/odisha-reporter/media/post_attachments/uploads/2018/09/vdra.jpg)
vdra
ନୂଆଦିଲ୍ଲୀ: ୨୦୦୮ ମସିହାରେ ଗୁଡ୍ଗାଓଁ ଜମି ଠକେଇ ମାମଲାରେ ରାହୁଲ୍ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।
Advertisment
ଏଥିରେ ଦର୍ଶାଯାଇଛି ଯେ ଭଦ୍ରାଙ୍କ କମ୍ପାନୀ ସ୍କାଏ ଲାଇଟ୍ ହସ୍ପିଟାଲିଟିକୁ ଗୁର୍ଗାଓଁ ସେକ୍ଟର୍ ୮୩, ସିକୋହପୁର୍ର, ସିକନ୍ଦରାପୁର୍, ଖେଡ୍କି ଦୌଲା ଏବଂ ସିହିରେ ୭.୫ କୋଟି ଟଙ୍କାରେ ଜମି ଆବଣ୍ଟନ କରାଯାଇଥିଲା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମାଧ୍ୟମରେ ଏହି ଜମି ଆବଣ୍ଟନ ହୋଇଥିଲା। କିନ୍ତୁ ପରେ ଜମିର କିସମ ପରିବର୍ତ୍ତନ କରି ଭଦ୍ରା ଏହାକୁ ୫୫ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା।
ଅନ୍ୟପଟେ ରବର୍ଟ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ତୈଳ ଦର ବୃଦ୍ଧି ଭଳି ସମସ୍ୟାରୁ ଲୋକଙ୍କ ନଜର ହଟାଇବା ପାଇଁ ଏପରି କରାଯାଇଛି ବୋଲି ଭଦ୍ରା କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
