Advertisment

ସନା ମରିନ୍‌ ହେଲେ ବିଶ୍ୱର ସବୁଠୁ ସାନ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି: ଫିନ୍‌ଲ୍ୟାଣ୍ଡର ସୋଶାଲ୍‌ ଡେମୋକ୍ରାଟିକ୍‌ ପାର୍ଟି ନେତା ତଥା ପୂର୍ବ ପରିବହନ ମନ୍ତ୍ରୀ ସନା ମରିନ୍‌(୩୪) ଫିନ୍‌ଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହତି ସେ ବିଶ୍ୱର ସବୁଠାରୁ ସାନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ମଙ୍ଗଳବାର ତାଙ୍କରି ପାର୍ଟିର ନେତା ଆଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଗତ ଏକମାସ ଧରି ଦେଶରେ ଚାଲିଥିବା ଡାକ କର୍ମଚାରୀଙ୍କ ଆନ୍ଦୋଳନକୁ ସମ୍ଭାଳିବାରେ ବିଫଳ ହେବାରୁ ତାଙ୍କ ସହଯୋଗୀ ପାର୍ଟିଙ୍କର ବିଶ୍ୱାସ ହରାଇଥିଲେ। ଫଳରେ ସେ […]

ସନା ମରିନ୍‌ ହେଲେ ବିଶ୍ୱର ସବୁଠୁ ସାନ ପ୍ରଧାନମନ୍ତ୍ରୀ

marin

Advertisment

ହେଲ୍‌ସିନ୍‌କି: ଫିନ୍‌ଲ୍ୟାଣ୍ଡର ସୋଶାଲ୍‌ ଡେମୋକ୍ରାଟିକ୍‌ ପାର୍ଟି ନେତା ତଥା ପୂର୍ବ ପରିବହନ ମନ୍ତ୍ରୀ ସନା ମରିନ୍‌(୩୪) ଫିନ୍‌ଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହତି ସେ ବିଶ୍ୱର ସବୁଠାରୁ ସାନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ମଙ୍ଗଳବାର ତାଙ୍କରି ପାର୍ଟିର ନେତା ଆଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଗତ ଏକମାସ ଧରି ଦେଶରେ ଚାଲିଥିବା ଡାକ କର୍ମଚାରୀଙ୍କ ଆନ୍ଦୋଳନକୁ ସମ୍ଭାଳିବାରେ ବିଫଳ ହେବାରୁ ତାଙ୍କ ସହଯୋଗୀ ପାର୍ଟିଙ୍କର ବିଶ୍ୱାସ ହରାଇଥିଲେ। ଫଳରେ ସେ ଇସ୍ତଫା ଦେବା ପରେ ସନା ମରିନ୍‌ଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଦଳ ନିଷ୍ପତ୍ତି ନେଇଛି।

Advertisment

publive-imageମରିନ୍‌ ଫିନ୍‌ଲ୍ୟାଣ୍ଡର ଟ୍ୟାମ୍ପରେ ବିଶ୍ୱବିଦ୍ୟାଳୟରୁ ପ୍ରଶାନିକ ବିଜ୍ଞାନ(Administrative science)ରେ ମାଷ୍ଟର ଡିଗ୍ରୀ କରିଛନ୍ତି। ମାତ୍ର ୨୭ ବର୍ଷ ବୟସରେ ସେ ଫିନ୍‌ଲ୍ୟାଣ୍ଡସ୍ଥିତ ଟ୍ୟାମ୍ପରେର ନଗର ପରିଷଦର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ସେ ସୋଶାଲ୍‌ ଡେମୋକ୍ରାଟିକ୍‌ ପାର୍ଟି ତରଫରୁ ଜୁନ୍‌ ୨୦୧୯ରେ ନିଜ ଦେଶର ପରିବହନ ଓ ସଞ୍ଚାର ମନ୍ତ୍ରୀ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମରିନ୍‌ଙ୍କ ପରେ ବିଶ୍ୱର ଦ୍ୱିତୀୟ ସବୁଠୁ ସାନ ପ୍ରଧାନମନ୍ତ୍ରୀ ହେଉଛନ୍ତି ୟୁକ୍ରେନ୍‌ର ପ୍ରଧାନମନ୍ତ୍ରୀ ୩୫ ବର୍ଷୀୟା ଓଲେକ୍ସି ହୋଞ୍ଚେରୁକ୍। ନିଜ ବୟସକୁ ନେଇ ମରିନ ଗମମାଧ୍ୟମକୁ କହିଛନ୍ତି, ‘ମୁଁ କେବେ ବି ନିଜ ବୟସ ଓ ଲିଙ୍ଗ ବିଷୟରେ ଚିନ୍ତା କରିନି। ମୁଁ କିଛି କାରଣ ପାଇଁ ରାଜନୀତିକୁ ଆସିଛି ଓ ଲୋକଙ୍କ ବିଶ୍ୱାସ ମଧ୍ୟ ଜିତିଛି।’

Advertisment

publive-imageସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ରେ ଆଣ୍ଟି ରିନେଙ୍କ ନେତୃତ୍ୱରେ ସୋଶାଲ୍‌ ଡେମୋକ୍ରାଟିକ୍‌ ପାର୍ଟି ଫିନ୍‌ଲ୍ୟାଣ୍ଡକୁ ମାନ୍ଦାବସ୍ଥାରୁ ବାହାର କରିବାର ପ୍ରତିଶ୍ରୁତି ଦେଇ ମାତ୍ର ଅଳ୍ପ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଥିଲା ଓ ସରକାର ଗଢ଼ିଥିଲା। ହେଲେ ରିନେଙ୍କ ସରକାର ଦେଶର ୭୦୦ ଡାକ କର୍ମଚାରୀଙ୍କ ଦରମା କାଟର ନିଷ୍ପତ୍ତି ନେଇଥିଲେ। ଯାହାକୁ ବିରୋଧ କରି ଗତ ୧ମାସ ଧରି ଏହି ଡାକ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe