ନୂଆଦିଲ୍ଲୀ: ଦୀର୍ଘ ୪୦ ଦିନ ହେବ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ବଭିନ୍ନ ରାଜ୍ୟର କୃଷକ ସଙ୍ଗଠନ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଶୀତ ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ଟେଣ୍ଟ ମଧ୍ୟ ବାନ୍ଧିଛନ୍ତି। ଏହାରି ଭିତରେ ଜଣେ ଚାଷୀ ଭୀଷଣ ଥଣ୍ଡା ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ନିଜ କଣ୍ଟେନର ଟ୍ରକ ଭିତରେ ହିଁ ତିଆରି କିରଛନ୍ତି ସୁନ୍ଦର ଘର।
ସୋଫାଠାରୁ ଆରମ୍ଭ କରି ଟିଭି, ଖଟ ଏପରିକି ଶୌଚାଳୟ ମଧ୍ୟ ରହିଛି ଏହି ଟ୍ରକ୍ ଭିତରେ। ଟ୍ରକକୁ ଏଭଳି ସୁନ୍ଦର ଘରରେ ପରିଣତ କରିଛନ୍ତି କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ପଞ୍ଜାବ ଜାଲନ୍ଧର ବାସିନ୍ଦା ହରପ୍ରିତ ସିଂହ ମଟ୍ଟୁ।
Delhi: Jalandhar based farmer protesting at Sighu border turns a truck container into a residence
"I came here on Dec 2 to do langar sewa. I left all my work & served for 7 days at Singhu border. I felt homesick & then decided to turn a truck into a makeshift apartment," he says pic.twitter.com/FIsmkzeJS7
— ANI (@ANI) January 2, 2021
ହରପ୍ରିତ ସିଂହ ଗତ ଡିସେମ୍ବର ୨ ତାରିଖରେ ଲଙ୍ଗର ଖୋଲିବା ପାଇଁ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ନିଜ ସବୁ କାମ ଛାଡି ସେ ସିଙ୍ଘୁ ସୀମାରେ ୭ ଦିନ ଧରି ଆନ୍ଦୋଳନରତ ଚାଷୀଙ୍କ ସେବା କରିଥିଲେ। ପରେ ଯେତେବେଳେ ହରପ୍ରିତ ହୋଟେଲକୁ ଫେରିଥିଲେ ସେତେବେଳେ ତାଙ୍କୁ ଘର କଥା ଭାରି ମନେ ପଡିଥିଲା। ଏହାପରେ ହରପ୍ରିତ ନିଜ ବୁଦ୍ଧି ଖଟାଇ ଟ୍ରକକୁ ହିଁ ମେକସିଫ୍ଟ ଆପାର୍ଟମେଣ୍ଟରେ ପରିଣତ କରିଦେଇଥିଲେ ବୋଲି ଜାତୀୟ ଖବର ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।
ଏହି ଘରକୁ ତିଆରି କିରବା ପାଇଁ ହରପ୍ରିତଙ୍କୁ ଦେଢ଼ ଦିନ ସମୟ ଲାଗିଥିଲା। ଏଥିରେ ତାଙ୍କୁ ବନ୍ଧମାନେ ସହଯୋଗ କରିଥିଲେ। ହରପ୍ରିତ ଏବେ ଗୁରୁଦ୍ୱାରା ସାହିବ ରିଭରସାଇଟ୍ କାଲିଫର୍ଣ୍ଣିଆ ଲଙ୍ଗର ସେବା ଖୋଲିଛନ୍ତି। ଏହା ଜାରିଆରେ ସେ ପଥଚାରୀ ଏବଂ କୃଷକଙ୍କୁ ଚା’, ଜଳଖିଆ ଏବଂ ଖାଦ୍ୟ ପରସୁଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।