Advertisment

ପୁଅ ପ୍ରଧାନମନ୍ତ୍ରୀ, ବାପା ଅନ୍ୟ ଦେଶର ନାଗରିକ ହେବାକୁ ଇଚ୍ଛୁକ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ବାପା ଷ୍ଟାନଲି ଜନଶନ କହିଛନ୍ତି ସେ ଫ୍ରାନ୍ସର ନାଗରିକ ହେବାକୁ ଚାହୁଁଛନ୍ତି। ବ୍ରିଟେନର ନାଗରିକତ୍ୱ ଛାଡ଼ିବାକୁ ଚାହୁଁଛନ୍ତି। ୟୁରୋପିଆନ୍ ୟୁନିଅନରୁ ବ୍ରିଟେନ୍ ଅଲଗା ହେବା ପରେ ଷ୍ଟାନଲି ଫ୍ରାନ୍ସ ପାସପୋର୍ଟ ପାଇଁ ଆବେଦନ କରିଥିବା କହିଛନ୍ତି। ଗୁରୁବାର ଏକ ଫରାସୀ ରେଡିଓକୁ ସାକ୍ଷାତକାର ଦେବା ଅବସରରେ ଷ୍ଟାନଲି ଫ୍ରାନ୍ସ ପ୍ରତି ଥିବା ତାଙ୍କ ଦୁର୍ବଳତା ବଖାଣିଛନ୍ତି। ୟୁରୋପୀୟ ସଂସଦର ସଦସ୍ୟ ଥିବା ଷ୍ଟାନଲି ଜନଶନ କହିଛନ୍ତି ଫ୍ରାନ୍ସ ସହିତ ପାରିବାରିକ […]

ଅଦ୍ୟତନ ହୋଇଛି
ପୁଅ ପ୍ରଧାନମନ୍ତ୍ରୀ, ବାପା ଅନ୍ୟ ଦେଶର ନାଗରିକ ହେବାକୁ ଇଚ୍ଛୁକ

borish-father

Advertisment

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ବାପା ଷ୍ଟାନଲି ଜନଶନ କହିଛନ୍ତି ସେ ଫ୍ରାନ୍ସର ନାଗରିକ ହେବାକୁ ଚାହୁଁଛନ୍ତି। ବ୍ରିଟେନର ନାଗରିକତ୍ୱ ଛାଡ଼ିବାକୁ ଚାହୁଁଛନ୍ତି। ୟୁରୋପିଆନ୍ ୟୁନିଅନରୁ ବ୍ରିଟେନ୍ ଅଲଗା ହେବା ପରେ ଷ୍ଟାନଲି ଫ୍ରାନ୍ସ ପାସପୋର୍ଟ ପାଇଁ ଆବେଦନ କରିଥିବା କହିଛନ୍ତି। ଗୁରୁବାର ଏକ ଫରାସୀ ରେଡିଓକୁ ସାକ୍ଷାତକାର ଦେବା ଅବସରରେ ଷ୍ଟାନଲି ଫ୍ରାନ୍ସ ପ୍ରତି ଥିବା ତାଙ୍କ ଦୁର୍ବଳତା ବଖାଣିଛନ୍ତି।

Advertisment

ୟୁରୋପୀୟ ସଂସଦର ସଦସ୍ୟ ଥିବା ଷ୍ଟାନଲି ଜନଶନ କହିଛନ୍ତି ଫ୍ରାନ୍ସ ସହିତ ପାରିବାରିକ ସମ୍ପର୍କ ରହିଥିବାରୁ ସେଠାରେ ସେ ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଫ୍ରେଞ୍ଚ ଭାଷାରେ କଥାବାର୍ତ୍ତା କରି ୮୦ ବର୍ଷୀୟ ଷ୍ଟାନଲି କହିଛନ୍ତି ଯେ ମୂଳତଃ ଜଣେ ଫରାସୀ। ତାଙ୍କ ମା ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ଜେଜେବାପା ଫରାସୀ ଥିଲେ। ତେଣୁ ସେ ଫ୍ରାନ୍ସ ପ୍ରତି ଅଧିକ ଆତ୍ମୀୟତା ରହିଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ୱର ୨୪ରେ ବ୍ରିଟେନ ୟୁରୋପୀୟ ୟୁନିଅନରୁ ଓହରିଥିଲା। ଏବେ ବ୍ରିଟେନ ଆଉ ୟୁରୋପର ଏକକ ବଜାରର ଅଂଶ ହୋଇ ନାହିଁ। ବ୍ରେକଜିଟର ଅର୍ଥ ହେଉଛି ୟୁରୋପିଆନ୍ ବ୍ୟବସାୟିକ ସଂଘରୁ ଏକଜିଟ୍ ହେବା। ପ୍ରାୟ ୧୦ ମାସ ଧରି ଚାଲିଥିବା ବୁଝାମଣା ଉଭୟ ପକ୍ଷ ସପ୍ତାହ ପୂର୍ବରୁ ରାଜି ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe