Advertisment

ମୁଖ୍ୟମନ୍ତ୍ରୀଙ୍କ ଆବାସ ସମ୍ମୁଖରେ ଆତ୍ମଦାହ କରିବାକୁ ଆସିଥିଲେ ଯୁବତୀ, ହାଜତରେ ଆଖି ବୁଜିଲେ ବାପା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆବାସ ଆଗରେ ଆତ୍ମଦାହ ପ୍ରଚେଷ୍ଟା କରିଥିବା ପୀଡିତାଙ୍କ ପିତା ପ୍ରାଣ ହରାଇଛନ୍ତି। ଜେଲରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି। ପୀଡିତା ବିଜେପି ବିଧାୟକ କୁଲଦିପ୍‌ ସିଂ ସେଗରଙ୍କ ଉପରେ ଗଣବଳାତ୍କାର ଅଭିଯୋଗ ଆଣିଥିଲେ। ଏହାପରେ ବିଧାୟକଙ୍କ ଭାଇ ଓ ତାଙ୍କର କିଛି ଗୁଣ୍ଡା ମିଶି ପିଡ଼ୀତାଙ୍କ ପିତା ସୁରେନ୍ଦ୍ରଙ୍କୁ ମାଡ଼ ମାରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଡିଆଇଜିଙ୍କ ଅନୁଯାୟୀ ସୁରେନ୍ଦ୍ରଙ୍କର ହାଜତ ଭିତରେ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ପାଇଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ଆବାସ ସମ୍ମୁଖରେ ଆତ୍ମଦାହ କରିବାକୁ ଆସିଥିଲେ ଯୁବତୀ, ହାଜତରେ ଆଖି ବୁଜିଲେ ବାପା

burnt_1523253055_618x347

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆବାସ ଆଗରେ ଆତ୍ମଦାହ ପ୍ରଚେଷ୍ଟା କରିଥିବା ପୀଡିତାଙ୍କ ପିତା ପ୍ରାଣ ହରାଇଛନ୍ତି। ଜେଲରେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି। ପୀଡିତା ବିଜେପି ବିଧାୟକ କୁଲଦିପ୍‌ ସିଂ ସେଗରଙ୍କ ଉପରେ ଗଣବଳାତ୍କାର ଅଭିଯୋଗ ଆଣିଥିଲେ। ଏହାପରେ ବିଧାୟକଙ୍କ ଭାଇ ଓ ତାଙ୍କର କିଛି ଗୁଣ୍ଡା ମିଶି ପିଡ଼ୀତାଙ୍କ ପିତା ସୁରେନ୍ଦ୍ରଙ୍କୁ ମାଡ଼ ମାରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଡିଆଇଜିଙ୍କ ଅନୁଯାୟୀ ସୁରେନ୍ଦ୍ରଙ୍କର ହାଜତ ଭିତରେ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ପାଇଁ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରେ ଯଦି ପୋଲିସ  ଅବହେଳା କରୁଥିବା ସାମ୍ନାକୁ ଆସେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ସୁରେନ୍ଦ୍ରଙ୍କ ଝିଅଙ୍କୁ ବିଜେପି ବିଧାୟକ କୁଲଦୀପ୍ ସିଂହ ସେଗର ଗଣବଳାତ୍କାର କରିଥିବା ଅଭିଯୋଗ ପରେ ବିଧାୟକ କୁଲଦିପ ସିଂ ସେଗରଙ୍କ ଭାଇ ଜୟ ସିଂ ଅପ୍ରିଲ ୪ ତାରିଖ ଦିନ ନିଜ ଗୁଣ୍ଡାମାନଙ୍କ ସହ ମିଶି ସୁରେନ୍ଦ୍ରଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ। କିନ୍ତୁ ପୋଲିସ୍ ବିଧାୟକ ଭାଇଙ୍କ ନାଁ ଏଫ୍‌ଆଇଆରରୁ ହଟାଇ ଦେଇ ପାଲଟା ଅଭିଯୋଗକାରୀଙ୍କ ସହ ମିଶି ସୁରେନ୍ଦ୍ର ମାରପିଟ୍ କରିଥିବା ଦର୍ଶାଇ ତାଙ୍କୁ ହାଜତକୁ ନେଇ ଯାଇଥିଲେ। ଏପରିକି କୌଣସି ମାମଲା ଦାୟର କରିବାକୁ ପୋଲିସ ମନା କରିଦେଇଥିଲା। ଏପରିକି ବିଧାୟକଙ୍କ ତରଫରୁ ପୀଡିତାଙ୍କୁ ମାମଲାରୁ ପଛକୁ ହଟିଯିବାକୁ ଧମକ ଦିଆଯାଇଥିଲା। ସେ ନ ମାନିବାରୁ ବିଧାୟକଙ୍କ ଭାଇ ପୀଡିତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

ଉପରୋକ୍ତ ସମସ୍ତ ଅଭିଯୋଗକୁ ପୋଲିସ ଏଡାଇ ଦେଇଥିବାରୁ ଦୁଃଖରେ ଯୁବତୀ ଜଣକ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଆବାସ ସାମ୍ନାରେ ରବିବାର ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ।

Advertisment

ଉନାଓ ଜିଲା ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ଅତୁଲ କହିଛନ୍ତି, 'ସୁରେନ୍ଦ୍ରଙ୍କର ପେଟ ଖରାପ ଥିଲା ଓ ସେ ବାନ୍ତି କରୁଥିଲେ। ଜେଲ୍ ପ୍ରଶାସନ ତାଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପୀଡିତା ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ପୋଲିସ୍ ତାଙ୍କୁ ପୁରା ପରିବାର ସହ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Self Immolation Attempt