Advertisment

ମୁହଁ ଖୋଲିଲେ ବାଇଡେନ, କହିଲେ-‘ଆମ ଲକ୍ଷ୍ୟ ପୂରଣ ହୋଇଛି, ରାଷ୍ଟ୍ର ନିର୍ମାଣ ପାଇଁ ଆଫଗାନିସ୍ତାନ ଯାଇ ନ ଥିଲୁ ’

ୱାଶିଂଟନ: “ଗଣତନ୍ତ୍ର ପ୍ରତିଷ୍ଠା  ଉଦ୍ଦେଶ୍ୟ ନେଇ ଆମେ ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନରେ ପ୍ରବେଶ କରି ନ ଥିଲୁ। ବରଂ ଆମେରିକାରେ ପୁନର୍ବାର ଯେପରି ୯/୧୧ ପରି ଭୟଙ୍କର ଆକ୍ରମଣ ନ ହୁଏ ତାହା ଆମର ଫୋକସ୍  ଥିଲା। ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ । ଏବେ ଆମେ ନିଜ ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ିପାରିବୁ ନାହିଁ। ” ଆଫଗାନିସ୍ତାନ  ଏବେ କଠିନ  ସମୟ ଦେଇ ଗତି କରୁଥିବା ବେଳେ ଆମେରିକୀୟ […]

ଅଦ୍ୟତନ ହୋଇଛି
ମୁହଁ ଖୋଲିଲେ ବାଇଡେନ, କହିଲେ-‘ଆମ ଲକ୍ଷ୍ୟ ପୂରଣ ହୋଇଛି, ରାଷ୍ଟ୍ର ନିର୍ମାଣ ପାଇଁ ଆଫଗାନିସ୍ତାନ ଯାଇ ନ ଥିଲୁ ’

joe biden

Advertisment

ୱାଶିଂଟନ: “ଗଣତନ୍ତ୍ର ପ୍ରତିଷ୍ଠା  ଉଦ୍ଦେଶ୍ୟ ନେଇ ଆମେ ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନରେ ପ୍ରବେଶ କରି ନ ଥିଲୁ। ବରଂ ଆମେରିକାରେ ପୁନର୍ବାର ଯେପରି ୯/୧୧ ପରି ଭୟଙ୍କର ଆକ୍ରମଣ ନ ହୁଏ ତାହା ଆମର ଫୋକସ୍  ଥିଲା। ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ । ଏବେ ଆମେ ନିଜ ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ିପାରିବୁ ନାହିଁ। ” ଆଫଗାନିସ୍ତାନ  ଏବେ କଠିନ  ସମୟ ଦେଇ ଗତି କରୁଥିବା ବେଳେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଯୋଗୁ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Advertisment

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି ବାଇଡେନ । ଏଥିସହ ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ।

ତେବେ ସେ କହିଛନ୍ତି, ଆମ ପ୍ରତିଦ୍ୱନ୍ଦି ଚୀନ୍‌ ଓ ଋଷ ଚାହୁଁଥିଲେ ଆମେରିକ ନିଜର କୋଟି କୋଟି ଡଲାର ଆଫଗାନିସ୍ତାନ ଉପରେ ବର୍ବାଦ କରୁ।  ଆଫଗାନ୍ ସୈନ୍ୟ ଯୁଦ୍ଧ ଲଢିବାକୁ ଚାହୁଁନଥିବା ବେଳେ ଆମେରିକା ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ିଦିଆଯିବନି ।  ଆଫଗାନର ରାଜନେତାମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆଉ ଦୋହରାଇବାକୁ ଚାହଁନାହୁଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍ ।

Advertisment

ଏଥିସହ ସେ କହିଛନ୍ତି, ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେ ଆଫଗାନିସ୍ତାନରେ ପ୍ରବେଶ କରିଥିଲୁ।  ମୂଳ ଲକ୍ଷ୍ୟ ଥିଲା, ଅଲକାଏଦା ଆତଙ୍କବାଦୀ ସଂଗଠନ ଯେମିତି ଆଫଗାନ ମାଟିକୁ ଆମେରିକା ବିରୋଧରେ ବ୍ୟବହାର କରିପାରିବ ନାହିଁ। ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ । ତେବେ ଆଫଗାନିସ୍ତାନ ଉପରେ ତୀକ୍ଷଣ ନଜର ରଖାଯାଇଥିବା  ସୂଚନା ଦେଇଛନ୍ତି ବାଇଡେନ ।

ଏହାବାଦ ଆଫଗାନିସ୍ତାନବାସୀ ଏବେ କଠିନ ସମୟ ଦେଇ ଗତି କରୁଥିବା ବେଳେ ଖୋଦ ରାଷ୍ଟ୍ରପତି ଗନି ଦେଶ ଛାଡ଼ି ପଳାଇ ଯିବା ଘଟଣାକୁ କଡ଼ା ସମଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ସେ ଏପରି କାହିଁକି କଲେ ବୋଲି ସମଗ୍ର ଦେଶବାସୀ ତାଙ୍କୁ ପଚାରିବା ଉଚିତ ବୋଲି କହିଛନ୍ତି ବାଇଡେନ।

ଟ୍ରମ୍ପଙ୍କୁ ଟାର୍ଗଟ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ କୌଣସି ବି ସମୟ ଅନୁକୂଳ ନୁହେଁ। ହେଲେ ଆଫଗାନ ସୈନ୍ୟ ନିଜେ ତାଲିବାନ ଆଗରେ ହାତ ଟେକିଦେଲେ, ନେତା ଦେଶ ଛାଡ଼ି ପଳାଇଲେ। ଆମେ କିପରି ଆମ ସୈନ୍ୟଙ୍କୁ ମରିବାକୁ ଛାଡ଼ିଦେବୁ ।

ଏଥିସହ ସେ କହିଛନ୍ତି, ଟ୍ରମ୍ପଙ୍କ ଶାସନ କାଳରେ ଆଫଗାନିସ୍ତାନରେ ୧୫ ହଜାର ସୈନ୍ୟ ଥିଲେ, ଯାହାକି ଏବେ ବି ସେଠାରେ ୨ ହଜାର ସୈନ୍ୟ ଅଛନ୍ତି  । ଆମେ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ସେଠାକୁ ଯାଇଥିଲୁ। ଅଲକାଏଦାକୁ ସଫା କଲୁ। ଆମର ମିଶନ ସେଠାରେ ରାଷ୍ଟ୍ର ନିର୍ମାଣ ନ ଥିଲା ।

Joe Biden Afganistan Taliban Recapture Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe