Advertisment

ବୈଦେଶିକ ମନ୍ତ୍ରୀ ହୋଇ ମଧ୍ୟ ଖଟିଆରେ ରାତି କଟାଇଥିଲେ ବାଜପେୟୀ, ପଢ଼ନ୍ତୁ ପୂରା କାହାଣୀ

ଜୟପୁର: ୯୩ ବର୍ଷ ବୟସରେ ଇହଧାମରୁ ବିଦାୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି। ସୋଶାଲ ମିଡିଆରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନର ଅନେକ ଅକୁହା କାହାଣୀ ସାମ୍ନାକୁ ଆସୁଛି। ବାଜପେୟୀଙ୍କ ବ୍ୟକ୍ତିତ୍ବକୁ ନେଇ ଏବେ ଜଣେ ରାଜନେତା ତାଙ୍କ ଅନୁଭୂତି ବଖାଣିଛନ୍ତି। ସମ୍ପୃକ୍ତ ରାଜନେତା ଜଣକ ହେଉଛନ୍ତି ରାଜସ୍ଥାନର ଭରତପୁରର ପୂର୍ବତନ ସାଂସଦ ପଣ୍ଡିତ ରାମକିଶନ୍‌ । ସେ କହିଛନ୍ତି ଯେ, ଅଟଳବିହାରୀ ବାଜପେୟୀ […]

author-image
Tapas Behera
ଅଦ୍ୟତନ ହୋଇଛି
ବୈଦେଶିକ ମନ୍ତ୍ରୀ ହୋଇ ମଧ୍ୟ ଖଟିଆରେ ରାତି କଟାଇଥିଲେ ବାଜପେୟୀ, ପଢ଼ନ୍ତୁ ପୂରା କାହାଣୀ

bajpayee

ଜୟପୁର: ୯୩ ବର୍ଷ ବୟସରେ ଇହଧାମରୁ ବିଦାୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି। ସୋଶାଲ ମିଡିଆରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି। ତାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନର ଅନେକ ଅକୁହା କାହାଣୀ ସାମ୍ନାକୁ ଆସୁଛି। ବାଜପେୟୀଙ୍କ ବ୍ୟକ୍ତିତ୍ବକୁ ନେଇ ଏବେ ଜଣେ ରାଜନେତା ତାଙ୍କ ଅନୁଭୂତି ବଖାଣିଛନ୍ତି।

Advertisment

ସମ୍ପୃକ୍ତ ରାଜନେତା ଜଣକ ହେଉଛନ୍ତି ରାଜସ୍ଥାନର ଭରତପୁରର ପୂର୍ବତନ ସାଂସଦ ପଣ୍ଡିତ ରାମକିଶନ୍‌ । ସେ କହିଛନ୍ତି ଯେ, ଅଟଳବିହାରୀ ବାଜପେୟୀ ବେଶ ସାଦାସିଧା ଥିଲେ। କ୍ଷମତାର ଶିଖରରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଜୀବନଶୈଳୀ ଅତି ସରଳ ଓ ନିରାଡ଼ମ୍ବର ଥିଲା।

ବିଳାସମୟ ଓ ସୌଖୀନ ଜୀବନ ଶୈଳୀଠାରୁ ବେଶ ଦୂରରେ ଥିଲେ ବାଜପେୟୀ। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଜନତାଙ୍କ ସେବା କରିବା ବାଜପେୟୀଙ୍କ ପ୍ରବୃତ୍ତି ଥିଲା। ବାଜପେୟୀଙ୍କ ସହ ନିର୍ବାଚନ ପ୍ରଚାର କରିଥିବା  ରାମକିଶନଙ୍କ କହିବା ଅନୁଯାୟୀ, ତାଙ୍କ ଭଳି ସାଦାସିଧା ମଣିଷକୁ ଜୀବନରେ ସେ ଖୁବ୍‌ କମ୍‌ ଦେଖିଛନ୍ତି।

Advertisment

[caption id="attachment_265221" align="aligncenter" width="813"]publive-imageଭରତପୁରର ପୂର୍ବତନ ସାଂସଦ ପଣ୍ଡିତ ରାମକିଶନ୍‌[/caption]

ତାଙ୍କ କହିବା ଅନୁଯାୟୀ, ବାଜପେୟୀ ଯେତେବଳେ ବୈଦେଶିକ ମନ୍ତ୍ରୀ ଥିଲେ ସେ ସମୟରେ ରାଜସ୍ଥାନର  ଭିଲୱାଡ଼ାରେ ଉପନିର୍ବାଚନ ଥିଲା। ସେତେବେଳେ ତାଙ୍କୁ ବାଜପେୟୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଭିଲୱାଡ଼ା ଯିବାର ସୌଭାଗ୍ୟ ମିଳିଥିଲା।

ସନ୍ଧ୍ୟା ସମୟରେ ଉଭୟେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିବା ପରେ ଭିଲୱାଡ଼ା ସର୍କିଟ ହାଉସରେ ପହଞ୍ଚିଥିଲେ। ସର୍କିଟ ହାଉସ୍‌ରେ ବାଜପେୟୀଙ୍କ ପାଇଁ ରୁମ୍‌ ବୁକ୍‌ ହୋଇଥିଲା। କାରଣ ସେ ବୈଦେଶିକ ମନ୍ତ୍ରୀ ଥିଲେ। କିନ୍ତୁ ରାମକିଶନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା।  ତାଙ୍କ ପାଇଁ ସର୍କିଟ ହାଉସର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଖଟିଆ ବଗିଚାରେ ପଡ଼ିଥିଲା।

ଏକଥା ଯେତେବେଳେ ବାଜପେୟୀଙ୍କୁ ଜଣାପଡ଼ିଲା, ସେ ସଙ୍ଗେ ସଙ୍ଗେ ତାଙ୍କ ରୁମରୁ ବାହାରି ବଗିଚାକୁ ପଳାଇ ଆସିଥିଲେ।  ଆଉ ସେହି ଖଟିଆରେ ରାମକିଶନଙ୍କ ସହ ଏକାଠି ଶୋଇଥିଲେ।

ଏବେକାର ନେତାଙ୍କ ମଧ୍ୟରେ ସେମିତି ମହାନତା ଆଉ ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ରାମକିଶନ।