Advertisment

ବିଜେପିରେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ସମସ୍ତକଳ୍ପନା ଜଳ୍ପନାର ଅନ୍ତ ଘଟାଇ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଦଳୀୟ କାର୍ଯ୍ଯାଳୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଗମ୍ଭୀର ଆଜି ପ୍ରଥମେ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭିଜନ ଓ ନେତୃତ୍ବ ଦ୍ଵାରା  ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। Former Cricketer @GautamGambhir joins BJP […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିଜେପିରେ କ୍ରିକେଟର ଗୌତମ ଗମ୍ଭୀର

gambhir

ନୂଆଦିଲ୍ଲୀ: ସମସ୍ତକଳ୍ପନା ଜଳ୍ପନାର ଅନ୍ତ ଘଟାଇ କ୍ରିକେଟର ଗୌତମ ଗମ୍ଭୀର ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଦଳୀୟ କାର୍ଯ୍ଯାଳୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଗମ୍ଭୀର ଆଜି ପ୍ରଥମେ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭିଜନ ଓ ନେତୃତ୍ବ ଦ୍ଵାରା  ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

Advertisment

ତେବେ ଗମ୍ଭୀର ନିର୍ବାଚନ ଲଢ଼ିବେ କି ନାହିଁ, ସେ ନେଇ ବିଜେପି ନିର୍ବାଚନ କମିଟି ବିଚାର କରିବ। କିନ୍ତୁ ବିଜେପି ପାଇଁ ଗମ୍ଭୀର ଚଳିତ ନିର୍ବାଚନରେ ପ୍ରଚାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

Advertisment

କ୍ରିକେଟକୁ ବାଏ ବାଏ କହିସାରିଥିବା ଏହି ପୂର୍ବତନ ଲୋକପ୍ରିୟ କ୍ରିକେଟର ଆଜି ବିଜେପିରେ ସାମିଲ ହୋଇ ରାଜନୀତିର ଇନିଂସ ଆରମ୍ଭ କରିଛନ୍ତି। ୫୮ଟି ଟେଷ୍ଟ, ୧୫୦ଟି ଦିନିକିଆରେ  ଟିମ ଇଣ୍ଡିଆ ପାଇଁ ଖେଳିବା ସହ ମୋଟ ୧୧୦୦୦ ରନ କରିଛନ୍ତି। ଭାରତ ଓ ଆଇପିଏଲର କୋଲକତା ନାଇଟ୍ ରାଇଡର୍ସ (କେକେଆର) ଟିମରୁ ଖେଳିଛନ୍ତି ଗମ୍ଭୀର। ନିଜ ଅଧିନାୟକତ୍ବରେ କେକେଆରକୁ ଦୁଇ ଥର ଟ୍ରଫି ଜିତାଇବାରେ ସେ ସକ୍ଷମ ହୋଇଛନ୍ତି। ଏଥିସହ ଭାରତ ୱାର୍ଲକପ ଜିତିବାରେ ଗମ୍ଭୀରଙ୍କର ବଡ଼ ଯୋଗଦାନ ରହିଥିଲା।

ଗମ୍ଭୀର ବିଭିନ୍ନ ସାମାଜିକ ସେବା ସହ ଜଡ଼ିତ ରହିଛନ୍ତି। ନିକଟରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପିଲାଙ୍କର ପାଠପଢ଼ାର ଦାୟିତ୍ୱ   ତାଙ୍କ ନାମରେ ତିଆରି ହୋଇଥିବା ଫାଉଣ୍ଡେସନ ନେବ ବୋଲି ସେ କହିଥିଲେ। ସେହିପରି ଦେଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସେ ଖୋଲାଖୋଲି ନିଜର ସ୍ଵାଧୀନ ମତ ରଖୁଛନ୍ତି।

ପୂର୍ବରୁ ଚେତନ ଚୌହାନ, ନଭଜୋତ ସିଂହ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନ ଓ କୀର୍ତ୍ତି ଆଜାଦଙ୍କ ଭଳି କ୍ରିକେଟରମାନେ ରାଜନୀତିରେ ପାଦ ଦେବାର ନଜିର ରହିଛି। ତେଣୁ ଏହି ତାଲିକାରେ ଗମ୍ଭୀର ମଧ୍ୟ ଯୋଡ଼ି ହୋଇଯାଇଛନ୍ତି।