Advertisment

ଚାଲିଗଲେ ଲାକ୍ଷାଦ୍ୱୀପ ପ୍ରଶାସକ ଦୀନେଶ୍ୱର ଶର୍ମା

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପର ମୁଖ୍ୟ ତଥା ପ୍ରଶାସକ ଦୀନେଶ୍ୱର ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ନଭେମ୍ବର ୨୫ରେ ଅସୁସ୍ଥତା କାରଣରୁ ତାଙ୍କୁ ଚେନ୍ନାଇର ଏମ୍ସରେ ଭର୍ତ୍ତି କରାଯାଇଥିଲେ। ତେବେ ୨୭ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। interstitial lung disease କାରଣରୁ ତାଙ୍କର […]

author-image
Hemant Lenka
ଚାଲିଗଲେ ଲାକ୍ଷାଦ୍ୱୀପ ପ୍ରଶାସକ ଦୀନେଶ୍ୱର ଶର୍ମା

ee

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପର ମୁଖ୍ୟ ତଥା ପ୍ରଶାସକ ଦୀନେଶ୍ୱର ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ନଭେମ୍ବର ୨୫ରେ ଅସୁସ୍ଥତା କାରଣରୁ ତାଙ୍କୁ ଚେନ୍ନାଇର ଏମ୍ସରେ ଭର୍ତ୍ତି କରାଯାଇଥିଲେ। ତେବେ ୨୭ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। interstitial lung disease କାରଣରୁ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ଲାକ୍ଷାଦ୍ୱୀପର ପ୍ରଶାସକ ଭାବେ କାର୍ଯ୍ୟ କରିବା ସହ ଶ୍ରୀ ଶର୍ମାଙ୍କୁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟସ୍ଥି ଭାବେ ନିଯୁକ୍ତ କରିଥିଲେ। ନର୍ଥଇଷ୍ଟରେ ମଧ୍ୟ ସେ ବିଦ୍ରୋହୀଙ୍କ ସହ ଆଲୋଚନା କରିବା ଦାୟିତ୍ୱ ନେଇଥିଲେ।

କେରଳ କ୍ୟାଡର୍‌ର ପୂର୍ବତନ ଆଇପିଏସ ଅଫିସର ଦୀନେଶ୍ୱର ଶର୍ମା ୧୯୭୯ରେ ପୁଲିସ ସେବାରେ ଯୋଗଦେଇଥିଲେ। ପ୍ରାଥମିକ ଅବସ୍ଥାରେ ତାଙ୍କର ପୋଷ୍ଟିଂ କେରଳର ପାଲଘଟର ଏସପି ଭାବେ ହୋଇଥିଲା। ସେ କାନ୍ନାନୋର, ୱାୟନାଡ ଓ କାସ୍ରଗଡ଼ର ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Advertisment

ଏହାବାଦ ଶ୍ରୀ ଶର୍ମା ମାଲବାର ସ୍ପେଶାଲ ପୁଲିସ୍ ବାଟାଲିୟନର କମାଣ୍ଡାଣ୍ଟ ଓ ତ୍ରିଭେନ୍ଦ୍ରମ ପୁଲିସ୍‌ ମୁଖ୍ୟାଳୟରେ ଆଇଜି ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ୧୯୯୧ରେ ଇଣ୍ଟେଲଜେନ୍ସ ବ୍ୟୁରୋ(ଆଇବି)ର ଆସିସଷ୍ଟାଣ୍ଟ ନିର୍ଦ୍ଦେଶକ ଓ ୨୦୧୪ ଡିସେମ୍ବର ୩୧ରେ ଆଇବିର ୨୫ତମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

୨୦୦୩ରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।