ମନ କି ବାତ୍ ବେଳେ ଥାଳି ପିଟିଲେ ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତକୁ ଜୋରଦାର ବିରୋଧ । ଥାଳି ପିଟି ବିରୋଧ କଲେ କୃଷକ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଥିବା କୃଷକମାନେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ନିଆରା ଢ଼ଙ୍ଗରେ ବିରୋଧ କରିଛନ୍ତି । କୃଷକ ସଙ୍ଗଠନ ଏକାଠି ହୋଇ ଥାଳି ବଜାଇଛନ୍ତି ।  କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି । ସିଙ୍ଘୁ […]

farmer-protest

Madhupriya Mistry
  • Published: Sunday, 27 December 2020
  • , Updated: 27 December 2020, 12:22 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତକୁ ଜୋରଦାର ବିରୋଧ । ଥାଳି ପିଟି ବିରୋଧ କଲେ କୃଷକ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଥିବା କୃଷକମାନେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ନିଆରା ଢ଼ଙ୍ଗରେ ବିରୋଧ କରିଛନ୍ତି ।

କୃଷକ ସଙ୍ଗଠନ ଏକାଠି ହୋଇ ଥାଳି ବଜାଇଛନ୍ତି ।  କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି । ସିଙ୍ଘୁ ସୀମାରେ ପ୍ରଦର୍ଶନ କରୁଥିବା କୃଷକମାନ ହାତରେ ଥାଳି ଧରି ବଜାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ସାର୍ବଜନୀନ ରୂପେ ବିରୋଧ କରିବା ନେଇ କୃଷକ ସଙ୍ଗଠନ ଘଷୋଣା କରିଥିଲା ।

ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଦିଲ୍ଲୀର ବିଭିନ୍ନ ସୀମରେ ଆନ୍ଦୋଳନରେ ବସିଥିବା ଚାଷୀ ଶେଷରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପଇଁ ରାଜି ହୋଇଛନ୍ତି । ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏ ନେଇ ସୂଚନା ଦେଇଛି। ଗତକାଲି କୃଷକ ମୋର୍ଚାର ବୈଠକ ବସିଥିଲା। ବୈଠକରେ ସରକାରଙ୍କ ସହ ପୁନର୍ବାର ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିବା ସଙ୍ଗଠନର ନେତା ସାମ୍ବଦିକ ସମ୍ମିଳନୀରେ କହିଛନ୍ତି।

Related story