Advertisment

ଟ୍ରକ୍ ଭିତରେ ମେକସିଫ୍ଟ ହାଉସ୍ କଲେ ଆନ୍ଦୋଳନକାରୀ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ୪୦ ଦିନ ହେବ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ବଭିନ୍ନ ରାଜ୍ୟର କୃଷକ ସଙ୍ଗଠନ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଶୀତ ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ଟେଣ୍ଟ ମଧ୍ୟ ବାନ୍ଧିଛନ୍ତି। ଏହାରି ଭିତରେ ଜଣେ ଚାଷୀ ଭୀଷଣ ଥଣ୍ଡା ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ନିଜ କଣ୍ଟେନର ଟ୍ରକ ଭିତରେ ହିଁ ତିଆରି କିରଛନ୍ତି ସୁନ୍ଦର ଘର। […]

ଅଦ୍ୟତନ ହୋଇଛି
ଟ୍ରକ୍ ଭିତରେ ମେକସିଫ୍ଟ ହାଉସ୍ କଲେ ଆନ୍ଦୋଳନକାରୀ ଚାଷୀ

truck-into-home

Advertisment

ନୂଆଦିଲ୍ଲୀ: ଦୀର୍ଘ ୪୦ ଦିନ ହେବ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ବଭିନ୍ନ ରାଜ୍ୟର କୃଷକ ସଙ୍ଗଠନ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଶୀତ ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଆନ୍ଦୋଳନ ସ୍ଥଳରେ ଟେଣ୍ଟ ମଧ୍ୟ ବାନ୍ଧିଛନ୍ତି। ଏହାରି ଭିତରେ ଜଣେ ଚାଷୀ ଭୀଷଣ ଥଣ୍ଡା ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ନିଜ କଣ୍ଟେନର ଟ୍ରକ ଭିତରେ ହିଁ ତିଆରି କିରଛନ୍ତି ସୁନ୍ଦର ଘର।publive-image

Advertisment

ସୋଫାଠାରୁ ଆରମ୍ଭ କରି ଟିଭି, ଖଟ ଏପରିକି ଶୌଚାଳୟ ମଧ୍ୟ ରହିଛି ଏହି ଟ୍ରକ୍ ଭିତରେ। ଟ୍ରକକୁ ଏଭଳି ସୁନ୍ଦର ଘରରେ ପରିଣତ କରିଛନ୍ତି କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ପଞ୍ଜାବ ଜାଲନ୍ଧର ବାସିନ୍ଦା ହରପ୍ରିତ ସିଂହ ମଟ୍ଟୁ।

Advertisment


ହରପ୍ରିତ ସିଂହ ଗତ ଡିସେମ୍ବର ୨ ତାରିଖରେ ଲଙ୍ଗର ଖୋଲିବା ପାଇଁ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ନିଜ ସବୁ କାମ ଛାଡି ସେ ସିଙ୍ଘୁ ସୀମାରେ ୭ ଦିନ ଧରି ଆନ୍ଦୋଳନରତ ଚାଷୀଙ୍କ ସେବା କରିଥିଲେ। ପରେ ଯେତେବେଳେ ହରପ୍ରିତ ହୋଟେଲକୁ ଫେରିଥିଲେ ସେତେବେଳେ ତାଙ୍କୁ ଘର କଥା ଭାରି ମନେ ପଡିଥିଲା। ଏହାପରେ ହରପ୍ରିତ ନିଜ ବୁଦ୍ଧି ଖଟାଇ ଟ୍ରକକୁ ହିଁ ମେକସିଫ୍ଟ ଆପାର୍ଟମେଣ୍ଟରେ ପରିଣତ କରିଦେଇଥିଲେ ବୋଲି ଜାତୀୟ ଖବର ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।

ଏହି ଘରକୁ ତିଆରି କିରବା ପାଇଁ ହରପ୍ରିତଙ୍କୁ ଦେଢ଼ ଦିନ ସମୟ ଲାଗିଥିଲା। ଏଥିରେ ତାଙ୍କୁ ବନ୍ଧମାନେ ସହଯୋଗ କରିଥିଲେ। ହରପ୍ରିତ ଏବେ ଗୁରୁଦ୍ୱାରା ସାହିବ ରିଭରସାଇଟ୍ କାଲିଫର୍ଣ୍ଣିଆ ଲଙ୍ଗର ସେବା ଖୋଲିଛନ୍ତି। ଏହା ଜାରିଆରେ ସେ ପଥଚାରୀ ଏବଂ କୃଷକଙ୍କୁ ଚା’, ଜଳଖିଆ ଏବଂ ଖାଦ୍ୟ ପରସୁଛନ୍ତି।

Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe