Advertisment

ଚରମ ଅବହେଳା ପ୍ରତିବାଦରେ ଚରମ ପଦକ୍ଷେପ : ମଣିଷ ମାଂସ ଖାଇଲେ ଚାଷୀ, ଗଳାକାଟିବାକୁ ଚେତାବନୀ

ନୂଆଦିଲ୍ଲୀ: ଶତାବ୍ଦୀର  ସବୁଠାରୁ  ସମ୍ବେଦନଶୀଳ ଚିତ୍ର ।  ଏମିତି ଘଟଣା ସଭ୍ୟ ସମାଜ ପାଇଁ ଯେତିକି  ସ୍ପର୍ଷକାତର ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସେତିକି ଲଜ୍ଜାଜନକ। ସରକାରଙ୍କ ଉଦାସୀନତାରେ ଅତିଷ୍ଟ ହୋଇ ଚାଷୀମାନେ ଶେଷରେ ଚରମପନ୍ଥା ଅବଲମ୍ବନ କରିଛନ୍ତି। ଦାବି ହାସଲ ପାଇଁ ଚାଷୀମାନେ ମଣିଷ ମାଂସ ଖାଇବାକୁ ପଛାଇ ନାହାନ୍ତି।  ଋଣ ଛାଡ଼ ପାଇଁ ବାରମ୍ବାର ସ୍ୱର ଉଠାଇ ନିରାଶ ହେବା ପରେ ପ୍ରଥମେ ନିଜ ପରିସ୍ରା ପିଇଥିଲେ ଚାଷୀ। ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ନ ଭାଙ୍ଗିବାରୁ ଶେଷରେ ଆନ୍ଦୋଳନ ପାଇଁ ମଣିଷ ମାଂସ ଖାଇବା ଭଳି ଚରମ ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି। ୟାବାଦେ ଯଦି ସରକାର ସେମାନଙ୍କ ଗୁହାରୀ ନ ଶୁଣନ୍ତି ତେବେ ସେମାନେ ସମୂହ ଗଳାକାଟି ଆତ୍ମହତ୍ୟା କରିବେ ବୋଲି  ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ,  ଋଣ ଛାଡ଼ ଦାବି କରି ତାମିଲନାଡ଼ୁର ଚାଷୀମାନେ କ୍ରମାଗତ ଆନ୍ଦୋଳନ କରି ଆସୁଛନ୍ତି।  ଏନେଇ ସେମାନେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଗତ ରବିବାର ସେମାନେ ନିଜ ପରିସା ଏବଂ ମଳ ଖାଇ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଥିଲେ। ତଥାପି ସରକାର ନିଦାବିଷ୍ଣୁ ସାଜିବାରୁ ଏହାର ଦୁଇଦିନ ପରେ  ଅର୍ଥାତ ମଙ୍ଗଳବାର ଧର୍ଯ୍ୟହରା ହୋଇ ସେମାନେ ମଣିଷ ମାଂସ ଖାବାକୁ ପଛାଇ ନ ଥିବା କହିଛନ୍ତି। ଦିଲ୍ଲୀରେ ଜନ୍ତରମନ୍ତରରେ  ଆନ୍ଦୋଳନ କରୁଥିବା ଚାଷୀଙ୍କ କହିବା ଅନୁଯାୟୀ ସେମାନେ ଯମୁନା ନଦୀରେ ଭାସୁଥିବା  ଏକ ମଣିଷ ଶବକୁ  ଆଣିଥିଲେ। ଆଉ ଏହାର ମାଂସକୁ ଖାଇଥିବା କହିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ଋଣ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସରକାର ଗଠନର ୩ ବର୍ଷ ପୁରିଯାଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ନିଜ ପ୍ରତିଶ୍ରୁତି ରକ୍ଷା କରି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଗତ ସୋମବାର ସେମାନେ ଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବିଶାଳା ରାଲି କରିଥିବା କହିଛନ୍ତି।  ମରୁଡ଼ି ଜନିତ ୪୦ ହଜାର କୋଟି ଟଙ୍କାର ଋଣ ଛାଡ଼, ଫସଲ ବୀମା  ଏବଂ କାବେରୀ ଜଳ ବିବାଦର ସମାଧାନ ପାଇଁ ଏକ ପରିଚାଳନା ବୋର୍ଡ଼ ଗଠନ ଦାବି କରି ଏହି ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀରେ ଏହା ସେମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ  ଆନ୍ଦୋଳନ ବୋଲି କହିଛନ୍ତି। କାରଣ ଏହା ପୂର୍ବରୁ ୨ ମାସ ତଳେ ଚାଷୀମାନେ ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରିଥିଲେ। ଗତଥର ଆନ୍ଦୋଳନରେ ସେମାନେ ଅଧା ଦାଢି ଓ ଚୁଟି କାଟି ଆନ୍ଦୋଳନ କରିଥିଲେ।  ଏପରିକି ପାଟିରେ ସାପ ଓ ମୂଷା ପୁରାଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।  ଆଉ ଏବେ ସେମାନେ ମଣିଷ ମାଂସ ଖାଇବାକୁ ପଛାଇ ନଥିବା କହିଛନ୍ତି।

ବିଦ୍ର: ମାଂସ  ଖାଇବାର ଦୃଶ୍ୟ ଅତି ଆପତ୍ତିଜନକ ଥିବାରୁ ଏଠାରେ ଆମେ ତାହା ପ୍ରକାଶ କରୁ ନାହୁଁ । କେବଳ ପ୍ରତିକାତ୍ମକଭାବେ ଫଟୋ ରଖାଯାଇଛି।   ଆପଣ ଆଉଟ ଲୁକ ସାଇଟ୍‌କୁ ଯାଇ ଦେଖିପାରିବେ।

ସୌଜନ୍ୟ:ଆଉଟ୍ ଲୁକ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe