Advertisment

ଚୀନରୁ ଆସୁଛି ଆଉ ଏକ ମହାମାରୀ ଭୂତାଣୁ

ବେଜିଂ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଙ୍କଟ ସମୟରେ ଆଉ ଏକ ମହାମାରୀ ରୂପକ ଫ୍ଲୁର ସମ୍ଭାବନା ଘନେଇ ଆସୁଛି। ସୂଚନା ଅନୁସାରେ ଚୀନ ବୈଜ୍ଞାନିକମାନେ ଏକ ନୂଆ ଧରଣ ଫ୍ଲୁକୁ ଠାବ କରିଛନ୍ତି, ଯାହା ନିକଟରେ ମହାମାରୀ ସୃଷ୍ଟି କଲାଭଳି କ୍ଷମତା ଥିବା ଜଣାପଡ଼ିଛି। କରୋନା ସଙ୍କଟ ଶେଷ ହେବାର ନାଁ ଧରୁ ନ ଥିବା ବେଳେ ମହାମାରୀ ରୂପକ ଏକ ନୂଆ ଭୂତାଣୁ ବିଷୟରେ ଜଣାପଡ଼ିଛି। ନ୍ୟାଶନାଲ ଏକଡେମୀ ଅଫ୍ ସାଇନ୍ସେସର ଜର୍ନାଲରେ ବୈଜ୍ଞାନିକମାନେ […]

ଅଦ୍ୟତନ ହୋଇଛି
ଚୀନରୁ ଆସୁଛି ଆଉ ଏକ ମହାମାରୀ ଭୂତାଣୁ

new-pandemic-virus

Advertisment

ବେଜିଂ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଙ୍କଟ ସମୟରେ ଆଉ ଏକ ମହାମାରୀ ରୂପକ ଫ୍ଲୁର ସମ୍ଭାବନା ଘନେଇ ଆସୁଛି। ସୂଚନା ଅନୁସାରେ ଚୀନ ବୈଜ୍ଞାନିକମାନେ ଏକ ନୂଆ ଧରଣ ଫ୍ଲୁକୁ ଠାବ କରିଛନ୍ତି, ଯାହା ନିକଟରେ ମହାମାରୀ ସୃଷ୍ଟି କଲାଭଳି କ୍ଷମତା ଥିବା ଜଣାପଡ଼ିଛି।

Advertisment

କରୋନା ସଙ୍କଟ ଶେଷ ହେବାର ନାଁ ଧରୁ ନ ଥିବା ବେଳେ ମହାମାରୀ ରୂପକ ଏକ ନୂଆ ଭୂତାଣୁ ବିଷୟରେ ଜଣାପଡ଼ିଛି। ନ୍ୟାଶନାଲ ଏକଡେମୀ ଅଫ୍ ସାଇନ୍ସେସର ଜର୍ନାଲରେ ବୈଜ୍ଞାନିକମାନେ ଏ ବାବଦରେ ଲେଖିଛନ୍ତି। ସେମାନେ ଏହି ନୂତନ ଧରଣର ଫ୍ଲୁକୁ 'G4 EA H1N1'ନାମ ଦେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେତେକ ନୂତନ ପରିବର୍ତ୍ତନ ସହ ଏହି ଫ୍ଲୁ 2009ର ସ୍ୱାଇନ୍ ଫ୍ଲୁ ସହ ସମାନ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ତଥ୍ୟ ଅନୁସାରେ, ଏହି ନୂତନ ସଂକ୍ରମଣର ବାହକ ହେଉଛି ଘୁଷୁରି। ତେବେ ଚୀନର ଘୁଷୁରୀ ଶିଳ୍ପ, କଂସାଇଖାନାରେ କାମ କରୁଥିବା ଲୋକଙ୍କଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଫ୍ଲୁ ସଂକ୍ରମଣ ବଢ଼ି ମନୁଷ୍ୟଠାରୁ ମନୁଷ୍ୟକୁ ସହଜରେ ବ୍ୟାପିପାରେ ଏବଂ ଏକ ବିଶ୍ୱସ୍ତରୀୟ ସଂକ୍ରମଣ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକଙ୍କୁ ପ୍ରଥମେ ଆଶଙ୍କା ଥିବା ବେଳେ ସେମାନେ ଏହାକୁ ତତକ୍ଷଣାତ୍ ସୃଷ୍ଟି ହେଲା ଭଳି ସମସ୍ୟା ନୁହେଁ ବୋଲି କହିଛନ୍ତି। କିନ୍ତୁ ଏହି ଫ୍ଲୁ ନିକଟରେ ବିଶ୍ୱ ମହାମାରୀ ଭଳି ରୂପ ନେଇ ମଣିଷଠାରୁ ମଣିଷକୁ ବ୍ୟାପିବାର ସମସ୍ତ ଶକ୍ତି ରହିଛି ଏବଂ ଏହାର ତୀକ୍ଷ୍ମ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

Advertisment

ସେମାନେ ଆହୁରି କହିଛନ୍ତି, ଘୁଷୁରି ଶରୀରରେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଏବଂ ଘୁଷୁରି ଶିଳ୍ପର କର୍ମଚାରୀଙ୍କୁ ତୀକ୍ଷ୍ମ ନିରୀକ୍ଷଣ କରାଯିବାର ତତକ୍ଷଣାତ୍ ଆବଶ୍ୟକ ରହିଛି।

ଏହି ପରିପ୍ରେକ୍ଷୀରେ ୟୁକେର ନଟିଂହାମ୍ ବିଶ୍ୱବିଦ୍ୟାଳୟର ପ୍ରେଫେସର କିନ୍-ଚୌ ଚାଙ୍ଗ୍ ବିବିସିକୁ କହିଛନ୍ତି ଯେ, ବର୍ତ୍ତମାନ ଆମେ କରୋନା ଭୂତାଣୁକୁ ନେଇ ବିଭ୍ରାନ୍ତ ଓ ଚିନ୍ତିତ ଅଛୁ। ଠିକ୍ ସେହିପରି କିନ୍ତୁ ସମ୍ଭାବ୍ୟ ବିପଦଜ୍ଜନକ ନୂତନ ଭୂତାଣୁଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ। ତେବେ ଏହି ନୂତନ ଭୂତାଣୁ ତୁରନ୍ତ ସମସ୍ୟା ସୃଷ୍ଟି ନ କଲେ ବି, ଏହାକୁ ଅଣଦେଖା କରିବା ଆଦୌ ଅନୁଚିତ୍ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe