ଘଟିଛି। ସେ କରୋନା ଭୂତାଣୁ ସଂକ୍ରମିତ ଥିବା ବେଳେ ଗତ ଚାରିଦିନ ହେଲା ଅହମଦାବାଦର ୟୁଏନ୍ ମେହେତା ଇନଷ୍ଟିଚ୍ୟୁଟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ୭୭ ବର୍ଷୀୟ ଏହି ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁରେ ଗୁଜରାଟୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisment

ନରେଶ ଗୁଜରାଟୀ ଫିଲ୍ମ ଦୁନିଆର ଜଣେ ସୁପରଷ୍ଟାର ଥିଲେ, ଯାହାଙ୍କ ଆଜି ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି। ଏପରି କି ତାଙ୍କୁ ଗୁଜରାଟୀ ଫିଲ୍ମ ଜଗତର ବିଗ୍ ବି ବୋଲି କୁହାଯାଇଥାଏ। କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ, ଆତ୍ମୀୟ ସ୍ୱଜନ ଭାଙ୍ଗି ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଏନେଇ ଶୋକବ୍ୟକ୍ତ କରିଛନ୍ତି।

Advertisment

ସୂଚନା ଥାଉ କି, ଗୁଜରାଟୀ ଫିଲ୍ମ ଜଗତରେ ମହେଶ-ନରେଶ ଜୋଡ଼ି ଖୁବ୍ ଲୋକପ୍ରିୟ। ନରେଶ କନୋଡିଆଙ୍କ ବଡ଼ ଭାଇ ହେଉଛନ୍ତି ମହେଶ କନୋଡିଆ, ଯିଏ ଗୁଜରାଟୀ ଫିଲ୍ମ ଜଗତର ଜଣାଶୁଣା ସଙ୍ଗୀତକାର ତଥା ଗାୟକ ଥିଲେ। ତେବେ ଦୁଇ ଦିନ ପୂର୍ବରୁ ୮୩ ବର୍ଷ ବୟସରେ ମହେଶଙ୍କ ମୃତ୍ୟୁ ଘଟିଥିଲା। ପରେ ପରେ ନରେଶ ମଧ୍ୟ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି.।

COVID-19