Advertisment

ଆଟର୍ଣ୍ଣି ଜେନେରାଲଙ୍କ ବଡ଼ ବୟାନ: ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଅଙ୍କୁଶ ଠିକ ନୁହେଁ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବିତର୍କ କିମ୍ବା ବାକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗା ଯାଇପାରିବ ନାହିଁ। ଯଦି ଏହା ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ବିବାଦ ସୃଷ୍ଟି ହେବ। ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଅଙ୍କୁଶ ଲଗାଯିବା ଠିକ ନୁହେଁ। ସୁପ୍ରିମକୋର୍ଟ କେବଳ ଅତିରୁ ଅତି ବିରଳ ମାମଲାରେ ଅଦାଲତ ଅବମାନନା ମାମଲାର ବିଚାର କରିପାରିବେ ବୋଲି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ମତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଓ ନିଷ୍ପତ୍ତିକୁ ସୋଶାଲ […]

ଆଟର୍ଣ୍ଣି ଜେନେରାଲଙ୍କ ବଡ଼ ବୟାନ: ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଅଙ୍କୁଶ ଠିକ ନୁହେଁ

u

Advertisment

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବିତର୍କ କିମ୍ବା ବାକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗା ଯାଇପାରିବ ନାହିଁ। ଯଦି ଏହା ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ବିବାଦ ସୃଷ୍ଟି ହେବ। ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଅଙ୍କୁଶ ଲଗାଯିବା ଠିକ ନୁହେଁ। ସୁପ୍ରିମକୋର୍ଟ କେବଳ ଅତିରୁ ଅତି ବିରଳ ମାମଲାରେ ଅଦାଲତ ଅବମାନନା ମାମଲାର ବିଚାର କରିପାରିବେ ବୋଲି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ମତ ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ରାୟ ଓ ନିଷ୍ପତ୍ତିକୁ ସୋଶାଲ ମିଡିଆରେ ଅନେକ ଲୋକ ସମାଲୋଚନା କରୁଛନ୍ତି। ଏହାକୁ ନେଇ କିଛି ଲୋକଙ୍କ ବିରୋଧରେ ଅଦାଲତ ଅବମାନନା କେସ୍‌ ମଧ୍ୟ ହେଉଛି। ଏଭଳି ସ୍ଥିତିରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି, “ଗୋଟିଏ ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଓପନ ବିତର୍କ ଜରୁରୀ। ଏହା ଉପରେ ଅଙ୍କୁଶ ଲଗାଇବା ବା ଏହାକୁ କାଟଛାଣ୍ଟ କରିବା ଠିକ ନୁହେଁ।

ଯେଉଁ ପର୍ଯ୍ୟନ୍ତ ବିତର୍କ ସୀମା ମଧ୍ୟରେ ରହିଛି, ସୁପ୍ରିମକୋର୍ଟ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ। କିନ୍ତୁ ସୀମା ପାର ହେଉଥିବା ଅତି ବିରଳ ଘଟଣାରେ କୋର୍ଟ ହସ୍ତକ୍ଷେପ କରନ୍ତି। ସୋଶାଲ ମିଡିଆରେ ଅଙ୍କୁଶ ଲଗାଯିବାର କୌଣସି ଆବଶ୍ୟକ ନାହିଁ। ସରକାର ମଧ୍ୟ ଏହି ସ୍ୱାଧୀନତା ଉପରେ ରୋକ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ଆପଣାଇବା ଠିକ୍‌ ନୁହେଁ।

Advertisment

ସୋଶାଲ ମିଡିଆ ଏବଂ ମିଡିଆରେ ନ୍ୟାୟପାଳିକା ଓ ସରକାରଙ୍କୁ ଅନେକ ସମାଲୋଚନା କରାଯାଉଛି। ଏହା ଏକ ଭଲ ପରିବେଶ ସୃଷ୍ଟି କରିବ। ଆମେ ସମସ୍ତେ ଓପନ ଗଣତନ୍ତ୍ର ଏବଂ ଓପନ ବିତର୍କ ଚାହୁଁ। ଯଦି କେହି ଦୋଷ ଦୁର୍ବଳତା ଠିକ୍‌ ଭାବେ ଚିହ୍ନଟ କରୁଛି, ତା’ହେଲେ ସୁପ୍ରିମକୋର୍ଟ ଏହାର ବିଚାର କରିବାକୁ ଖୁସି ହେବେ। ଯେଉଁ ପର୍ଯ୍ୟନ୍ତ ଅଦାଲତ ଅବମାନନା ହୋଇନାହିଁ ସେଯାଏ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ। ଅତି ଜରୁରୀ ପଡ଼ିଲେ କୋର୍ଟ ବାଧ୍ୟ ହୋଇ ଅଦାଲତ ଅବମାନନା ମାମଲାର ବିଚାର କରନ୍ତି।”

ନିକଟରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରି ଅନେକ ଲୋକ ଟ୍ୱିଟରରେ ବୟାନ ଦେଇଥିଲେ। ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଅନେକ ଆବେଦନ ଆଟର୍ଣ୍ଣି ଜେନେରାଲଙ୍କ ପାଖରେ ପହଞ୍ଚିଥିଲା। ସେ ପ୍ରାୟ ୧୧ ଜଣଙ୍କୁ କମେଡିଆନ କୁନାଲ କାମରାଙ୍କ ବିରୋଧରେ ଅଦାଲତନ ଅବମାନନା ମାମଲା କରିବାକୁ ଅନୁମତି ଦେଇଥିଲେ। ରିପବ୍ଲିକ ଟିଭର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବାରୁ କୁନାଲ ଏହାକୁ ବିରୋଧ କରିଥିଲେ। ଏଥିସହ ସେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।

ଗତ ସପ୍ତାହରେ କମିକ ଆର୍ଟିଷ୍ଟ ରଚିତା ତନେଜାଙ୍କ ନାଁରେ ମଧ୍ୟ ଜଣେ ଆଇନ ବିଭାଗ ଛାତ୍ର ଅଦାଲତ ଅବମାନନା ମାମଲା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe