Advertisment

ବନ୍ୟାରେ ବେହାଲ୍‌ ୟୁପି: ୩ ଦିନରେ ୨୬ ମୃତ, ଭୁଶୁଡ଼ିଲା ୬୦୦ ଘର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ଗତ ୩  ଦିନ ମଧ୍ୟରେ ୨୬ ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୬୦୦ ଘର ଭୁଶୁଡ଼ି ଯାଇଛି। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟବାସୀଙ୍କୁ  ଆହୁରି ଭୟଭୀତ କରିଛି। ବେଡ଼ି ଉପରେ କୋରଡ଼ା ମାଡ଼ ପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]

ବନ୍ୟାରେ ବେହାଲ୍‌ ୟୁପି: ୩ ଦିନରେ ୨୬ ମୃତ, ଭୁଶୁଡ଼ିଲା ୬୦୦ ଘର

flood in up

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ଗତ ୩  ଦିନ ମଧ୍ୟରେ ୨୬ ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୬୦୦ ଘର ଭୁଶୁଡ଼ି ଯାଇଛି। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟବାସୀଙ୍କୁ  ଆହୁରି ଭୟଭୀତ କରିଛି।

Advertisment

ବେଡ଼ି ଉପରେ କୋରଡ଼ା ମାଡ଼ ପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

[caption id="attachment_271931" align="aligncenter" width="795"]up flood situation photo-hindustantimes.com[/caption]

Advertisment

ଗଙ୍ଗା, ଘାଘରା, ରାମଗଙ୍ଗା ଏବଂ ଶାରଦା ନଦୀରେ ବନ୍ୟା ଆସିଥିବାରୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି।

ବାରବାଙ୍କି, ବାରଣାସୀ, କାନପୁର, ସୀତାପୁର, ବରେଲି, ଶାହଜାହାନପୁର, ମିରଟ୍, ଆହ୍ଲାବାଦ, ସୋନଭଦ୍ରା, ଫତେପୁର ଏବଂ  ଗୋରଖପୁର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଉତ୍ତର ପ୍ରଦେଶରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି।  ବନ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ବନ୍ୟାବିପନ୍ନଙ୍କୁ ରିଲିଫ୍ ଯୋଗାଇ ଦେବା ସହ ଆବଶ୍ୟକ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe