ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତକୁ ଜୋରଦାର ବିରୋଧ । ଥାଳି ପିଟି ବିରୋଧ କଲେ କୃଷକ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଥିବା କୃଷକମାନେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ନିଆରା ଢ଼ଙ୍ଗରେ ବିରୋଧ କରିଛନ୍ତି ।
କୃଷକ ସଙ୍ଗଠନ ଏକାଠି ହୋଇ ଥାଳି ବଜାଇଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି । ସିଙ୍ଘୁ ସୀମାରେ ପ୍ରଦର୍ଶନ କରୁଥିବା କୃଷକମାନ ହାତରେ ଥାଳି ଧରି ବଜାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ସାର୍ବଜନୀନ ରୂପେ ବିରୋଧ କରିବା ନେଇ କୃଷକ ସଙ୍ଗଠନ ଘଷୋଣା କରିଥିଲା ।
ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଦିଲ୍ଲୀର ବିଭିନ୍ନ ସୀମରେ ଆନ୍ଦୋଳନରେ ବସିଥିବା ଚାଷୀ ଶେଷରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପଇଁ ରାଜି ହୋଇଛନ୍ତି । ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏ ନେଇ ସୂଚନା ଦେଇଛି। ଗତକାଲି କୃଷକ ମୋର୍ଚାର ବୈଠକ ବସିଥିଲା। ବୈଠକରେ ସରକାରଙ୍କ ସହ ପୁନର୍ବାର ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ସଙ୍ଗଠନର ନେତା ସାମ୍ବଦିକ ସମ୍ମିଳନୀରେ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।