Advertisment

ବିଜେପିରେ ସାମିଲ୍ ହେଲେ ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍

ଚେନ୍ନାଇ: ବିଜେପିରେ ସାମିଲ୍ ହେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଶିବରାମ ବିଜେପିରେ ସାମିଲ୍ ହୋଇଛନ୍ତି। ତାମିଲନାଡୁର ବିଜେପି ଇନଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ଶିବରାମ ବିଜେପିରେ ସାମିଲ୍ ହୋଇଛନ୍ତି। ଲକ୍ଷ୍ମଣ ବିଜେପିରେ ଯୋଗ ଦେଇଥିବାରୁ ବିଜେପି ନେତା ରବି ଖୁସିବ୍ୟକ୍ତ କରିଛନ୍ତି। ସୁପରଷ୍ଟାର ରଜନୀକାନ୍ତ ରାଜନୀତିକ ଦଳ ଗଢ଼ିବେ ନାହିଁ ବୋଲି କହିବା ଉପରେ ମଧ୍ୟ ରବି ପ୍ରତିକ୍ରିୟା ରଖିଛନ୍ତି। ରଜନୀକାନ୍ତଙ୍କ ନିଷ୍ପତ୍ତିକୁ ରବି ସ୍ୱାଗତ କହିଛନ୍ତି। ରଜନୀକାନ୍ତ ଜଣେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବିଜେପିରେ ସାମିଲ୍ ହେଲେ ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍

shivram

ଚେନ୍ନାଇ: ବିଜେପିରେ ସାମିଲ୍ ହେଲେ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍। ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଶିବରାମ ବିଜେପିରେ ସାମିଲ୍ ହୋଇଛନ୍ତି। ତାମିଲନାଡୁର ବିଜେପି ଇନଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ଶିବରାମ ବିଜେପିରେ ସାମିଲ୍ ହୋଇଛନ୍ତି।

Advertisment

ଲକ୍ଷ୍ମଣ ବିଜେପିରେ ଯୋଗ ଦେଇଥିବାରୁ ବିଜେପି ନେତା ରବି ଖୁସିବ୍ୟକ୍ତ କରିଛନ୍ତି। ସୁପରଷ୍ଟାର ରଜନୀକାନ୍ତ ରାଜନୀତିକ ଦଳ ଗଢ଼ିବେ ନାହିଁ ବୋଲି କହିବା ଉପରେ ମଧ୍ୟ ରବି ପ୍ରତିକ୍ରିୟା ରଖିଛନ୍ତି। ରଜନୀକାନ୍ତଙ୍କ ନିଷ୍ପତ୍ତିକୁ ରବି ସ୍ୱାଗତ କହିଛନ୍ତି। ରଜନୀକାନ୍ତ ଜଣେ ବଡ଼ ନେତା। ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। ରଜନୀକାନ୍ତ ତାମିଲନାଡୁ ଏବଂ ଦେଶର ସ୍ୱାର୍ଥ ରକ୍ଷା ପାଇଁ କାମ କରନ୍ତି ବୋଲି ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି।

୫୪ ବର୍ଷୀୟ ଲେଗ୍ ସ୍ପିନର ଲକ୍ଷ୍ମଣ ଶିବରାମ କ୍ରିଷ୍ନନ ଭାରତ ପାଇଁ ୯ ଟି ଟେଷ୍ଟ ଏବଂ ୧୬ ଟି ଦିନିକିଆ ଖେଳିଛନ୍ତି। ଏପ୍ରିଲ ୧୯୮୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶିବରାମ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ଜାନୁଆରୀ ୧୯୮୬ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଫେବୃଆରୀ ୧୯୮୫ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ ଏବଂ ଅକ୍ଟୋବର ୧୯୮୭ରେ ଜିମ୍ବାୱେ ବିପକ୍ଷରେ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ।

Advertisment

https://twitter.com/ANI/status/1344175765668069388?s=20

ମାଡ୍ରାସ ଇଣ୍ଟର ସ୍କୁଲ ଚାମ୍ପିୟନଶିପ୍‌ରେ ଖେଳୁଥିବାବେଳେ ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ ୨ ରନ୍ ଦେଇ ୭ଟି ଓ୍ୱିକେଟ ନେଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ଏହି ସମୟରେ ସେ ଚର୍ଚ୍ଚାକୁ ଆସିଥିଲେ। ଶିବରାମ କ୍ରିକେଟରୁ ଅବସର ନେବା ପରେ କ୍ରିକେଟ ଭାଷ୍ୟକାର ଭାବରେ ସକ୍ରିୟ ଅଛନ୍ତି।