Advertisment

ଆସ୍ଥା ଭୋଟ୍ ପୂର୍ବରୁ ଦିଲ୍ଲୀରେ ବିଜେପି ନେତାଙ୍କ କସରତ

ନୂଆଦିଲ୍ଲୀ: ସୋମବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍ ପୂର୍ବରୁ ଦିଲ୍ଲୀରେ ମଧ୍ୟପ୍ରଦେଶ ବିଜେପିର ପ୍ରମୁଖ ନେତା, ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂହ ତୋମାର ବୈଠକ କରିଛନ୍ତି। ତୋମାରଙ୍କ ଘରେ ବସିଥିବା ଏହି ବୈଠକରେ ନିକଟରେ ବିଜେପିରେ ସାମିଲ୍ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଯୋଗ ଦେଇଥିଲେ। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଜେପି ନେତାମାନେ ଆସ୍ଥା ଭୋଟ ବାବଦରେ ଆଲୋଚନା କରିଥିଲେ। ଏହାପରେ ବିଜେପି ନେତାମାନେ ସଲିଟର […]

ଅଦ୍ୟତନ ହୋଇଛି
ଆସ୍ଥା ଭୋଟ୍ ପୂର୍ବରୁ ଦିଲ୍ଲୀରେ ବିଜେପି ନେତାଙ୍କ କସରତ

shivraj sing chouhan

Advertisment

ନୂଆଦିଲ୍ଲୀ: ସୋମବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍ ପୂର୍ବରୁ ଦିଲ୍ଲୀରେ ମଧ୍ୟପ୍ରଦେଶ ବିଜେପିର ପ୍ରମୁଖ ନେତା, ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂହ ତୋମାର ବୈଠକ କରିଛନ୍ତି। ତୋମାରଙ୍କ ଘରେ ବସିଥିବା ଏହି ବୈଠକରେ ନିକଟରେ ବିଜେପିରେ ସାମିଲ୍ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଯୋଗ ଦେଇଥିଲେ। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ବିଜେପି ନେତାମାନେ ଆସ୍ଥା ଭୋଟ ବାବଦରେ ଆଲୋଚନା କରିଥିଲେ।

Advertisment

ଏହାପରେ ବିଜେପି ନେତାମାନେ ସଲିଟର ଜେନେରାଲ ତୁଷାର ମେହେଟାଙ୍କୁ ଭେଟି ଆଇନଗତ ଦିଗ ବାବଦରେ ଆଲୋଚନା କରିଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ହେଲ ଏଯାଏ ଇସ୍ତଫା ପତ୍ର ଗୃହୀତ ହୋଇନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟ୍ ବେଳେ ଉପସ୍ଥିତ ରହି କମଲନାଥ ସରକାର ସପକ୍ଷରେ ଭୋଟ ଦେବେ ତାହେଲେ ବିଜେପି ସରକାର ଗଢ଼ିବା ନେଇ ଯେଉଁ ସ୍ୱପ୍ନ ଦେଖୁଛି ତାହା ଏକ ପ୍ରକାର ଧୂଳିସାତ ହେବ। ହେଲେ ଏଯାଏ ସେହି ବିଧାୟକମାନେ ବାଙ୍ଗାଲୋରରେ ଏକ ରିସୋଟରେ ରହିଛନ୍ତି। କଂଗ୍ରେସ କହିଛି, ଏହି ବିଧାୟକମାନେ କମଲନାଥଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିଜେପି ଏହି ବିଧାୟକଙ୍କୁ ଅଟକ ରଖିଛି। ଏଭଳି ସ୍ଥିତିରେ ମାମଲା ଯଦି ସୁପ୍ରିମକୋର୍ଟକୁ ଯିବ ତା’ହେଲେ କ’ଣ କରି ହେବ ସେ ନେଇ ତୁଷାର ମେହେଟାଙ୍କ ସହ ବିଜେପି ନେତାମାନେ ଆଲୋଚନା କରିଛନ୍ତି।

ଅନ୍ୟପଟେ ଘୋଡ଼ା ବେପାର ଆଶଙ୍କାରେ ଜୟପୁରର ଏକ ହୋଟେଲରେ ଥିବା ୯୪ ବିଧାୟକ ଭୋପାଳ ଫେରିଛନ୍ତି। ସେହିପରି ହରିଆଣାର ଗୁରୁଗାଁଓରେ ଥିବା ବିଜେପି ବିଧାୟକଙ୍କୁ ଶିବରାଜ ସିଂହ ଭେଟିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe