Advertisment

ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ଉପରେ ଚାଲିଲା ଗୁଳି

ଦରଭଙ୍ଗା: ଆସନ୍ତାକାଲି ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବ। ୭୮ଟି ଆସନରେ କିଏ ଜିତିବ ଓ କିଏ ହାରିବ, ତା’ର ନିଷ୍ପତ୍ତି ବିହାରବାସୀ ନେବେ। କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ବଡ଼ ଅଘଟଣ ଘଟିଛି। ଦରଭଙ୍ଗାର ହାୟାଘାଟ ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ରବୀନ୍ଦ୍ର ନାଥ ସିଂହଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ଗତକାଲି ରାତିରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛି। ରବୀନ୍ଦ୍ରଙ୍କ […]

ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ଉପରେ ଚାଲିଲା ଗୁଳି

cf

Advertisment

ଦରଭଙ୍ଗା: ଆସନ୍ତାକାଲି ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବ। ୭୮ଟି ଆସନରେ କିଏ ଜିତିବ ଓ କିଏ ହାରିବ, ତା’ର ନିଷ୍ପତ୍ତି ବିହାରବାସୀ ନେବେ। କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ବଡ଼ ଅଘଟଣ ଘଟିଛି। ଦରଭଙ୍ଗାର ହାୟାଘାଟ ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ରବୀନ୍ଦ୍ର ନାଥ ସିଂହଙ୍କ ଉପରକୁ ଗୁଳିମାଡ଼ କରାଯାଇଛି।

Advertisment

ଗତକାଲି ରାତିରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛି। ରବୀନ୍ଦ୍ରଙ୍କ ଶରୀରରେ ଦୁଇଟି ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ସୂଚନା ଅନୁସାରେ ରବୀନ୍ଦ୍ର ଗୁରୁବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିଲେ। ପ୍ରଚାର କାର୍ଯ୍ୟ ଶେଷ ହେବା ପରେ ସେ ନିଜ ଗାଁ ଦୁଗୌଲୀକୁ ଫେରୁଥିଲେ। ଏହି ସମୟରେ ତାଙ୍କ ପାଖକୁ ଗୋଟିଏ ଫୋନ ଆସିଥିଲା। ସେ ଫୋନରେ କଥା ହେବାର କିଛି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ କୋଟରୀ ପାଖରେ ଅଟକାଇ ଦେଇଥିଲେ।

Advertisment

ରବୀନ୍ଦ୍ର କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡିଏମସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଏସପି ଅଶୋକ ପ୍ରସାଦ କହିଛନ୍ତି, ରବୀନ୍ଦ୍ରଙ୍କୁ କିଏ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନାହିଁ। ସେହିପରି ଗୁଳିକାଣ୍ଡର କାରଣ ମଧ୍ୟ ସାମ୍ନାକୁ ଆସିନାହିଁ। ରବୀନ୍ଦ୍ର ଏବେ ବି ଅଚେତ ଅବସ୍ଥାରେ ରହିଛନ୍ତି। ତାଙ୍କର ଚେତା ଫେରିବା ପରେ ପୂରା ଘଟଣା ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe